Advertisment

Tragic Loss to Odia Music: ଚାଲିଗଲେ ଇମୋସନାଲ ସିