Advertisment

Viral Love Moment: ପ୍ରେମିକା ପାଇଁ ମାନସିକ କଲେ, ରାସ୍ତାରେ ୪ କି.ମି. ଦଣ୍ଡପ୍ରଣାମ କଲେ

ପ୍ରେମିକାକୁ ପାଇବା ପାଇଁ ଦଣ୍ଡ ପ୍ରଣାମ। ଶିବରାତ୍ରୀରେ ୪ କିଲୋମିଟର ଦଣ୍ଡ ପ୍ରଣାମ କଲେ ଯୁବକ। ମୁନିଗୁଡା ଅମ୍ବାଦଳା କପିଳେଶ୍ୱର ମନ୍ଦିରକୁ ଯିବାବେଳର ଚିତ୍ର ସାମନାକୁ ଆସିଛି।

author-image
Chinmayee Sahoo
Boy Rolls on Road

Boy Rolls on Road Photograph: (OTV)

ପ୍ରେମିକା ପାଇଁ ଦଣ୍ଡ ପ୍ରଣାମ। ପ୍ରେମିକାକୁ ସଦବୁଦ୍ଧି ଦେବାକୁ ଶିବରାତ୍ରୀରେ ଦଣ୍ଡ ପ୍ରଣାମ କରି ଠାକୁରଙ୍କ ପାଖକୁ ଆସିଲେ ପ୍ରେମିକ। ମୁନିଗୁଡା ବ୍ଲକ ଅମ୍ବାଦଳା କପିଳେଶ୍ୱର ମନ୍ଦିରକୁ ଯିବାବେଳେ ଗତକାଲି ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ।। ଇଚ୍ଛାପୁର ପଂଚାୟତ ଡାଙ୍ଗବାଡ଼ି ଗାଁର ଲୋକନାଥ ଡ଼ଙ୍ଗରି ଉଚ୍ଚ ଶିକ୍ଷିତ। 

Advertisment

ଚେନ୍ନାଇର ଏକ କମ୍ପାନୀରେ ଅପାରେଟର ଭାବେ କାର୍ଯ୍ୟ କରନ୍ତି। ହେଲେ ଲୋକନାଥ ନିଜ ପ୍ରେମିକାଙ୍କ ସହ ମନୋମାଳିନ୍ୟ ଦୂର କରିବା ପାଇଁ ଗୁହାରି କରି ଡାଙ୍ଗବାଡ଼ି ଠାରୁ ଶିବ ମନ୍ଦିରକୁ ପ୍ରାୟ ୪ କିଲୋମିଟର ଦଣ୍ଡ ପ୍ରଣାମ କରି ଯାଇଥିଲେ। ପୁଅର ଏଥିରେ ସାହାଯ୍ୟ କରିଥିଲେ ବାପା-ମାଆ। ଏ ଦୃଶ୍ୟ ବେଶ୍ ରୋଚକ ସୃଷ୍ଟି କରିଥିଲା।

Rayagada
Advertisment
Related Articles
Advertisment