/odishatv-khabar/media/media_files/2026/01/23/utkal-hospital-2026-01-23-12-43-26.jpg)
Utkal Hospital Photograph: (OTV)
ରାଜ୍ୟରେ ପ୍ରଥମ ଶ୍ରେଣୀର ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ (BMT) ଓ ସେଲ୍ୟୁଲାର ଥେରାପି ସେବାକୁ ସୁଦୃଢ଼ ଭାବେ ଆରମ୍ଭ କରିଛି ଉତ୍କଳ ହସ୍ପିଟାଲ । ରୋଗୀଙ୍କୁ ଉଚ୍ଚମାନର ଚିକିତ୍ସା ସେବା ଯୋଗାଇ ଦେଉଛି ।
କ୍ଲିନିକାଲ ହେମାଟୋଲୋଜି, ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ (BMT) ଓ ସେଲ୍ୟୁଲାର ଥେରାପି ସଂପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କୁହାଯାଇଛି । ସମ୍ମିଳନରେ ପ୍ରଫେସର ଡା. ଆର. କେ. ଜେନା, ନିର୍ଦ୍ଦେଶକ,ହେମାଟୋଲୋଜି ଓ ସେଲ୍ୟୁଲାର ଥେରାପି, ଅତିରିକ୍ତ ନିର୍ଦ୍ଦେଶକ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ (BMT), ଡା. ଅମିୟ ରଞ୍ଜନ ନାୟକ କନସଲଟାଣ୍ଟ – କ୍ଲିନିକାଲ ହେମାଟୋଲୋଜି, BMT ଓ ସେଲ୍ୟୁଲାର ଥେରାପି, ଡା. ବିଶ୍ୱଜିତ ଭୁୟାଁ କନସଲଟାଣ୍ଟ କ୍ଲିନିକାଲ ହେମାଟୋଲୋଜି ଓ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ, ଡା. ଆର. କେ. ମହାପାତ୍ର DMS ଓ ବରିଷ୍ଠ କନସଲଟାଣ୍ଟ ମେଡିକାଲ ଅଙ୍କୋଲୋଜି, ଡା. ଚିନ୍ମୟ ପାଣି ବରିଷ୍ଠ କନସଲଟାଣ୍ଟ ମେଡିକାଲ ଅଙ୍କୋଲୋଜି, ଡା. ସୁଶାନ୍ତ ପାଇକରାୟ ବରିଷ୍ଠ କନସଲଟାଣ୍ଟ ମେଡିକାଲ ଅଙ୍କୋଲୋଜି ଉପସ୍ଥିତ ରହି ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ସେମାନେ କହିଥିଲେ ଯେ, ଉତ୍କଳ ହସ୍ପିଟାଲର କ୍ଲିନିକାଲ ହେମାଟୋଲୋଜି ବିଭାଗର ବିସ୍ତାର ସହିତ ରାଜ୍ୟରେ ପ୍ରଥମ ଶ୍ରେଣୀର ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ (BMT) ଓ ସେଲ୍ୟୁଲାର ଥେରାପି ସେବାକୁ ସୁଦୃଢ଼ ଭାବେ ଆରମ୍ଭ କରିଛି।
ଏହା ଓଡ଼ିଶାର ରୋଗୀମାନଙ୍କୁ ନିଜ ରାଜ୍ୟରେ ଉଚ୍ଚମାନର, ସମ୍ପୂର୍ଣ୍ଣ ହେମାଟୋଲୋଜି-ଅଙ୍କୋଲୋଜି ଚିକିତ୍ସା ସୁବିଧା ମିଳିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଷ୍ଟେମ୍ ସେଲ୍ ଥେରାପି ଓ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ (BMT) ସହିତ ଉନ୍ନତ କ୍ଲିନିକାଲ ହେମାଟୋଲୋଜି ସେବାର ଆରମ୍ଭ ଓ ସୁଦୃଢତା ଘୋଷଣା କରାଯାଇଥିଲା l ରକ୍ତ କ୍ୟାନ୍ସର, ରକ୍ତ ରୋଗ ଓ ଆଧୁନିକ ଚିକିତ୍ସା ବିକଳ୍ପ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା କାମ ଜାରି ରହିଛି । BMT, ଷ୍ଟେମ୍ ସେଲ୍ ଦାନ, ଚିକିତ୍ସାର ସୁରକ୍ଷା, ଖର୍ଚ୍ଚ ଓ ଫଳାଫଳ ସମ୍ପର୍କିତ ସାଧାରଣ ଭ୍ରମ ଓ ପ୍ରଶ୍ନର ଉତ୍ତର ଦେଇଥିଲେ ବରିଷ୍ଠ ଡାକ୍ତରମାନେ ।
