/odishatv-khabar/media/media_files/2025/12/25/humane-sagar-mother-2025-12-25-20-16-23.jpg)
Humane Sagar Mother Photograph: (OTV)
ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ମାଆ ଶେଫାଳିଙ୍କ ଓଟିଭି ଖୋଲାକଥାରେ ବିସ୍ଫୋରଣ। ଦୁଇ ମ୍ୟାନେଜରଙ୍କ ସହ ଜଣେ ଅର୍କ୍ରେଷ୍ଟ୍ରା ମାଲିକଙ୍କ ଦ୍ବାରା ହୋଇଥିବା ଅର୍ଥ ହେରଫେର ତଦନ୍ତ ଦାବି ସାଙ୍ଗକୁ ସହ-ଗାୟିକା ଅର୍ପିତାଙ୍କ ନାଁରେ ବି ଆଣିଛନ୍ତି ସାଂଘାତିକ ଆରୋପ। ଯାହା କି ହ୍ୟୁମାନଙ୍କ ଫ୍ୟାନ ମହଲରେ ହଲଚଲ ସୃଷ୍ଟି କରିଥିବାବେଳେ ପୋଲିସ୍ ପାଇଁ ସାଜିବ ତଦନ୍ତର ଦିଗ।...
ଦୀନେଶ ବେହେରା ଭିଲେନ୍
ମ୍ୟାନେଜର ଦୀନେଶ ବେହେରା ଓରଫ ପପୁ ଭିଲେନ୍ । ହ୍ୟୁମାନ ପାଖକୁ ରାତି ଅଧରେ ଆସୁଥିଲା ଅର୍ପିତା । ପୁଅର ଡ୍ରାଇଭର ସବୁ କଥା ଜାଣିଛି... ।
ଲୋକପ୍ରିୟ ସିଙ୍ଗର ହ୍ୟୁମାନ ସାଗରଙ୍କ ମୃତ୍ୟୁର ମାସେ ପରେ ଓଟିଭି ଖୋଲକଥା କାର୍ଯ୍ୟକ୍ରମରେ ଏମିତି କିଛି ସାଂଘାତିକ ତଥ୍ୟ ରଖି ବିସ୍ଫୋରଣ ଘଟାଇଛନ୍ତି ମାଆ ଶେଫାଳି ସୁନା। କହିଛନ୍ତି ମ୍ୟାନେଜର ଦୀନେଶ ବେହେରା ହିଁ ଖଳନାୟକ।
ପୁଅକୁ ଲିଭର ସିରୋସିସ୍ ହୋଇଥିବା କଥା ଦୀନେଶ ଓରଫ ପପୁ ମୋତେ ଲୁଚାଇ ଥିଲା, ମୁଁ ଭେଲୋର ନେବାକୁ କହିବାରୁ ଚିହିଁକି ଉଠିଲା। ନିଜ ଆର୍ଥିକ ସ୍ବାର୍ଥ ହାସଲ ପାଇଁ ସେମାନେ ହ୍ୟୁମାନକୁ ବ୍ୟବହାର କରୁଥିଲେ। ଘରୁ-ହସ୍ପିଟାଲ ନେଉଥିଲେ, ସେଠୁ ସିଧା ଷ୍ଟେଜ୍ ଚଢ଼ାଉଥିଲେ। ପୁଅ ଆଇସିୟୁରେ ଥିବାବେଳେ ପପୁ, ବୋହୂ ଶ୍ରେୟା ଓ ମୋ ସହ ବି ଝଗଡ଼ା କରିଥିଲା। ଏକଥା ହ୍ୟୁମାନ ଜାଣିପାରି ସମସ୍ତଙ୍କୁ ଚୁପ୍ ରହିବାକୁ ଗୁହାରି କରିଥିଲା।
ବଡ଼ ପାପ ଥିଲା
ଅର୍ପିତା ଚୌଧୁରୀ ତା ଘରେ ପ୍ରୋଗ୍ରାମ ଯାଉଛି ବୋଲି ମିଛ କହି ମୋ ପୁଅ ପାଖକୁ ରାତି ଅଧରେ ଆସୁଥିଲା। ମୁଁ ଏକଥା ଜାଣୁଥିଲି, ଯାହାକି ମୋ ପାଇଁ ବଡ଼ ପାପ ଥିଲା ବୋଲି କହିଛନ୍ତି ଶେଫାଳି। ଏଥିସହ ବୋହୂ ଶ୍ରେୟାଙ୍କ ନାଁରେ ଏତଲା ଦେଇଥିବା କଥା ଶେଫାଳି ସ୍ବୀକାର କରିଥିବାବେଳେ ହ୍ୟୁମାନର ଡ୍ରାଇଭର ସବୁ ଜାଣିଛି ଓ ଏଫଆଇଆରରେ ତା ନାଁ ବି ଯୋଡ଼ିବାକୁ ସେ ନିବେଦନ କରିଥିବା କହିଛନ୍ତି ଶେଫାଳି ସୁନା।...
ଖାଲି ସେତିକି ନୁହେଁ ଡେରିରେ କଟକ ମର୍କତ ନଗର ଥାନାରେ କାହିଁକି ଦେଲେ ଏଫଆଇଆର୍ ? ତାହା ବି ସ୍ପଷ୍ଟ କରିଛନ୍ତି ହ୍ୟୁମାନ ସାଗରଙ୍କ ମାଆ। ଆଉ ସାଗର ସଙ୍ଗମ ଲାଇଭ୍ ର ମାଲିକ ଏମ.ଡି ଆବିଦ୍ ଓରଫ ବବଲୁ। ଯାହାଙ୍କ ନାଁ ଏତଲାରେ ରହିଛି ଓ ତାଙ୍କ ବିରୋଧରେ ଶେଫାଳି ଆଣିଛନ୍ତି ସଂଗୀନ ଆରୋପ। ତେଣେ ଏତଲାରେ ନାଁ ଥିବା ୯ଜଣଙ୍କ ମଧ୍ୟରୁ ପ୍ରଥମ ବ୍ୟକ୍ତି ଭାବେ ମୁହଁ ଖୋଲିଛନ୍ତି ଆବିଦ୍।
