ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ତଃବିଭାଗ ରୋଗୀଙ୍କୁ ମିଳୁନି ନିର୍ଦ୍ଧାରିତ ଖାଦ୍ୟ । ଡାକ୍ତରଖାନାରେ ଆଡମିଟ୍ ହୋଇଥିବା ରୋଗୀଙ୍କୁ ସପ୍ତାହର ସାତ ଦିନରେ ବିଭିନ୍ନ ଖାଦ୍ୟ ପ୍ରଦାନ କରାଯିବା ନେଇ ନିର୍ଦ୍ଧାରିତ ସାରଣୀ ରହିଛି । ହେଲେ ନିୟୋଜିତ ଠିକାସଂସ୍ଥା ସାରଣୀରେ ଉଲ୍ଲେଖ ଅଣ୍ଡା ଓ ପନିର ତରକାରୀ ବଦଳରେ ଆଳୁ ଝୋଳ ଦେଉଥିବା ଅଭିଯୋଗ l
ବ୍ଲକ କର୍ମଚାରୀ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ, ନିଜ ଲୋକଙ୍କୁ ବାଣ୍ଟିଦେଲେ ଆବାସ ଘର
ତମ ଭଳି ମଣିଷକୁ ଭଲ ପାଇବା ମୋର ଗୋଟେ ରଙ୍ଗ ଡିସିସନ୍ । ତମେ ହିଁ ସବୁ ଟଙ୍କା ନେଇ ଯାଇଛ ଆଉ ଆମେ ଅଯଥାରେ ଭାଇକୁ ଦୋଷ ଦେଉଥିଲି।
ଚାଳ କୁଡ଼ିଆ ଘରେ ରହୁଥିବା ଲୋକଙ୍କ ପାଇଁ ରହିଛି ସରକାରଙ୍କ ଆବାସ ଯୋଜନା । କିନ୍ତୁ ବାସ୍ତବରେ ଯୋଗ୍ୟଙ୍କୁ ନମିଳି ଅଯୋଗ୍ୟଙ୍କୁ ମିଳୁଥିବା ଅଭିଯୋଗ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଏହି ଚାଳ ଛପର ଘର ସବୁ।
ମିନି ଶୀତଳ ଭଣ୍ଡାର ହୋଇ ଭାଙ୍ଗିଗଲା, ହେଲେ ଚାଷୀଙ୍କ କାମରେ ଲାଗିଲାନି। ନିର୍ମାଣ, ବିଦ୍ୟୁତ୍ ସଂଯୋଗ ଓ ଯନ୍ତ୍ରାଂଶକୁ ମିଶାଇ ପ୍ରାୟ ୨୦ ଲକ୍ଷ ଖର୍ଚ୍ଚ ହୋଇଥିଲା ।
ସମାଜ ସେବା ବନପ୍ରିୟାଙ୍କର ପିଲାବେଳର ନିଶା । ସମାଜ ପାଇଁ ବାପା ଓ ଶ୍ୱଶୁର ବନପ୍ରିୟା ନାୟକଙ୍କ ପାଇଁ ପ୍ରେରଣା ।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳବାସୀଙ୍କ ଚିନ୍ତା ନଦୀ ପାର୍ ହୋଇ ଯା’ ଆସ କରିବା । ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ଏଠାକାର ବାସିନ୍ଦା ନଦୀ ପାର୍ ହୁଅନ୍ତି ।
ସାତ ଜନ୍ମର ସାଥ୍ ଦେବାକୁ ଶପଥ ନେଇଥିଲା ସ୍ୱାମୀ । ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିଲା । ଥକିବା ଯାଏ ବାଟ ଚାଲିବାକୁ କଥା ବି ଦେଇଥିଲା । ହେଲେ ନା କଥା ରଖିଲା ନା ବାଟ ଚାଲିଲା….
ରାସ୍ତା କଡ଼ରେ ଚଷମା ବିକି ପରିବାର ଚଳାଉଥିବା ଏହି ବ୍ୟକ୍ତି ବାଲିଗୁଡ଼ାର ପ୍ରିୟ ମଣିଷ । ନାଁ ତାଙ୍କର ଲିୟାକତ ଅଲ୍ଲୀ ବୟସ ୭୦ରୁ ଅଧିକ । କାହିଁକି ସେ ବାଲିଗୁଡ଼ାର ପ୍ରିୟ ମଣିଷ ଭାବେ ପରିଚିତ ?
କୋଇଲା ମାଫିଆଙ୍କ ମୋହରା ସାଜିଛନ୍ତି କୋମଳମତି ଛାତ୍ରଛାତ୍ରୀ.. ସ୍କୁଲ ବ୍ୟାଗ ପାଲଟିଛି ଏବେ କୋଇଲା ବସ୍ତା.. କିନ୍ତୁ ଏହି କଳା ହୀରା ରାକେଟକୁ ନେଇ ପୋଲିସର ହାତ ବନ୍ଧା..
