Advertisment

Monkeys Show Rare Unity: ଭରାନଦୀରେ ମହାଯୁଦ୍ଧ , ନଦୀ ଭିତରକୁ ଲମ୍ଫ ମାରିଲେ ମାଙ୍କଡ଼ ଦଳ

ପିଲାଦିନର ସେ ମାଙ୍କଡ଼ କୁମ୍ଭୀର ଜାମୁକୋଳି ଗପ ଆପଣ ନିଶ୍ଚୟ ଶୁଣିଥିବେ । ମାଙ୍କଡ଼ କେତେ ଚାଲାକ୍ ଆଉ କେତେ ବୁଦ୍ଧିମାନ ଏ ଗପ ଆମକୁ ପିଲାଦିନେ ଶିକ୍ଷା ଦେଇଛି । ଆଉ ଏବେର ଏକ ଘଟଣା, ସାରା ମଣିଷ ସମାଜକୁ ଏକତା ଶିଖାଉଛି ।

author-image
OTV Bureau
Kendrapra-Crocodile-Attack-Monkey

Kendrapra-Crocodile-Attack-Monkey Photograph: (OTV)

ପିଲାଦିନର ସେ ମାଙ୍କଡ଼ କୁମ୍ଭୀର ଜାମୁକୋଳି ଗପ ଆପଣ ନିଶ୍ଚୟ ଶୁଣିଥିବେ । ମାଙ୍କଡ଼ କେତେ ଚାଲାକ୍ ଆଉ କେତେ ବୁଦ୍ଧିମାନ ଏ ଗପ ଆମକୁ ପିଲାଦିନେ ଶିକ୍ଷା ଦେଇଛି । ଆଉ ଏବେର ଏକ ଘଟଣା, ସାରା ମଣିଷ ସମାଜକୁ ଏକତା ଶିଖାଉଛି । ନଦୀ କୂଳରୁ କୋଟିଏ ମାଙ୍କଡ଼କୁ ଝାମ୍ପି ନେଇଛି କୁମ୍ଭୀର ।  ତେଣୁ ପୂରା ମାଙ୍କଡ଼ ଦଳ ନଦୀ ଭିତରକୁ ଲମ୍ଫ ମାରିଛନ୍ତି । କୁମ୍ଭୀର ମୁହଁରୁ ମାଙ୍କଡ଼କୁ ବଞ୍ଚାବାକୁ ଚେଷ୍ଟା କରିଛନ୍ତି । ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ୫୦ରୁ ଅଧିକ ମାଙ୍କଡ଼ ଏପରି ଦୁଃସାହାସିକ କର୍ଯ୍ୟ କରିଛନ୍ତି । ମାଙ୍କଡ଼ମାନଙ୍କ ଏ ଏକତା ସାରା ମଣିଷ ସମାଜକୁ ଏକତାର ଶିକ୍ଷା ଦେଉଛି । 

Advertisment



ଯେଉଁଠି ମଣିଷର ବିପଦ ବେଳରେ ମଣିଷର ହାତ ଛାଡ଼ି ଦେଉଛି । ସେଠି ମାଙ୍କଡ଼ମାନେ କିନ୍ତୁ ନିଜର ଏକତା ଦେଖାଇଛନ୍ତି । ଏମିତି ଏକ ହୃଦୟ ଥରାଇ ଦେବା ଭଳି ଦୃଶ୍ୟ ଆସିଛି କେନ୍ଦ୍ରାପଡା ମହାକାଳପଡ଼ା ଅଂଚଳରୁ । ମହାନଦୀର ଶାଖା ଖରିନାସୀ ନାଳରେ ଏହି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ନିଜ ସାଥୀକୁ ବଞ୍ଚାଇବା ପାଇଁ ପାଣିରେ ପଶି ଆରପଟକୁ ପହଁରି ପହଁରି ଯାଇଥିଲେ । ଯଦିଓ କୁମ୍ଭିର ମୁହଁରୁ ତାଙ୍କ ସାଥି ମାଙ୍କଡ଼କୁ ରକ୍ଷା କରି ପାରିନଥିଲେ ତଥାପି ନିଜ ଭିତରେ ଏକତା ଓ ଭାଇଚାରା ଦେଖାଇଥିଲେ ମାଙ୍କଡ଼ମାନେ । 

ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଏହି ଘଟଣାକୁ ନିଜ ମୋବାଇଲରେ ରେକର୍ଡ କରିଥିଲେ । ତେବେ ଏହି ଭିଡିଓଟି ବର୍ତ୍ତମାନ ଭାଇରାଲ ହେଉଛି । ମହାକାଳପଡ଼ାର ବିଭନ୍ନ ଅଞ୍ଚଳର ନଦୀ ନାଳରେ ଏବେ କୁମ୍ଭୀର ଆତଙ୍କ ଲାଗି ରହିଛି । ଅନେକ ସମୟରେ ସ୍ଥଳଚର ଜୀବଜନ୍ତୁ କୁମ୍ଭୀରର ଶିକାର ହେଉଛନ୍ତି । 

Advertisment
Related Articles
Advertisment