/odishatv-khabar/media/media_files/2025/11/27/meeting-the-parents-2025-11-27-16-04-29.jpg)
Meeting the Parents Photograph: (OTV)
ରିଲେସନଶିପ୍କୁ ପରବର୍ତ୍ତୀ ସ୍ତର ଅର୍ଥାତ୍ ବିବାହ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ କପଲଙ୍କୁ ନିଜ ନିଜ ବାପା ମାଆଙ୍କ ସହ ଦେଖା କରାଇବା ନିହାତି ଜରୁରୀ । ପ୍ରଥମ ଦେଖାସାକ୍ଷାତରେ ହଡ଼ବଡ଼ ହେବା ବହୁତ ସାଧାରଣ କଥା, କିନ୍ତୁ ପରିବାରକୁ ଇମ୍ପ୍ରେସ୍ କରିବା ଟିକେ କଷ୍ଟକର ଲାଗେ। ବିଶେଷକରି ଯଦି ଝିଅର ବାପା-ମା’ଙ୍କ ହୃଦୟ ଜିତିବାକୁ ଚାହୁଁଛନ୍ତି ତେବେ ନର୍ଭସ୍ ହେବା ସ୍ୱାଭାବିକ। କିନ୍ତୁ ଯଦି କିଛି କଥାର ଧ୍ୟାନ ରଖାଯାଏ ତେବେ ପ୍ରଥମ ଦେଖାସାକ୍ଷାତ ହିଁ ସ୍ମରଣୀୟ ହୋଇପାରେ। ଯଦି ଆପଣ ନିଜ ଗାର୍ଲଫ୍ରେଣ୍ଡର ପରିବାର ସହ ପ୍ରଥମ ଥର ଦେଖା କରିବାକୁ ଯାଉଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ହିଁ। ଆଜି ଆମେ ଆପଣଙ୍କୁ କିଛି କଥା କହୁଛୁ, ଯାହାର ଧ୍ୟାନ ରଖିଲେ ଆପଣଙ୍କ ପାର୍ଟନର ଓ ତାଙ୍କ ପରିବାର ଉଭୟ ବହୁତ ଇମ୍ପ୍ରେସ୍ ହୋଇଯିବେ।
୧. ପ୍ରଥମ ଦେଖାସାକ୍ଷାତରେ ଗିଫ୍ଟ ନେଇ ଯାଆନ୍ତୁ
ଯେତେବେଳେ ବି ଆପଣ ଗାର୍ଲଫ୍ରେଣ୍ଡର ପରିବାର ସହ ଦେଖା କରିବାକୁ ଯିବେ, ସେମାନଙ୍କ ପାଇଁ କିଛି ଗିଫ୍ଟ ଅବଶ୍ୟ ନେଇଯିବେ। ଉପହାରରେ ଆପଣ ମିଠ, ଫଳ, ଶୋପିସ୍ ନେଇପାରିବେ। ଏହା ଆପଣଙ୍କର ବିନମ୍ର ବ୍ୟବହାରକୁ ପ୍ରକାଶ କରେ। ଏହା ବ୍ୟତୀତ ଯଦି ସେମାନଙ୍କ ପରିବାରରେ ଛୋଟ ପିଲା ଅଛନ୍ତି ତେବେ ସେମାନଙ୍କ ପାଇଁ ଚକୋଲେଟ୍ ନେଇଯାଇପାରିବେ।
୨. ଡ୍ରେସିଂ ସେନ୍ସର ଧ୍ୟାନ ରଖନ୍ତୁ
ପ୍ରଥମ ଦେଖାସାକ୍ଷାତ ସମୟରେ ଆପଣ ନିଜର ପୋଷାକ ଓ ଲୁକ୍ର ବିଶେଷ ଧ୍ୟାନ ରଖନ୍ତୁ। ପ୍ରଥମ ଦେଖାରେ ଆପଣଙ୍କର ପୋଷାକ ବହୁତ କିଛି କହିଦିଏ। ତେଣୁ ଅତି ଷ୍ଟାଇଲିଶ୍ ବା କ୍ୟାଜୁଆଲ୍ ପୋଷାକ ପିନ୍ଧନ୍ତୁ ନାହିଁ। ପ୍ରଥମ ମିଟିଂ ପାଇଁ ଫର୍ମାଲ୍ ପୋଷାକ ବାଛନ୍ତୁ।
୩. ଠିକ୍ ଭାବରେ କଥାବାର୍ତ୍ତା କରନ୍ତୁ
ନିଜ ପାର୍ଟନରଙ୍କ ପରିବାର ସହ କେବଳ ବିନମ୍ରତାର ସହ କଥା ହୁଅନ୍ତୁ। ଏହି ସମୟରେ ଯେକୌଣସି ନେଗେଟିଭ୍ କଥା କହିବାରୁ ଦୂରେଇ ରୁହନ୍ତୁ। ରାଜନୀତି ଭଳି ବିବାଦୀୟ ବିଷୟରେ ତର୍କ କରନ୍ତୁ ନାହିଁ। ଯଦି ଆପଣଙ୍କଠାରୁ ବଡ଼ କେହି କଥା କହୁଛନ୍ତି ତେବେ ମଝିରେ କଥା କୁହନ୍ତୁ ନାହିଁ । ଧୈର୍ଯ୍ୟର ସହ ଶୁଣନ୍ତୁ।
୪. ସମୟର ଧ୍ୟାନ ରଖନ୍ତୁ
ଗର୍ଲଫ୍ରେଣ୍ଡର ପରିବାର ସହ ପ୍ରଥମ ଦେଖାସାକ୍ଷାତ ସମୟରେ ସମୟର ବିଶେଷ ଧ୍ୟାନ ରଖନ୍ତୁ। ଯଦି ପ୍ରଥମ ଥର ପାଇଁ ଡେରି ହୋଇଗଲେ ଆପଣଙ୍କର ଭୁଲ୍ ଇମ୍ପ୍ରେସନ୍ ପଡ଼ିପାରେ। ଯଦି କୌଣସି ଅତ୍ୟନ୍ତ ଜରୁରି କାରଣରୁ ଡେରି ହେଉଛନ୍ତି ତେବେ ଆଗରୁ ସେମାନଙ୍କୁ ଜଣାଇ ଦିଅନ୍ତୁ।
Ethnic Tension Flares at Border: ଦିଦିଙ୍କ ଗଡ଼ରେ ଦାଦାଗିରି: ଦୀଘାରୁ ଓଡ଼ିଆଙ୍କୁ ତଡ଼ୁଛନ୍ତି ବଙ୍ଗାଳୀ

Auramine Dye in Roasted Chana: ଭଜା ବୁଟ ଖାଉଥିଲେ ସାବଧାନ! ହୋଇପାରେ କ୍ୟାନ୍ସର... ଆସିଲା ସାଂଘାତିକ ତଥ୍ୟ

Another Cyclone in 12 Hours: ଆସୁଛି ଦିତ୍ବା! ଓଡିଶାରେ ପଡିବ କେତେ ପ୍ରଭାବ

President Droupadi Murmu in Bhubaneswar: ଭୁବନେଶ୍ବରରେ ରାଷ୍ଟ୍ରପତି: ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାରେ ରଖିବେ ଅଭିଭାଷଣ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)