ଦୀପ ତଳ ଅନ୍ଧାର ଭଳି ଖୋଦ୍ ସରକାରୀ ହସ୍ପିଟାଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା.. ରୋଗୀଙ୍କ ଜୀବନକୁ ନେଇ ଯେମିତି ବୁଝାମଣା ହୋଇଯାଇଛି..କାହାର ତର ନାହିଁ.. ଭଗବାନ ନ କରନ୍ତୁ ଯଦି କାଲି ଅଗ୍ନିକାଣ୍ଡ ଘଟେ ତାହେଲେ କିଏ ରହିବ ଉତ୍ତରଦାୟୀ ? ନିଆଁ ଲାଗିଲା ପରେ ଚେତା ପଶିବ କି !
ଯଦି ମାଳତୀ ସରକାରୀ ଯୋଜନାରେ ଆବାସ ପାଇବା ପାଇଁ ଅଯୋଗ୍ୟ ତେବେ ତାଙ୍କ ଆକାଉଣ୍ଟକୁ ୪୦ହଜାର ଟଙ୍କା ଆସିଲା କେମିତି ! ତାଙ୍କ ଆକାଉଣ୍ଟ ଓ ଆଧାର ନମ୍ବର ବ୍ଲକ ପ୍ରଶାସନ ପାଇଲେ କେମିତି !
ପାଠ ପଢ଼ାଇବାକୁ ସାର୍ ନାହାନ୍ତି । ପିଇବା ପାଇଁ ପାଣିର ବ୍ୟବସ୍ଥା ନାହିଁ । ପାଚେରୀ ନାହିଁ କି ଭଲ ଶ୍ରେଣୀଗୃହ ବି ନାହିଁ । ଏମିତି କି ଶୌଚ ହେବାକୁ ମଧ୍ୟ ଖୋଲା ସ୍ଥାନକୁ ଯିବାକୁ ପଡ଼ୁଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଏକମାତ୍ର ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା ।
ମୋହନା ତହସିଲଦାରଙ୍କ ଅଭିନବ ପ୍ରୟାସ। ମୋ ଆଦର୍ଶ ରାଜସ୍ଵ ଗ୍ରାମ ଗଠନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ତହସିଲଦାର । ଦୁର୍ଗମ ଅଞ୍ଚଳର ଜନ ସାଧାରଣଙ୍କ ନିକଟରେ ସିଧାସଳଖ ପ୍ରଶାସନ ପହଞ୍ଚି ବିଭିନ୍ନ ସମସ୍ୟାର ସମଧାନ ପାଇଁ ମୋ ଆଦର୍ଶ ରାଜସ୍ଵ ଗ୍ରାମ ଅଭିଯାନ ଆରମ୍ଭ କରି ଏବେ ବେଶ ଚର୍ଚ୍ଚାରେ ମୋହନା ତହସିଲଦାର ହିମାଂଶୁ ଭୂଷଣ ପଲାଇ ।
ଭିନ୍ନକ୍ଷମ ପୁଅ ନାମରେ ରାସନ କାର୍ଡ ଟିଏ କରିବା ପାଇଁ ହନ୍ତସନ୍ତ ବାପା ମା l ଶୁଣୁ ନାହିଁ ପ୍ରଶାସନ l ଏ ଚିତ୍ର ହେଉଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଳକ ବାସିଙ୍ଗି ଗ୍ରାମର l ଗ୍ରାମର ବିରଞ୍ଚି ନାରାୟଣ ମହାନ୍ତ ଚାଷ କାମ ଓ କ୍ଷୀର ବେପାର କରି ପରିବାର ଚଳାନ୍ତି l ଘରେ ସ୍ତ୍ରୀ ସହିତ ତିନି ପୁଅ l ବଡ ପୁଅ ଅବିନାଶ ମହାନ୍ତ ଜନ୍ମରୁ ସମ୍ପୂର୍ଣ୍ଣ ଭିନ୍ନକ୍ଷମ l ବୟସ ଆସି ତେତିଶ (33) ଛୁଇଁଲାଣି l ହେଲେ ଦୁର୍ଭାଗ୍ୟର ବିଷୟ, ଭିନ୍ନକ୍ଷମ ପ୍ରମାଣପତ୍ର ଥାଇ ମଧ୍ୟ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ଅବିନାଶ l ପୁଅର ଚାଉଳ କାର୍ଡ ଟିକକ ପାଇଁ ହନ୍ତସନ୍ତ ହେଉଛନ୍ତି ବାପା ମା l
ଅବହେଳିତ ଅବସ୍ଥାରେ ପଡ଼ିରହିଛି ପାର୍କ l ଅସାମାଜିକ ଲୋକଙ୍କ ପାଲଟିଛି ଆଡ୍ଡାସ୍ଥଳୀ l ମାସେ ନୁହେଁ କି ଦୁଇ ମାସ ବିଗତ ତିନି ବର୍ଷ ହେବ ଏଭଳି ଅବହେଳିତ ଅବସ୍ଥାରେ ପଡ଼ିରହିଛି ଏହି ପାର୍କ l ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ତିଆରି କରିଥିବାବେଳେ ଏବେ ଏହା ଭଗ୍ନ ଅବସ୍ଥାରେ l
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ 24 ଘଣ୍ଟାରେ ଗଡ଼ିଲାଣି ଦୁଇ ଦୁଇଟି ମୁଣ୍ଡ, ମାସେ ଭିତରେ 3 ପଲିଟିକାଲ୍ ମର୍ଡର...ଦକ୍ଷିଣାଞ୍ଚଳ ଆଇଜିଙ୍କ ଆଶ୍ୱାସନା, ଚାଲିଛି ତଦନ୍ତ, ସ୍ଥିତି ଉପରେ ରହିଛି କଡ଼ା ନଜର....
