Advertisment

Library in Personal Effort: ଦାଶିଆ ଅଜା ଦେଖାଇଥିବା ସ୍ୱପ୍ନ ହେଲା ସାକାର, ଗାଁରେ ଛିଡ଼ା କଲେ ବିରଳ ସଂଗ୍ରହାଳୟ

ଓଡ଼ିଆ ଭାଷା ସାହିତ୍ୟରେ ଏମ୍.ଏ ପାଠ ପଢ଼ି ମଧ୍ୟ ଚାକିରୀକୁ ତୁଚ୍ଛ କରି ସେ ଲାଗିପଡ଼ିଲେ ପାଠାଗାର ଆନ୍ଦୋଳନରେ। ସେଥିପାଇଁ ତାଙ୍କୁ ବହୁ ବାଧାବିଘ୍ନ,ଆର୍ଥିକ ସଙ୍କଟ, ପାରିବାରିକ ସମସ୍ୟା ଦେଖାଦେଇଛି ସତ ହେଲେ ସେସବୁକୁ ଖାତିର ନକରି ତାଙ୍କ ଏକାନ୍ତ ଉଦ୍ୟମରେ ଏହି ପାଠାଗାର ଓ ସଂଗ୍ରାହଳୟକୁ ଗୋଟିଏ ବିଶାଳ ଅନୁଷ୍ଠାନରେ ପରିଣତ କଲେ।

author-image
Prasan Subudhi
ଅଦ୍ୟତନ ହୋଇଛି
ଆଉ ଜଣେ ଦାଶିଆ ଅଜା

ଆଉ ଜଣେ ଦାଶିଆ ଅଜା

ସଂଗ୍ରାହଳୟର ରଥୀ ବିକାଶ କୁମାର ଶତପଥୀ। ହଁ, ଆମେ କହୁଚୁ ଆଉ ଜଣେ ଦାଶିଆ ଅଜା ବିକାଶ କୁମାରଙ୍କ କଥା। ନିଜସ୍ୱ ଉଦ୍ୟମରେ ୩୫ହଜାରରୁ ଉର୍ଦ୍ଧ୍ୱ ପୁସ୍ତକ ସହିତ ବିଲୁପ୍ତ ମୁଦ୍ରା ଏବଂ ବିଲୁପ୍ତ ସାମଗ୍ରୀ ସଂଗ୍ରହ କରି ସେ ଛିଡ଼ା କରିଛନ୍ତି ଲୋକନାଥ ସଂଗ୍ରହାଳୟ ଓ ପାଠାଗାର।ଓଡିଶାର ପାଠାଗାର ଆନ୍ଦୋଳନ କହିଲେ ଦାଶରଥି ପଟ୍ଟନାୟକଙ୍କୁ (ଦାଶୀଆ ଅଜା) ବୁଝାଏ। ତାଙ୍କ ପରେ ଓଡିଶାର ଆଉ ଜଣେ ଦାଶରଥି ଭାବେ ବିକାଶ କୁମାର ଶତପଥୀ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁରରୁ ଦେଖିବା ଲୋକନାଥ ପାଠାଗାରକୁ ନେଇ ସ୍ୱତନ୍ତ୍ର ରିପୋର୍ଟ...।

Advertisment

ବିକାଶ ଶତପଥୀ ଅଷ୍ଟମରେ ପଢୁଥିବା ସମୟରେ ଦାଶିଆ ଅଜା ମୁଣ୍ଡରେ ଠେକା ଓ ହାତରେ ବଙ୍କୁଲି ବାଡି ଧରି ତାଙ୍କ ଗାଆଁକୁ ଆସିଥିଲେ।ଏହି ଦଶ ପଇସାର ରାଜା ଦାଶିଆ ଅଜାଙ୍କୁ ଦେଖି କିଶୋର ବୟସରେ ବିକାଶ ତାଙ୍କ ସହ ସମ୍ପର୍କ ଯୋଡ଼ିଥିଲେ ଆଉ ଅବଗତ ହୋଇଥିଲେ ପାଠାଗାର ଓ ସଂଗ୍ରହର ଅଜବ ସଉକ ଉପରେ। ଅଜା ବିକାଶଙ୍କ କାନରେ ଗୁରୁମନ୍ତ୍ର ଦେଇ ଯାଇଥିଲେ,"ମଣିଷ ଆପଣା ଧନ ପର,ଯେତେ ପାରୁଛ ମଣିଷ ଧର।" ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୯୦ ମସିହାରୁ କିଆ ଚାକୁନ୍ଦାଘେରା ଉପକୂଳବର୍ତ୍ତି ଅଖ୍ୟାତପଲ୍ଲୀ ବାଲେଶ୍ବର ଜିଲ୍ଲାର ବାହାନଗା ବ୍ଲକ ମଦନାପୁରରେ ନିଜ ଜେଜେବାପାଙ୍କ ନାମରେ ବିକାଶ ଆରମ୍ଭ କଲେ ଲୋକନାଥ ପାଠାଗାର ଓ ସଂଗ୍ରହାଳୟ।