ଉତ୍କଳ ହସ୍ପିଟାଲ ଗୋଟିଏ ଛତା ତଳେ ସମୟୋପଯୋଗୀ, ପ୍ରମାଣଭିତ୍ତିକ ଓ ମଲ୍ଟିଡିସିପ୍ଲିନାରି କ୍ୟାନ୍ସର କେୟାର ପ୍ରଦାନ କରୁଛି ।
ନିମ୍ନ ଆର୍ଥିକ ସ୍ତରର ରୋଗୀମାନଙ୍କ ପାଇଁ ଆର୍ଥିକ ସହାୟତା ଓ ପାଣ୍ଠି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା l ବିଶେଷକରି ହେମାଟୋଲୋଜି ଚିକିତ୍ସା ଆବଶ୍ୟକ ରୋଗଗୁଡ଼ିକ ପାଇଁ ଶୀଘ୍ର ନିର୍ଣ୍ଣୟ ଓ ରେଫରାଲକୁ ଉତ୍ସାହିତ କରିବା ପାଇଁ ଲୂଚନା ଦିଆଯାଇଥିଲା l
ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଓ ସେଲ୍ୟୁଲାର ଥେରାପି
ଆଲୋଚନାର ପ୍ରମୁଖ ବିଷୟ ଥିଲା ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ (BMT) ଓ ସେଲ୍ୟୁଲାର ଥେରାପି । ଏହା କ’ଣ, କାହା ପାଇଁ ଆବଶ୍ୟକ ଏବଂ କିପରି ଜୀବନ ରକ୍ଷା କରେ, ସେ ସଂପର୍କରେ ଡାକ୍ତରମାନେ କହିଥିଲେ । ରକ୍ତ କ୍ୟାନ୍ସର: ଲୁକେମିଆ, ଲିମ୍ଫୋମା, ମାଇଲୋମା ଓ ସେଗୁଡ଼ିକର ଆଧୁନିକ ଚିକିତ୍ସା ପଦ୍ଧତି l କ୍ୟାନ୍ସର ବ୍ୟତୀତ ରକ୍ତ ରୋଗ: ଏପ୍ଲାଷ୍ଟିକ ଏନିମିଆ, ଥାଲାସେମିଆ, ହିମୋଫିଲିଆ, ଇମ୍ୟୁନ୍ ଥ୍ରମ୍ବୋସାଇଟୋପିନିଆ (ITP) ଓ ଅନ୍ୟାନ୍ୟ ଜଟିଳ ହେମାଟୋଲୋଜିକାଲ ରୋଗ l
ହେମାଟୋଲୋଜି-ଅଙ୍କୋଲୋଜିର ନୂତନ ଅଗ୍ରଗତି: ନିର୍ଣ୍ଣୟ, ଟାର୍ଗେଟେଡ୍ ଥେରାପି, ସହାୟକ ଟ୍ରାନ୍ସଫ୍ୟୁଜନ ସେବା ଓ ରୋଗୀ-ମିତ୍ର ଚିକିତ୍ସା ପଥ l ସମ୍ପୂର୍ଣ୍ଣ କ୍ୟାନ୍ସର କେୟାର: ଉତ୍ତମ ଫଳାଫଳ ପାଇଁ ମଲ୍ଟିଡିସିପ୍ଲିନାରି ଟିମ୍ର ଭୂମିକା l ଏ ସଂପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ଡାକ୍ତର ।
ଓଡ଼ିଶାରେ ଉପଲବ୍ଧ ଜୀବନରକ୍ଷକ ଓ ଉନ୍ନତ ହେମାଟୋଲୋଜି ଚିକିତ୍ସା, ସେବା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ରକ୍ତ ରୋଗ ଓ କ୍ୟାନ୍ସରରେ ଶୀଘ୍ର ନିର୍ଣ୍ଣୟର ଗୁରୁତ୍ୱ ସଂପର୍କରେ ଅବଗତ କରାଯାଉଛି ।
ଷ୍ଟେମ୍ ସେଲ୍ ଦାନ ଓ ଟ୍ରାନ୍ସପ୍ଲାଣ୍ଟ ସମ୍ପର୍କିତ ସାଧାରଣ ଭ୍ରମ ଦୂର ହେବ l ରୋଗୀ ଓ ତାଙ୍କ ପରିବାର ସଠିକ୍ ଓ ବିଶ୍ୱସନୀୟ ଚିକିତ୍ସା ସୂଚନା ପାଇପାରିବେ l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)