ବିରୋଧୀଙ୍କୁ ଧମକେଇବାକୁ ଚେଷ୍ଟା କରୁଥିବାର ଅଭିଯୋଗ ଆଣି ବର୍ଷିଲା ବିଜେପି, କଂଗ୍ରେସ ବି ଘେରିଲା...ଏପଟେ ତେଜିଲା ଡାଲି ଫିଙ୍ଗା ରାଜନୀତି...
ହାଇକୋର୍ଟ କହିଲେ ଡେରି କରନି...ଅଳଙ୍କାର ଗଣତି ତଦାରଖ ପାଇଁ ହାଇଲେଭଲ କମିଟି ଗଠନ ଲାଗି ଶ୍ରୀମନ୍ଦିର ପ୍ରଶାସନର ଆବେଦନ କରିଥଲେ 60 ଦିନ ଭିତରେ ନିଷ୍ପତ୍ତି ନିଅନ୍ତୁ ସରକାର...
କହିପାରୁ ନାହାନ୍ତି କି ଶୁଣି ପାରୁ ନାହାନ୍ତି । ତଥାପି କେସ୍ ଲଢ଼ି ଇତିହାସ ରଚିଲେ ମହିଳା ଆଇନଜୀବୀ ସାରା ସନ୍ନି
ଘର ନୁହେଁ ଗାଈ ଗୁହାଳ । ବର୍ଷା ହେଲେ ଘରେ ଜମୁଛି ଆଣ୍ଠୁଏ ଉଚ୍ଚର ପାଣି । ୧୦ ବର୍ଷ ହେଲାଣି ସ୍ୱାମୀ ଦାଦନ ଖଟି ଯାଇଛନ୍ତି ଯେ ଯାଇଛନ୍ତି ଫେରିବାର ନା ଧରୁନାହାନ୍ତି । ଏପେଟ ପୁଅକୁ ଚାହିଁ ଆଖିର ଲୁହ, ଛାତିର କୋହକୁ ଜାବୁଡି ଧରି ବଞ୍ଚିଛନ୍ତି ଦ୍ରୌପଦୀ
ଇଏ ଘରର ଲକ୍ଷ୍ମୀ ପ୍ରତିମା । ସୁନାନାକି କୂଳବଧୁ । ହେଲେ ଇଏ ଖାଲି ନାକେ ଓଢଣା ଦେଇ ନାକରେ ସୁନା ପିନ୍ଧୁଥିବା ବୋହୁଟିଏ ନୁହେଁ ବରଂ ସ୍ୱର୍ଣ୍ଣପଦକ ଜିତିବାର ସ୍ବପ୍ନ ନେଇ ଆଗକୁ ବଢୁଥିବା ସୁନା ବୋହୂଟିଏ । ନାଁ ଜ୍ୟୋତ୍ସ୍ନାରାଣୀ..
ପିଲମାନଙ୍କ ତ ମୂଳରୁ ଷ୍ଟ୍ରଙ୍ଗ୍ ନାହିଁ ସବୁ ଭୁଲ୍ ଭାଲ୍ ଲେଖୁଛନ୍ତି । ଶୁଣନ୍ତୁ ସାର୍ କଣ କହୁଛନ୍ତି...
ପ୍ରହସନ ପାଲଟିଛି 5-T ରୂପାନ୍ତୀକରଣ । ବାତ୍ୟା ଆଶ୍ରୟସ୍ଥଳରେ ଚାଲିଛି ସ୍କୁଲ...ଗୋଟିଏ କ୍ଲାସ୍ରେ ବସି ପଢୁଛନ୍ତି ତିନୋଟି ଶ୍ରେଣୀର ପିଲା
ପ୍ରତିଦିନ ସକାଳୁ ହଜାର ହଜାର ପକ୍ଷୀଙ୍କର ହୁଏ ସମାଗମ । ଘରୁ ଆଣିଥିବା ମୁଠାମୁଠା ଖୁଦକୁ ନିଜ ହାତରେ ଢାଳି ଦିଅନ୍ତି ପକ୍ଷୀଙ୍କ ପ୍ରେମରେ ମତୁଆଲା ମଣିଷଟିଏ । ଆଉ ଖୁଦ ଖାଇ ସାରି ନିଜ ନିଜ ଗନ୍ତବ୍ୟ ପଥରେ ଉଡ଼ିଯାନ୍ତି ଏହି ବିହଙ୍ଗ ମାନେ ।