• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଆସନ୍ତାକାଲି ବିଜେପୁର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ
ଆସନ୍ତାକାଲି ବିଜେପୁର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

<p>ବରଗଡ଼: ଆସନ୍ତାକାଲି ବିଜେପୁର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି। ଭୋଟ ଗଣତି&nbsp; ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।</p> <p>୧୪ଟି ଟେବୁଲ କରାଯାଇଛି।&nbsp; ପ୍ରାୟ ୨୧ ରାଉଣ୍ଡ ଗଣତି ହେବ।&nbsp; ପଦ୍ମପୁର ଅଂଚଳ କଲେଜରେ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ରଖାଯାଇଛି।&nbsp; ଗୋଟିଏ କମ୍ପାନୀ ସିଆରପିଏଫ୍ ମୁତୟନ ହୋଇଛନ୍ତି।&nbsp; ସକାଳ ୮ଟାରୁ ଗଣତି ଆରମ୍ଭ ହେଉଥିବାରୁ ଦିନ ୧୨ଟା ସୁଦ୍ଧା ଟ୍ରେଣ୍ଡ ଆସିବାର ସମ୍ଭାବନା ଅଛି।</p> <p>ହାଇଭୋଲଟେଜ୍ ପ୍ରଚାର ଓ ନିର୍ବାଚନ ପରେ ବିଜେପୁରରେ କିଏ ଜିତିବ, ତା ଉପରେ ରହିଛି ସମସ୍ତଙ୍କ ନଜର।&nbsp; କେବଳ ରାଜନୈତିକ ଦଳ ନୁହନ୍ତି ରାଜନୀତି ସମକ୍ଷୀକ ଓ ସାଧାରଣ ଲୋକେ ବି ଉତ୍କଣ୍ଠାର ସହିତ ବିଜେପୁର ରେଜଲ୍ଟକୁ ଅପେକ୍ଷା କରିଛନ୍ତି।&nbsp; ବିଜେଡି, ବିଜେପି ନା କଂଗ୍ରେସ ବାଜି ମାରିବ, ତାକୁ ନେଇ ନାନା କଳ୍ପନା ଜଳ୍ପନା ହେଉଛି।</p> <p>ବିଜେପି ଓ ବିଜେଡି ଏହି ଉପନିର୍ବାଚନରେ ନିଜର ସମସ୍ତ ଶକ୍ତି ଖଟାଇଛନ୍ତି।&nbsp; ସେହିପରି ପ୍ରଣୟ ସାହୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ଦଳରେ ଏକ ନୂଆ ଉତ୍ସାହ ଦେଖା ଦେଇଥିଲା।&nbsp; ତେବେ ବିଜେପୁରବାସୀ କାହା ମୁଣ୍ଡରେ ସୁନା କଳସ ଢାଳିଛନ୍ତି, ତାହା ଆସନ୍ତାକାଲି ଜଣାପଡ଼ିବ।</p>

  • Tuesday, 01 June 2021
woman rescued alive
୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

ନୂଆଦିଲ୍ଲୀ: କଥାରେ ଅଛି, ରଖେ ହରି ତ ମାରେ କିଏ।  ଭଗବାନ ଯାହାକୁ ରକ୍ଷା କରିବାକୁ ଚାହିଁବେ ତାଙ୍କୁ କେହି ବି ମାରି ପାରିବେ ନାହିଁ। ଦୁଇ ବର୍ଷ ତଳେ ନିଖୋଜ ହୋଇଯାଇଥିବା ଜଣେ ମହିଳାଙ୍କୁ ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର କରାଯାଇଛି। କଥାଟା ଶୁଣି  ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କଲମ୍ବିଆରେ ଏଭଳି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଛି। The Sun ର ରିପୋର୍ଟ ଅନୁସାରେ, ୨ ବର୍ଷ ତଳୁ ନିଖୋଜ ଥିବା […]

  • Wednesday, 30 September 2020