Advertisment

Farmhouse Invaded Thugs: ଫାର୍ମ ହାଉସରେ ପଶିଲେ, ବନ୍ଧୁକ ଦେଖାଇଲେ....ଲୁଟିନେଲେ

ଫାର୍ମ ହାଉସରେ ପଶି ଦୁର୍ବୁତ୍ତଙ୍କ ଦାଦାଗିରି ଅଭିଯୋଗ l ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ଲୁଟି ନେଲେ ନଗଦ ଟଙ୍କା ଓ ଫାର୍ମରେ ଥିବା ଅନ୍ୟ ଆସବାବପତ୍ର l ଏପରି ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ରାଇବୋଲ ପଞ୍ଚାୟତର କଙ୍କଣା ଗାଁରେ l

author-image
Manas Ranjan Mohanty
FARM-HOUSE-ISSUE

FARM-HOUSE-ISSUE Photograph: (OTV)

ଫାର୍ମ ହାଉସରେ ପଶି ଦୁର୍ବୁତ୍ତଙ୍କ ଦାଦାଗିରି ଅଭିଯୋଗ l ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ଲୁଟି ନେଲେ ନଗଦ ଟଙ୍କା ଓ ଫାର୍ମରେ ଥିବା ଅନ୍ୟ ଆସବାବପତ୍ର l ଏପରି ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ରାଇବୋଲ ପଞ୍ଚାୟତର କଙ୍କଣା ଗାଁରେ l ସୂଚନା ଅନୁସାରେ ଭୁବନ ଥାନା ଯମୁନାକୋଟ ଗାଁର ନରେନ୍ଦ୍ର ସାହୁ କଙ୍କଣା ଗାଁରେ ଏକ ଫାର୍ମ ହାଉସ କରିଛନ୍ତି l ଘଟଣା ସମୟରେ ନରେନ୍ଦ୍ର ସାହୁ ଫାର୍ମ ହାଉସରେ ଥିଲେ । କିଛି ଦୁର୍ବୁତ୍ତ ନରେନ୍ଦ୍ରଙ୍କ ଫାର୍ମ ହାଉସକୁ ଯାଇଥିଲେ । ନରେନ୍ଦ୍ରଙ୍କୁ ବନ୍ଧୁକ ଓ ମରଣାସ୍ତ୍ର ଦେଖାଇ ଭୟଭୀତ କରାଇବା ସହ ଫାର୍ମରେ ଥିବା ନଗଦ ଚାଳିଶ ହଜାର ଟଙ୍କା, କମ୍ପ୍ୟୁଟର, ଅନ୍ୟ ବୈଦ୍ୟୁତିକ ସାମଗ୍ରୀ ଲୁଟି ନେଇଛନ୍ତି l ଯାହାକୁ ନେଇ ନରେନ୍ଦ୍ର କାମାକ୍ଷାନଗର ପୋଲିସକୁ ଖବର ଦେଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି କିଛି ଦୁର୍ବୁତ୍ତଙ୍କୁ ଅଟକ ରଖିଥିବା ବେଳେ ମାରଣାସ୍ତ୍ର ଓ ବନ୍ଧୁକ ଜବତ କରିଛି l ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । 

Advertisment

ଫାର୍ମ ହାଉସ ରେ ପଶି ଦୁର୍ବୁତ୍ତଙ୍କ ଦାଦାଗିରି! 
ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ କଲେ ଭୟଭୀତ 
ଧରିଲା ପୋଲିସ୍, ଚାଲିଛି ତଦନ୍ତ

Advertisment
Related Articles
Advertisment