ଓଟିଭିକୁ କହିଛନ୍ତି- ୨୦୧୩ ମସିହାରୁ ହ୍ୟୁମାନ ତାଙ୍କ ଅର୍କ୍ରେଷ୍ଟ୍ରାରୁ ମାତ୍ର ହଜାରେ ଟଙ୍କାରେ କ୍ୟାରିୟର ଆରମ୍ଭ କରିଥିଲେ ଓ ୨୦୨୩ରେ ଛାଡ଼ିଲା ବେଳକୁ ଦେଢ ଲକ୍ଷ ପର୍ଯ୍ୟନ୍ତ ପାରିଶ୍ରମିକ ନେଉଥିଲେ। ହ୍ୟୁମାନଙ୍କର ଗୋଟିଏ ଟଙ୍କା ସେ ବାକି ରଖିନାହାନ୍ତି କି ତାଙ୍କ ଆର୍ଥିକ କାରବାର କଥା ଜାଣନ୍ତିନି। ତେବେ ତାଙ୍କ ମାଆଙ୍କୁ ନ୍ୟାୟ ମିଳୁ। ତଦନ୍ତରେ ପୋଲିସକୁ ସବୁ ପ୍ରକାର ସହଯୋଗ କରିବେ ଓ ଦରକାର ପଡ଼ିଲେ ମିଛ ଧରା ପରୀକ୍ଷା (ଲାଏ ଡିଟେକ୍ସନ ଟେଷ୍ଟ)କୁ ବି ସେ ସ୍ବାଗତ କରିବେ ବୋଲି କହିଛନ୍ତି ଆବିଦ୍।..
ଏପଟେ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ତାଙ୍କ ମାଆଙ୍କ ଏତଲା ଓ ଆରୋପକୁ ନେଇ କେବଳ ବବଲୁଙ୍କୁ ଛାଡ଼ି ଅନ୍ୟ କାହାରି ପ୍ରତିକ୍ରିୟା ମିଳିନଥିବାବେଳେ ପୂର୍ବରୁ ମ୍ୟାନେଜର ଦୀନେଶ ମଧ୍ୟ ପୋଲିସକୁ ତଦନ୍ତରେ ସହଯୋଗ କରିବେ ବୋଲି କହିଥିଲେ। ଏଣେ ହ୍ୟୁମାନ ଡେଥ୍ ଫାଇଲ୍ ଖୋଲି ରହସ୍ୟ ଭେଦିବାକୁ ତତ୍ପର ହୋଇଛି କମିଶନରେଟ୍ ପୋଲିସ।
ମାଆ ଶେଫାଳି ଯେଉଁ ୯ଜଣଙ୍କ ନାଁ ଏତଲାରେ ଉଲ୍ଲେଖ କରିଛନ୍ତି- ସେମାନଙ୍କ ଫାଇନାନସିଆଲ ଟ୍ରାନଜାକ୍ସନ ଘାଣ୍ଟିବା ଆରମ୍ଭ କରିଛି। ସମସ୍ତଙ୍କ ବର୍ଷକର ଫୋନ୍ କଲ୍ ଡିଟେଲସ ବି ମାଗିଛି। ଖୁବଶୀଘ୍ର ଏମାନଙ୍କୁ ନୋଟିସ୍ କରିପାରେ ବୋଲି ଅନୁମାନ କରାଯାଉଛି। ଅଭିଯୋଗ ସଂପର୍କରେ ଅର୍ପିତା ଓ ଦୀନେଶ ବେହେରାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
Tragic Hospital Death: ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁ, ପରିବାର ଲୋକ କହିଲେ ଦିଦିଙ୍କ ଭୁଲ୍ ଅସ୍ତ୍ରୋପଚାର ପାଇଁ…

Bhupinder Sounds Alarm: ଖଣ୍ଡ ଖଣ୍ଡ ହୋଇଯିବ କି ବିଜେଡି ? କାହିଁକି ଏମିତି କହିଲେ ଭୂପିନ୍ଦର

Gaping Drain Claims Victims: ଆଁ କରି ମୁଣ୍ଡ ଖାଉଛି ଡ୍ରେନ୍, ପୂର୍ତ୍ତ ବିଭାଗର ଧୂର୍ତ୍ତ କାମ

Explosions and Intrigue: ବିସ୍ଫୋରଣରେ ଥରିଲା ବାଂଲାଦେଶ, ନିର୍ବାଚନ ରୋକିବାକୁ କିଏ କରୁଛି ଷଡଯନ୍ତ୍ର ?

Twisted Threads of Humane Death Case Tighten: ହ୍ୟୁମାନଙ୍କ ମୃତ୍ୟୁର ଅଡ଼ୁଆ ସୂତା ଆହୁରି ଛନ୍ଦି ହେଉଛି, ବବୁଲ୍ ଦେଲେ ବଡ଼ ବୟାନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)