/odishatv-khabar/media/media_files/2026/01/23/ranger-2026-01-23-11-54-26.jpg)
Ranger Photograph: (OTV)
କନ୍ଧମାଳ ବାଲିଗୁଡା ବନଖଣ୍ଡ ଅଞ୍ଚଳରୁ ମୃତ ହାତୀକୁ ଗାଏବ ମାମଲାରେ ଆକ୍ସନ। ରେଞ୍ଜରଙ୍କ ଡ୍ରାଇଭର ହୃଷିକେଶ ପଣ୍ଡାଙ୍କୁ ଗିରଫ କରାଯାଇଛି। କାରଣ ହୃଷିକେଶଙ୍କ ପାଖରେ ଥିବା JCBରେ ହାତୀକୁ ପୋତିବାକୁ ଖୋଳାଯାଇଥିଲା। ତେବେ ରେଞ୍ଜର ବିନୟ ବିଶିଙ୍କ ଏଯାଏଁ ପତ୍ତା ମିଳିନି।
ସେହିପରି ଏହି ଘଟଣାରେ ୩ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଫେରାର ହୋଇଥିବା ରେଞ୍ଜର ବିନୟ ବିଶି, ତାଙ୍କ ଡ୍ରାଇଭର ଓ JCB ମାଲିକ ଅନ୍ତର୍ଯ୍ୟାମୀ ସାହୁଙ୍କ ନାଁରେ ତଥ୍ୟ ଲୁଚାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି।
କଳାହାଣ୍ଡି କେସିଙ୍ଗା ଥାନା କନ୍ତେସିର ଗାଁରୁ ମୃତହାତୀର ଖଣ୍ଡ ଖଣ୍ଡ ଶରୀର ଠାବ କରାଯାଇଥିଲା। ଏହି ଘଟଣାରେ ବିନୟ କୁମାର ବିଶିଙ୍କୁ ନିଲମ୍ବନ କରାଯାଇଛି। ବିନୟ କୁମାର ବିଶି ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ତଥ୍ୟ ଲୁଚାଇବା ଏବଂ ପ୍ରମାଣକୁ ହେରଫେର କରିବା ପାଇଁ ବେଲଘର ଫରେଷ୍ଟ ରେଞ୍ଜରେ ରୁଜୁ ହୋଇଛି ମାମଲା। ... ସେପଟେ ଏ ମାମଲାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।...
କନ୍ଧମାଳରେ ବହୁଚର୍ଚ୍ଚିତ ହାତୀ ମୃତଦେହ ଗାଏବ ଘଟଣା
ବେଲଘର ରେଞ୍ଜରଙ୍କ ଡ୍ରାଇଭର ହୃଷିକେଶ ପଣ୍ଡା ଗିରଫ
ହାତୀର ମୃତଦେହ ପୋତିିଥିଲା ହୃଷିକେଶଙ୍କ JCB ମେସିନ୍
କଳାହାଣ୍ଡି ଜିଲ୍ଲାରୁ ମିଳିଥିଲା ମୃତହାତୀର ଖଣ୍ଡ ବିଖଣ୍ଡିତ ଶରୀର
ମାଟି ତଳୁ ହାତୀର ମୃତଦେହ ଉଦ୍ଧାର କରିଥିଲେ ବିଶେଷଜ୍ଞ ଟିମ୍
ନିଲମ୍ବିତ ରେଞ୍ଜର ବିନୟ କୁମାର ବିଶିଙ୍କ ମିଳୁନି ପତ୍ତା
Road Accident Horror: ମହିଳାଙ୍କ ଉପରେ ଚଢ଼ିଗଲା ବସ୍, ଗୁରୁତର ମହିଳା ପୁରୀ ମେଡିକାଲରେ ଭର୍ତ୍ତି

Spate of Thefts: ଚାରି ଦିନରେ ୧୦ଟି ଘରୁ ଚୋରି, ଘର ପଶି କବାଟ ତାଡି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ

Floral Tribute to Netaji: କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଉପରାଷ୍ଟ୍ରପତି, ନେତାଜୀ ସ୍ମାରକୀ ମ୍ୟୁଜିୟମ୍ ବୁଲି ଦେଖିଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)