Advertisment

Heroic Act: ଦେବଦୂତ ସାଜିଲେ RPF ଯବାନ, ମରଣମୁହଁରୁ ବୃଦ୍ଧାଙ୍କୁ ବଞ୍ଚାଇଲେ

ରେଳ ଷ୍ଟେସନରେ ୬୦ ବର୍ଷୀୟା ବୃଦ୍ଧା ହେମଲତା ଟ୍ରେନରେ ଧକ୍କା ହେବାରୁ ଅଳ୍ପକେ ବଞ୍ଚିଗଲେ । RPF କନେଷ୍ଟବଳ ଅଶ୍ୱିନୀ କୁମାର ତାଙ୍କୁ ରକ୍ଷା କରିବାକୁ ହଠାତ୍ ମାଡିଆସିଲେ। ସଫଳ ବି ହେଲେ । CCTV ଭିଡିଓରେ କଏଦ୍ ହୋଇଛି ମୃତ୍ୟୁମୁଖରୁ ବଞ୍ଚାଇବାର ଦୃଶ୍ୟ ।

author-image
Tapan Swain
RPF

RPF Photograph: (OTV)

ଓଡ଼ିଆରେ ଏକ କଥା ଅଛି ‘ଯାହାକୁ ରଖିବେ ଅନନ୍ତ…’  । ଜଣେ ବୃଦ୍ଧା ମହିଳା ମୃତ୍ୟୁ ମୁଖରେ ଥିଲେ। ତାଙ୍କୁ ଟ୍ରେନ୍ ଧକ୍କା ଦେବାକୁ ଯାଉଥିଲା କିନ୍ତୁ ଭଗବାନ ତାଙ୍କୁ ବଞ୍ଚାଇଦେଲେ। ଜଣେ ଆରପିଏଫ୍ ଯବାନ ତାଙ୍କୁ ବଞ୍ଚାଇ ନୂଆ ଜୀବନ ଦେଲେ । 

Advertisment

ଯଦି କିଛି ସେକେଣ୍ଡ ବିଳମ୍ବ ହୋଇଥାନ୍ତା… 

ବୃଦ୍ଧାଙ୍କ ଜୀବନ ବଞ୍ଚାଇବାର ସମ୍ପୂର୍ଣ୍ଣ ଘଟଣାଟି ବେୱାର ରେଳଷ୍ଟେସନରେ ଲାଗିଥିବା ସିସି କ୍ୟାମେରାରେ କଏଦ ହୋଇଛି। ଏହି ଘଟଣା ଦୁଇ ଦିନ ପୂର୍ବେ ଘଟିଥିଲା। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହାକୁ ଦେଖୁଥିବା ଲୋକମାନେ RPF ଯବାନଙ୍କ ସାହସକୁ ପ୍ରଶଂସା କରୁଛନ୍ତି।

ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଏକ ଟ୍ରେନ୍ ଆସୁଛି ଏବଂ ମହିଳା ଜଣକ ଟ୍ରେନ ଲାଇନ୍ ପାର ହୋଇ ଅନ୍ୟ ପ୍ଲାଟଫର୍ମ ଆଡକୁ ଦୌଡୁଛନ୍ତି। ସେ ଟ୍ରେନ୍ ସହିତ ଧକ୍କା ହେବାକୁ ଯାଉଥିଲେ, ସେତେବେଳେ ଜଣେ RPF ଯବାନ ଦୌଡ଼ି ଆସି ତାଙ୍କୁ ଧରି ପକାଇଲେ। ଏହା ମହିଳାଙ୍କ ଜୀବନ ବଞ୍ଚିଗଲା। ଯଦି RPF ଯବାନ ଗୋଟିଏ କିମ୍ବା ଦୁଇ ସେକେଣ୍ଡ ବିଳମ୍ବ କରିଥାନ୍ତେ, ତେବେ ମହିଳା ଜଣଙ୍କ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଆନ୍ତେ।

Advertisment

ଏହି ବୃଦ୍ଧାଙ୍କ ନାମ ହେମଲତା। ୬୦ ବର୍ଷୀୟା ହେମଲତା ବେୱାରର କୃଷ୍ଣ କଲୋନୀର ବାସିନ୍ଦା। RPF ଯବାନ ଅଶ୍ୱିନୀ କୁମାର କହିଛନ୍ତି ଯେ ସେ ପ୍ଲାଟଫର୍ମରେ ଡ୍ୟୁଟିରେ ଥିଲେ। ସେହି ସମୟରେ ଏକ ଟ୍ରେନ୍ ଆସୁଥିଲା ଏବଂ ମହିଳା ଜଣକ ଲାଇନ୍ ପାର ହେବା ପାଇଁ ଦୌଡୁଥିବା ଦେଖାଯାଇଥିଲା। ଏପରି ପରିସ୍ଥିତିରେ ଅଶ୍ୱିନୀ ସାହସ ଜୁଟାଇ ଟ୍ରେନ୍ ସାମ୍ନାରେ ଟ୍ରାକ୍ ପାର ହୋଇ ହେମଲତାଙ୍କୁ ଧରି ପକାଇଥିଲେ। ହେମଲତା ମଧ୍ୟ ନିଜକୁ ମୁକ୍ତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଯବାନ ତାଙ୍କୁ ଜୋରରେ ଧରିଥିଲେ। ଏହିପରି ଭାବରେ ହେମଲତାଙ୍କ ଜୀବନ ରକ୍ଷା ହୋଇଥିଲା। 

ଏହି ସମ୍ପୂର୍ଣ୍ଣ ଘଟଣାଟି ଶୁକ୍ରବାର ଦିନ ପ୍ରାୟ ୧୨ଟା ସମୟରେ ଘଟିଥିଲା। ସେହି ସମୟରେ ଟ୍ରେନ ନମ୍ବର ୧୪୮୦୧ (ଯୋଧପୁର-ଇନ୍ଦୋର ଏକ୍ସପ୍ରେସ) ଯୋଧପୁରରୁ ପ୍ଲାଟଫର୍ମ ନମ୍ବର ୨ରେ ଆସୁଥିଲା। ଯାତ୍ରୀ ହେମଲତା ପ୍ଲାଟଫର୍ମ ନମ୍ବର ୧ ରେ ଠିଆ ହୋଇଥିଲେ। ତାଙ୍କୁ ଟ୍ରେନ ଧରିବାକୁ ଥିଲା। ତେଣୁ ସେ ପ୍ଲାଟଫର୍ମ ନମ୍ବର ୧ ରୁ ପ୍ଲାଟଫର୍ମ ନମ୍ବର ୨ କୁ ଦୌଡ଼ିଥିଲେ । ଟ୍ରେନ ମିସ୍ ନକରିବା ପାଇଁ ସେ ଦୌଡିଥିଲେ ।  CCTV ଫୁଟେଜ୍ ଦେଖିବା ପରେ ହେମଲତା ତାଙ୍କର ଭୁଲ ବୁଝିପାରିଥିଲେ। ସେ କହିଲେ ଯେ ତାଙ୍କୁ ଶୀଘ୍ର ଯିବା ଉଚିତ୍ ନଥିଲା। ତାଙ୍କ ଜୀବନ ବଞ୍ଚାଇ ଥିବାରୁ RPF କର୍ମଚାରୀଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।

Railways Rescued
Advertisment
Related Articles
Advertisment