ବିକାଶଙ୍କ ସଂଗ୍ରହଳାୟର ବିରଳ ସାମଗ୍ରୀବିକାଶଙ୍କ ସଂଗ୍ରହଳାୟର ବିରଳ ସାମଗ୍ରୀ

ପାଠପଢ଼ା ସାଙ୍ଗକୁ ସଂଗ୍ରହର ନିଶା ତାଙ୍କ ଯୌବନର ସାଥୀ ପାଲଟିଗଲା। ଅର୍ଥ ପଛରେ ନ ଦଉଡ଼ି ସେ ସାଉଁଟିଲେ ସମୁଦ୍ରର ବେଳାଭୂମିରୁ ସାମୁଦ୍ରିକ ଜୀବ, ଲେଖକମାନଙ୍କ ଠାରୁ ପତ୍ରପତ୍ରିକା ଓ ପୁସ୍ତକ,ପଣ୍ଡିତମାନଙ୍କ ଠାରୁ ତାଳପତ୍ର ପୋଥୀ,ବିଦେଶରେ ରହୁଥିବା ବ୍ୟକ୍ତିବିଶେଷଙ୍କ ଠାରୁ ବିରଳ ମୁଦ୍ରା ଏପରି ଅନେକ କିଛି। ଚାହୁଁ ଚାହୁଁ ୧୫ଖଣ୍ଡ ପତ୍ରପତ୍ରିକାରୁ ଆରମ୍ଭ ହୋଇଥିବା ପାଠାଗାରରେ ୩୫,୦୦୦ରୁ ଅଧିକ ପୁସ୍ତକ ଓ ପତ୍ରପତ୍ରିକା ଗଚ୍ଛିତ ହୋଇଗଲା।

Advertisment

ଓଡ଼ିଆ ଭାଷା ସାହିତ୍ୟରେ ଏମ୍.ଏ ପାଠ ପଢ଼ି ମଧ୍ୟ ଚାକିରୀକୁ ତୁଚ୍ଛ କରି ସେ ଲାଗିପଡ଼ିଲେ ପାଠାଗାର ଆନ୍ଦୋଳନରେ। ସେଥିପାଇଁ ତାଙ୍କୁ ବହୁ ବାଧାବିଘ୍ନ,ଆର୍ଥିକ ସଙ୍କଟ, ପାରିବାରିକ ସମସ୍ୟା ଦେଖାଦେଇଛି ସତ ହେଲେ ସେସବୁକୁ ଖାତିର ନକରି ତାଙ୍କ ଏକାନ୍ତ ଉଦ୍ୟମରେ ଏହି ପାଠାଗାର ଓ ସଂଗ୍ରାହଳୟକୁ ଗୋଟିଏ ବିଶାଳ ଅନୁଷ୍ଠାନରେ ପରିଣତ କଲେ। ମ୍ୟାଟ୍ରିକ ପରୀକ୍ଷା ଦେଇ ବିକାଶ ନିଜର ପ୍ରଥମ ଶିଶୁ ସାହିତ୍ୟ ଶୁଖିଲା ଗଛର ଦଶଟି ପତ୍ର ଓ ଦଶଟି ଫୁଲ ପ୍ରକାଶିତ କରିବା ପରେ +୨ପରୀକ୍ଷା ଦେଇ କାଉ କୋଇଲି ନାମକ ଶିଶୁ ସାହିତ୍ୟଟିଏ ପ୍ରକାଶ କରିଥିଲେ।ଯାହା ଫଳରେ ଓଡ଼ିଶାର ବହୁ ଲେଖକଙ୍କ ସହିତ ତାଙ୍କ ସମ୍ପର୍କ ଗଢ଼ି ଉଠିଲା।୧୯୯୬ରେ ବାଇଚଢେଇ ନାମକ ଶିଶୁ କିଶୋର ପତ୍ରିକାଟିଏ ପ୍ରକାଶନ କରି ତାଙ୍କ ସମ୍ପାଦନାର ଆଉ ଏକ ପରିଚୟ ସୃଷ୍ଟି କଲେ।

