/odishatv-khabar/media/media_files/2025/10/19/uniqe-antibiotic-2025-10-19-20-26-26.jpg)
UNIQE-ANTIBIOTIC Photograph: (OTV)
ସୁପରବଗକୁ ହରାଇବ ଏନ୍ଆଇଟି ରାଉରକେଲାର ହରିତ୍ ଅସ୍ତ୍ର । ଆଣ୍ଟିବାୟୋଟିକ୍ ପ୍ରତିରୋଧୀ ବ୍ୟାକ୍ଟେରିଆର ସର୍ବନାଶ କରିବ । ଦେଶୀ ହର୍ବାଲ୍ ଆଣ୍ଟିବାୟୋଟିକ୍ ।
ଚିକିତ୍ସା ବିଜ୍ଞାନରେ ହଇଚଇ ସୃଷ୍ଟି କରି ଏଭଳି ଏକ ଯୁଗାନ୍ତକାରୀ ଆଣ୍ଟିବାୟୋଟିକ୍ ଔଷଧକୁ ଦୁନିଆ ସାମ୍ନାକୁ ଆଣିଛନ୍ତି ଏନ୍ଆଇଟି ରାଉରକେଲା ଲାଇଫ୍ ସାଇନ୍ସ ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଗବେଷକ ଟିମ୍।
ଉଦ୍ଭାବନ ଏବଂ ବିକଶିତ ହୋଇଛି ଜିଙ୍କ ଅକ୍ସାଇଡ୍ ନାମକ ନାନୋ ପାର୍ଟିକିଲ୍। ଯାହା ମଣିଷ ଶରୀରରେ ଥିବା କ୍ଷତିକାରୀ ସୁପରବଗକୁ ମାରିବାରେ ପାରମ୍ପାରିକ ଆଣ୍ଟିବାୟୋଟିକ୍ଠୁ ଦୁଇଗୁଣା ଅଧିକ ପ୍ରଭାବଶାଳୀ। ସବୁଠୁ ବଡ଼ କଥା ହେଉଛି ପ୍ରାରମ୍ଭିକ ଭାବେ 12ଟି ଗଛର ଫୁଲ ଏବଂ ପତ୍ରକୁ ଗବେଷଣା ପରେ ଆମ ବାଡ଼ି ବଗିିଚାରେ ସହଜରେ ଉପଲବ୍ଧ ଆମ୍ବ, ୟୁକାଲିପଟାସ୍ ଏବଂ ଗେଣ୍ଡୁଫୁଲରୁ ପ୍ରସ୍ତୁତ ହୋଇଛି ଏ ମହୌଷଧି। ଏଇ ତିନିଟି ଗଛର ପତ୍ର ଏବଂ ଫୁଲର ମିଶ୍ରଣର ଏକ୍ସ୍ଟ୍ରାକ୍ଟରୁ ପ୍ରସ୍ତୁତ ଜିଙ୍କ ଅକ୍ସାଇଡ୍ ନାନୋ ପାର୍ଟିକିଲ୍ସ ଶରୀରରେ ସୁପରବଗ୍ ବା କ୍ଷତିକାରକ ଜୀବାଣୁ କୋଷଗୁଡ଼ିକୁ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ କରିବାକୁ ସାମର୍ଥ୍ୟ ରଖୁଥିବା ଦାବି କରିଛନ୍ତି ଗବେଷକ।...
ତେବେ କଣ ଏଇ ସୁପରବଗ୍ ? ସରଳରେ କହିଲେ ଏହା ହେଉଛି ଅନିୟନ୍ତ୍ରିତ ଭାବେ ଆଣ୍ଟିବାୟୋଟିକ୍ ସେବନ ଦ୍ବାରା ଶରୀରରେ ସୃଷ୍ଟି ହେଉଥିବା ଅତ୍ୟନ୍ତ କ୍ଷତିକାରକ ଜୀବାଣୁ କିମ୍ବା କବକ। ଏମାନେ ନିଜ ଭିତରେ ଆଣ୍ଟିବାୟୋଟିକ୍ ପ୍ରତିରୋଧୀ କ୍ଷମତାକୁ ଏଭଳି ବଢ଼ାଇ ଚାଲିଥାନ୍ତି ଯାହା ଦ୍ବାରା ସଂପୃକ୍ତ ରୋଗ ପାଇଁ ଆଉ ଆଣ୍ଟିବାୟୋଟିକ୍ ମେଡିସିନ୍ କାମ ଦିଏନି। ରୋଗ ବଢ଼ିଚାଲେ। ଯାହା ବର୍ତ୍ତମାନ ସମୟର ସବୁଠୁ ବଡ଼ ଚ୍ୟାଲେଞ୍ଜ୍। ଦି ଲାନସେଟ୍ ଜର୍ଣ୍ଣାଲର ଆକଳନରୁ 2050 ସୁଦ୍ଧା ଏଇ ସୁପରବଗ୍ ହିଁ ବିଶ୍ବର 3 କୋଟି 90 ଲକ୍ଷ ଲୋକଙ୍କ ଜୀବନ ନେବାର ଆଶଙ୍କା ରହିଛି। ତେଣୁ ସାରା ବିଶ୍ବର ଚିକିତ୍ସା ବିଜ୍ଞାନ ଏଇ ସୁପରବଗ୍ ମୁକାବିଲା ପଛରେ ଲାଗିଥିବା ବେଳେ ଏନ୍ଆଇଟି ରାଉରକେଲାର ଗବେଷକ ବିକଶିତ କରିଛନ୍ତି ଏଇ ସହଜ ସମାଧାନ। ବଡ଼ କଥା ହେଉଛି ପାରମ୍ପରିକ ଆଣ୍ଟିବାୟୋଟିକରେ କ୍ଷତିକାରକ କେମିକାଲର ବ୍ୟବହାର ହେଉଥିଲା ବେଳେ ଏହା ଏକଦମ୍ ହର୍ବାଲ୍ ଏବଂ ପରିବେଶ ଉପଯୋଗୀ। ଏନଆଇଟି ନିର୍ଦ୍ଦେଶକଙ୍କ କହିବା କଥା ପ୍ରାରମ୍ଭିକ ସଫଳତା ପରେ ଏବେ ଏହାର ଅଧିକ ଗବେଷଣା ପାଇଁ କେନ୍ଦ୍ର ସରକାରଙ୍କ ପାଖରୁ ଅନୁମତି ମିଳିଛି।....
ସର୍ଫେସ୍ ଆଣ୍ଡ ଇଣ୍ଟରଫେସ୍ ଜର୍ଣ୍ଣାଲରେ ଏନଆଇଟି ରାଉରକେଲାର ଏ ଗବେଷଣା ସନ୍ଦର୍ଭ ପ୍ରକାଶିତ ହେବା ପରେ ଉଚ୍ଚ ପ୍ରଶଂସିତ ହୋଇଛି। ଦୀର୍ଘ 5 ବର୍ଷର ଗବେଷଣା ପରେ ସୁପରବଗର ଅମୋଘ ଅସ୍ତ୍ର ଭାବେ ଏହି ବୈପ୍ଳିବକ ଆଣ୍ଟିବାୟୋଟିକ୍ ପ୍ରସ୍ତୁତ ତ ହୋଇସାରିଛି। ପଶୁ ଓ ମାନବ ଶରୀରରେ ପରୀକ୍ଷଣ ପରେ ବଜାରକୁ ଏହା କେବେ ଆସୁଛି, ଏବେ ତା ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)