Advertisment

Arijit Singh Visits: ଯାଜପୁର ବୁଲିଲେ ଅରିଜିତ୍ ସିଂ , ରାଜବାଟି ଇତିହାସର କାହାଣୀ ଗୋଟି ଗୋଟି ବୁଝିଲେ

ଅରିଜିତଙ୍କ ପସନ୍ଦ ପାଲଟିଲା ଯାଜପୁରର ଗଡ଼ ମଧୁପର । ଶୀତୁଆ ସକାଳରେ ଚାଲିଚାଲି ବୁଲିରେ ସିଙ୍ଗର ଅରିଜିତ୍ ସିଂ । ରାଜବାଟି ଇତିହାସର କାହାଣୀ ଗୋଟି ଗୋଟି ବୁଝିଲେ ।

author-image
OTV Bureau
Jajpur-Arjit-Singh-Visit-Madhupur-Rajabati

Jajpur-Arjit-Singh-Visit-Madhupur-Rajabati Photograph: (OTV)

ଅରିଜିତଙ୍କ ପସନ୍ଦ ପାଲଟିଲା ଯାଜପୁରର ଗଡ଼ ମଧୁପର । ଶୀତୁଆ ସକାଳରେ ଚାଲିଚାଲି ବୁଲିରେ ସିଙ୍ଗର ଅରିଜିତ୍ ସିଂ । ରାଜବାଟି ଇତିହାସର କାହାଣୀ ଗୋଟି ଗୋଟି ବୁଝିଲେ । ମା’ ବିରଜାଙ୍କ ମାଟି, ରାଜା ବୀରବର କୃଷ୍ଣ ପ୍ରକାଶ ଧୀର ନରେନ୍ଦ୍ର ସିଂଙ୍କ ରାଜ ଶାସନ ସମୟର କଥାକୁହା ରାଜବାଟି । ରାଜା ବୀରବର କୃଷ୍ଣ ପ୍ରକାଶ ଛାଡ଼ିଯାଇଥିବା ଏ ଜୀବନ୍ତ ଛାପ ଆଜି ବି ପାହାଡ଼ ଘେରା ରାଜବାଟିରେ ଖିଲିଖିଲି ହସୁଛି । ଆଉ ଏସବୁକୁ ଅତି ପାଖରୁ ଦେଖି, କିଛି ସ୍ମୃତି ସାଉଁଟିବାକୁ ନିଜେ ଏଠାକୁ ବୁଲି ଆସିଥିଲେ ବଲିଉଡ୍ ସିଙ୍ଗର ଅରିଜିତ୍ ସିଂ । ରାଜବାଟିରେ ପହଞ୍ଚିବା ପରେ ରାଜାଙ୍କ ସମ୍ପର୍କୀତ ସବୁ କିଛି ଜାଣିବାକୁ ରାଜବାଟି ପରସରରେ ପାଦରେ ଚାଲିଚାଲି ସବୁ ପଚାରି ବୁଝିଥିଲେ । ଏବଂ ସ୍ଥାନୀୟ ଲୋକଙ୍କ ସହ ଫଟୋ ଉଠାଇଥିଲେ ।

Advertisment



ରାଜାଙ୍କ ଖଣ୍ଡା ପରି ସେଦିନ ଚକଚକ୍ ଚମକୁଥିବା ଏ ରାଜବାଟୀ ଏବେ ମଳିନ ପଡ଼ିଗଲାଣି । କାନ୍ଥରୁ ପ୍ଲାଷ୍ଟର ବି ଖସି, ବାଲି ଆଉ ପଥରର ଦେହ ଦେଖାଯାଉଛି । ତଥାପି କମିନି ୟାର କିର୍ତ୍ତିର କଳାଯାଦୁ । ପ୍ରକୃତିର ସେ ସୁନ୍ଦର ଓଢଣା ଆଜି ବି ତା’ ମଥାରୁ ଖସିପଡ଼ିନି । ଏସବୁର ସୁନ୍ଦରତା ସାମାଜିକ ଗଣ ମାଧ୍ୟମରୁ ଦେଖି ଅରିଜିତ୍ ଯାଜପୁରକୁ ବୁଲି ଆସିଥିବା ସେ କହିଛନ୍ତି । ତା’ ଛଡ଼ା ରାଜଜେମା ଅପର୍ଣ୍ଣା ଧିର ନରେନ୍ଦ୍ର ସିଂ ତାଙ୍କ ସ୍ଵାମୀ ଏବଂ ଦୁଇ ଝିଅଙ୍କ ସହ ରଜବାଟିର କଳାକୃତି ଓ ନିର୍ମାଣ ଶୈଳୀକୁ ଦେଖିଛନ୍ତି । ଖାଲି ସେତିକି ନୁହେଁ, ଗଡ଼ ମଧୁପୁର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଏସବୁ ସୁନ୍ଦରତାକୁ ଭୁରିଭୁରି ପ୍ରଶଂସା କରିଥିଲେ 

ପ୍ରକୃତିର ଏ ପାହାଡ଼ ଘେରା ସୁନ୍ଦର ପରିବେଶ ପୂର୍ବରୁ ଅନେକ ଲୋକଙ୍କୁ ଏଠାକୁ ଟାଣିଆଣିଛି । ଆଉ ଏବେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ଏଠାକୁ ଟାଣି ହୋଇ ଆସିଛନ୍ତି ।  ଅରିଜିତଙ୍କ ଆସିବା ସ୍ଥାନୀୟ ଲୋକଙ୍କୁ ବେଶ୍ ଖୁସି କରାଇଛି । 

Advertisment
Advertisment
Related Articles
Advertisment