ଏହି ପାଠାଗାର ଓ ସଂଗ୍ରାହଳୟଟି ଏବେ ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ୧୨ନଂ ୱାର୍ଡରେ ଅବସ୍ଥିତ। ଏଠାକୁ ବିଭିନ୍ନ ସମୟରେ ପରିଦର୍ଶକ,ଗବେଷକ, ବିଦ୍ୟାର୍ଥୀମାନେ ଆସି ସେମାନଙ୍କ ଆବଶ୍ୟକ ପୁସ୍ତକ ନେବା ସହିତ ବହୁ ପୁରାତନ ଜିନିଷମାନ ଦେଖୁଛନ୍ତି। ବିକାଶଙ୍କ ସଂଗ୍ରହାଳୟରେ ରହିଛି ବହୁ ପୁରୁଣା ୧୨୦୦ ତାଳପତ୍ର ପୋଥି,୧୧୦୦ରୁ ଉର୍ଦ୍ଧ୍ବ ଦେଶ ବିଦେଶର ପୁରାତନ ମୁଦ୍ରା, ହଜିଯାଇଥିବା ବହୁ ବିରଳ ନୂଆ ପୁରୁଣା ଡାକଟିକଟ, ୧୦୦ବର୍ଷ ତଳର ରେଡିଓ,ସାମୁଦ୍ରିକ ଜୀବ,ପ୍ରାଚୀନ ଘଣ୍ଟା,ପୁରାତନ ପାନବଟୁଆଠାରୁ ଆରମ୍ଭ କରି ଓଜନ ସାମଗ୍ରୀ,ଲଣ୍ଠନ, ଡିବିରି, ହାତହତିଆର ଏବଂ ଆହୁରି ଅନେକ କିଛି।

ବିକାଶଙ୍କ ସଂଗ୍ରହଳାୟର ବିରଳ ସାମଗ୍ରୀବିକାଶଙ୍କ ସଂଗ୍ରହଳାୟର ବିରଳ ସାମଗ୍ରୀ

ଏସବୁକୁ ସେ ବିନା ଅର୍ଥରେ ଦର୍ଶକମାନଙ୍କୁ ଦେଖାଇଥାନ୍ତି। ଏଇ କିଛିବର୍ଷ ହେଲା ବିକାଶ ଆରମ୍ଭ କରିଛନ୍ତି ମୋବାଇଲ୍ ଛାଡ ବହି ପଢ଼ ଅଭିଯାନ। ସେ ତାଙ୍କ ସାଥିମାନଙ୍କୁ ଧରି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ପିଲାମାନଙ୍କୁ ମାଗଣାରେ ଭଲ ପୁସ୍ତକ ପଢ଼ିବାର ଅଭ୍ୟାସ ସୃଷ୍ଟି କରିବା ସହିତ ମୋବାଇଲ୍ ରୁ କିପରି ପିଲାମାନେ ନିବୃତ ରହିବେ ସେଥିପାଇଁ ଉଦ୍ୟମ କରୁଛନ୍ତି। ତତ୍ ସହିତ ବିଭିନ୍ନ ସଭାସମିତି ଓ ମେଳା ମହୋତ୍ସବକୁ ଯାଇ ତରୁଣ ପିଢ଼ିମାନଙ୍କୁ ଆମ ପ୍ରାଚୀନ ସଂସ୍କୃତି ଉପରେ ଅବଗତ କରାଇବା ପାଇଁ ବିରଳ ଜିନିଷର ପ୍ରଦର୍ଶନୀ କରି ସେ ସମ୍ପର୍କରେ ଅତୀତର ସ୍ମୃତି ବଖାଣୁଛନ୍ତି। 

First-Of-Its Kind Public Library Library Museum
Advertisment
Advertisment