/odishatv-khabar/media/media_files/2025/11/09/samantha-2025-11-09-15-24-36.jpg)
samantha Photograph: (OTV)
ବଲିଉଡ ଏବଂ ସାଉଥ୍ ଇଣ୍ଡଷ୍ଟ୍ରୀର ବିଶ୍ୱରେ ଯେତେବେଳେ ରାଜ୍ ଏବଂ ଡି.କେ ର ନାମ ଆସେ, ସେତେବେଳେ 'ଦ ଫ୍ୟାମିଲି ମ୍ୟାନ୍' ଏବଂ 'ଫର୍ଜି' ଭଳି ବ୍ଲକବଷ୍ଟର ସିରିଜ ଗୁଡିକ ମନକୁ ଆସେ । କିନ୍ତୁ ଏବେ ନିର୍ଦ୍ଦେଶକ ରାଜ୍ ନିଦିମୋରୁ ନିଜର କାମରୁ ଅଧିକ, ସାମନ୍ଥା ପ୍ରଭୁଙ୍କ ସହିତ ନିଜର ବନ୍ଧୁତ୍ୱ କିମ୍ବା ହୁଏତ ତାଠାରୁ କିଛି ଅଧିକ ମାନେ ରିଲେସନସିପକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ୍ ମିଡିଆରେ ଦୁହିଁଙ୍କର ଫଟୋଗୁଡ଼ିକ ଭାଇରାଲ୍ ହେବା ପରେ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଗସିପ ଆରମ୍ଭ ହୋଇଯାଇଛି ।
ରାଜ୍ ନିଦିମୋରୁ କେବଳ ଟାଲେଣ୍ଟେଡ୍ ନୁହଁନ୍ତି, ବରଂ ବହୁତ ଧନୀ ମଧ୍ୟ। ରିପୋର୍ଟ୍ ଅନୁଯାୟୀ, ୨୦୨୫ରେ ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୮୩-୮୫ କୋଟି ଟଙ୍କାର ପାଖାପାଖି ଥିଲା । 'ଦ ଫ୍ୟାମିଲି ମ୍ୟାନ୍', 'ଗୋ ଗୋଆ ଗନ୍' ଏବଂ 'ଫର୍ଜି' ଭଳି ହିଟ୍ ତାଙ୍କୁ ଇଣ୍ଡଷ୍ଟ୍ରୀର ମନି-ମେସିନ୍ ଡାୟରେକ୍ଟର୍ ଭାବେ ପରିଚିତ କରିଛି ।
ରାଜ୍ ମୁମ୍ବାଇରେ ଗୋଟିଏ ଲଗଜୁରୀ ଆପାର୍ଟମେଣ୍ଟରେ ରହୁଛନ୍ତି ଏବଂ ସେ ମହଙ୍ଗା ଗାଡ଼ି ରଖିବାର ସଉକ ମଧ୍ୟ ରଖନ୍ତି । ତାଙ୍କ ଆୟର ଅଧିକାଂଶ ଭାଗ ଫିଲ୍ମ୍, ଓଟିଟି ପ୍ରୋଜେକ୍ଟ ଏବଂ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟରୁ ଆସେ। କୁହାଯାଇପାରେ ଯେ ରାଜଙ୍କ ଜୀବନ ରିଲ୍ ଏବଂ ରିୟଲ୍ ଉଭୟରେ ସୁପରହିଟ୍ ଚାଲୁଛି ।
ରାଜଙ୍କ ଜନ୍ମ ୪ ଅଗଷ୍ଟ ୧୯୭୯ରେ ହୋଇଥିଲା, ସାମନ୍ଥାଙ୍କ ଜନ୍ମ ୨୮ ଏପ୍ରିଲ୍ ୧୯୮୭ରେ। ଅର୍ଥାତ୍ ଦୁହେଁ ମଧ୍ୟରେ ପ୍ରାୟ ୭-୮ ବର୍ଷର ବୟସର ବ୍ୟବଧାନ ଅଛି। ସୋସିଆଲ୍ ମିଡିଆରେ ଦୁହେଁର ଫଟୋଗୁଡ଼ିକ ଆସିବା ପରେ ଫ୍ୟାନ୍ମ ମାନେ ସେମାନଙ୍କୁ ନ୍ୟୁ ପାୱାର୍ କପଲ୍ କହିବା ଆରମ୍ଭ କରିଛନ୍ତି।
Konark Sun Temple: ବନ୍ଦ ହେଲା କୋଣାର୍କ ନାଟ୍ୟ ମଣ୍ଡପ: ବିଭିନ୍ନ ମହଲରେ ନାପସନ୍ଦ

Baliyatra Fair: ମହାନଦୀ ତଟରେ ଜମୁଛି ରାଜ୍ୟର ସର୍ବବୃହତ୍ତ ମୁକ୍ତାକାଶ ବ୍ୟବସାୟ: ବିଶେଷ ଆକର୍ଷଣ ସମ୍ବଲପୁରୀ ହ୍ୟାଣ୍ଡଲୁମ୍

Viral Video: ବ୍ରିଜ୍ ଉପରେ ପୋକ ଆତଙ୍କ... ତଳେ ପଡିଗଲେ ଲୋକେ

Trump backs Indian-origin: ପୁଣି ଚର୍ଚ୍ଚାରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ... ରହିଛି ଟ୍ରମ୍ପଙ୍କ ସମର୍ଥନ.... ହେବେ ଗଭର୍ଣ୍ଣର!

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)