/odishatv-khabar/media/media_files/2025/11/28/europe-girl-odia-bride-paralakhemundi-2025-11-28-13-31-06.jpg)
Europe-Girl-Odia-Bride-Paralakhemundi Photograph: (OTV)
ବାଜୁଛି ଯୋଡି ମହୁରୀ, ଆସିଛି ୟୁରୋପ କନିଆଁ । ବେଦୀ ବନ୍ଧା ହୋଇଛି, ପଡିଛି ହାତଗଣ୍ଠି । ନାଲି ଶଙ୍ଖା, ମଥାରେ ସିନ୍ଦୂର ନାଇଁ ବିଦେଶିନୀ ପାଲଟିଛି ଓଡ଼ିଆଣୀ । ୟୁରୋପୀୟ ଝିଅ, ଏବେ ଓଡ଼ିଆ ବୋହୂ । (Bride) ସତରେ, ପ୍ରେମ ମାନେ ନା ଜାତି ଧର୍ମ କି ସୀମା ସରହଦ । ମନର ମଣିଷକୁ ପାଇବାକୁ ସାତ ଦରିଆ ଡେଇଁ ପାରଳାଖେମୁଣ୍ଡିକୁ ଧାଇଁ ଆସିଛନ୍ତି ସ୍ଲୋଭାକିଆର ଏନା । ପୂରା ହିନ୍ଦୁ ବୈଦିକ ରୀତିନୀତିରେ ସାଜିଛନ୍ତି ଓଡିଆ ପୁଅର ଅର୍ଦ୍ଧାଙ୍ଗିନୀ ।
ଦେଶୀ ବରକୁ ବିଦେଶୀ କନିଆ । ଏମାନଙ୍କ ପ୍ରେମ କାହାଣୀ ଶୁଣିଲେ ଆପଣଙ୍କୁ ଲାଗିବ ଏ କୌଣସି ସିନେମାର ସ୍କ୍ରିପ୍ଟ । ରାଜୀବ ସିଙ୍ଗାପୁରରେ ରହୁଥିଲେ, ସେଠି କାମ କରିବା ବେଳେ ଏକ ହସ୍ପିଟାଲରେ ଦେଖାହେଲା ୟୁରୋପୀୟ ସ୍ଲୋଭାକିଆ ଦେଶର ଏନାଙ୍କ ସହ । ସେଠି କଥାରେ କଥାରେ ପ୍ରେମ ହୋଇଗଲା । ଭାରତୀୟ ସଂସ୍କୃତି ପରମ୍ପରାକୁ ଭଲ ପାଇବସିଲେ ଏନା । ରାଜୀବ ସିନା ଘରକୁ ଫେରିଆସିଲେ ହେଲେ ଏନା ଭୁଲି ପାରିନଥିଲେ ରାଜୀବଙ୍କୁ । ପ୍ରେମିକଙ୍କୁ ଖୋଜି ଖୋଜି ପାରି ହୋଇଗଲେ ସାତଦରିଆ । ସ୍ଲୋଭାକିଆରୁ ଆସି ପହଞ୍ଚିଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ।
ରାଜୀବଙ୍କ ଘରେ ବି ଏନାଙ୍କୁ ଦେଖି ଭାରି ଖୁସି । ପୁଅର ବିବାହ ଠିକ୍ କଲେ। କାର୍ଡ ଛପା ହେଲା, ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ହେଲା । ଖୁବ୍ ଧୂମଧାମ୍ରେ ହିନ୍ଦୁ ରୀତିନୀତିରେ ହାତକୁ ଦି'ହାତ ହେଲେ ରାଜୀବ ଓ ଏନା । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହେଲେ । ଆଉ ଏନା ପାଲଟିଗଲେ ରାଜୀବଙ୍କ ସ୍ତ୍ରୀ ଅନନ୍ୟା । ଉଭୟଙ୍କ ପ୍ରେମ କାହାଣୀ ଓ ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା ।
CCTV Captures Horrific Moment: ମୃତ୍ୟୁ କଣ ଏମିତି ବି ଆସେ , ପୂରା ଭିଡିଓ CCTVରେ କଏଦ

Big Changes in Labour Law: ଆଉ ଗ୍ରାଚୁଇଟି ପାଇଁ ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିବନି , ବଦଳିଲା ଆହୁରି ଅନେକ ନିୟମ

Three Foot Doctor: ଚର୍ଚ୍ଚାରେ ୩ ଫୁଟ ଉଚ୍ଚତାର ଡାକ୍ତର , ରୋଗୀ ଦେଖିଲେ ହୁଅନ୍ତି ଆଶ୍ଚର୍ଯ୍ୟ

Horror In Odisha: ମରିଗଲା ମାନବିକତା, ମଝି ରାସ୍ତାରେ ସ୍ବାମୀର ଶବକୁ ଜଗି ବସିଛି ସ୍ତ୍ରୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)