Advertisment

Thalapathy Vijay's Official Announcement: ବିଜୟଙ୍କ ସନ୍ନ୍ୟାସ ଘୋଷଣା, କହିଲେ କାହିଁକି ନେଲେ ଏତେ ବଡ଼ ନିଷ୍ପତ୍ତି

ଦକ୍ଷିଣ ଭାରତୀୟ ଅଭିନେତା ଥାଲାପତି ବିଜୟ ଅଭିନୟରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ନିଜର ୩୩ ବର୍ଷ ଲମ୍ବା ଫିଲ୍ମ କ୍ୟାରିୟରରେ ସେ ଅନେକ ହିଟ୍ ଫିଲ୍ମ ଉପହାର ଦେଇଛନ୍ତି।

author-image
Chinmayee Sahoo
Thalapathy Vijay

Thalapathy Vijay Photograph: (OTV)

ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଅଭିନେତା ଥାଲାପତି ବିଜୟ ଅଭିନୟରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଶନିବାର ମାଲେସିଆରେ ଏଚ୍. ବିନୋଦଙ୍କ ଫିଲ୍ମ 'ଜନ ନାୟଗନ୍'ର ଅଡିଓ ଲଞ୍ଚ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ବିଜୟ। ତେଣୁ ‘ଜଜ ନାୟଗନ୍' ୫୧ ବର୍ଷୀୟ ଥାଲାପତି ବିଜୟଙ୍କ ଶେଷ ଫିଲ୍ମ ହେବ। ଏହାପରେ ସେ ପୂରାପୂରି ରାଜନୀତି ଉପରେ ଫୋକସ୍ କରିବାକୁ ସ୍ପଷ୍ଟ କରିଛନ୍ତି। ବବି ଦେଓଲ, ପୂଜା ହେଗଡେ, ଗୌତମ ବାସୁଦେବ ମେନନ ଏବଂ ପ୍ରିୟମଣିଙ୍କ ଅଭିନୀତ କେଭିଏନ ପ୍ରଡକ୍ସନ୍ସର ଫିଲ୍ମ ଜନ ନାୟାଗନ ୯ ଜାନୁଆରୀ, ୨୦୨୬ ରେ ସିନେମା ହଲରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

Advertisment

୫୧ ବର୍ଷୀୟ ଏହି ଅଭିନେତାଙ୍କ ସେହି କାର୍ଯ୍ୟକ୍ରମ ସ୍ଥଳୀରେ ପ୍ରାୟ ୯୦,୦୦୦ ପ୍ରଶଂସକ ଉପସ୍ଥିତ ଥିଲେ। ଯାହାକୁ ଦେଖି ସେ କହିଥିଲେ ଯେ ଶ୍ରୀଲଙ୍କା ପରେ, ମାଲେସିଆରେ ବିଶ୍ୱର ସର୍ବାଧିକ ତାମିଲ ଜନସଂଖ୍ୟା ରହିଛି।

ବିଜୟ କହିଥିଲେ, ମୁଁ ପ୍ରଥମ ଦିନରୁ ସମସ୍ତ ପ୍ରକାରର ସମାଲୋଚନାର ସମ୍ମୁଖୀନ ହୋଇଛି। କିନ୍ତୁ ମୋର ପ୍ରଶଂସକମାନେ ଆରମ୍ଭରୁ ମୋ ସହିତ ଠିଆ ହୋଇଛନ୍ତି, ୩୩ ବର୍ଷ ଧରି ମୋତେ ନିରନ୍ତର ସମର୍ଥନ କରିଛନ୍ତି। ମୁଁ ଏକ ଛୋଟ ବାଲି ଘର ତିଆରି କରିବାକୁ ଆଶା କରି ସିନେମାରେ ପ୍ରବେଶ କରିଥିଲି, କିନ୍ତୁ ତୁମେ ମୋତେ ଏକ ମହଲ ଦେଇଥିଲ। ସେଥିପାଇଁ, ମୋ ପାଇଁ ଠିଆ ହୋଇଥିବା ପ୍ରଶଂସକମାନଙ୍କ ପାଇଁ ମୁଁ ଠିଆ ହେବି। ଏହି ବିଜୟ ତାଙ୍କର କୃତଜ୍ଞତାର ଋଣ ପରିଶୋଧ କରିବେ," ବୋଲି ସେ କହିଥିଲେ।

Advertisment

ବିଜୟ ୧୦ ବର୍ଷ ବୟସରେ ତାମିଲ ଚଳଚ୍ଚିତ୍ର ଭେଟ୍ରିରେ ଶିଶୁ କଳାକାର ଭାବରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ୧୮ ବର୍ଷ ବୟସରେ, ସେ ନାଲାୟା ଥିରପୁ (୧୯୯୨) ଚଳଚ୍ଚିତ୍ରରେ ନାୟକ ଭାବରେ ଡେବ୍ୟୁ କରିଥିଲେ। ନିଜର ୩୩ ବର୍ଷ ଲମ୍ବା ଫିଲ୍ମ କ୍ୟାରିୟର ମଧ୍ୟରେ ପ୍ରଶଂସକଙ୍କୁ ସେ ଅନେକ ହିଟ୍ ଫିଲ୍ମ ଉପହାର ଦେଇଛନ୍ତି।

ଗତ ବର୍ଷ ବିଜୟ ତାଙ୍କର ରାଜନୈତିକ ଦଳ, ତାମିଲଗା ଭେଟ୍ଟ୍ରି କାଝାଗମ ଗଠନ କରିଥିଲେ ଏବଂ ଏବେ ତାଙ୍କ ଦଳ ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ ମଧ୍ୟ ଲଢ଼ିବ। ବିଜୟ ଏବେ ସମ୍ପୂର୍ଣ୍ଣ ଭାବରେ ରାଜନୀତି ଉପରେ ଧ୍ୟାନ ଦେବେ।

Thalapathy Vijay
Advertisment
Related Articles
Advertisment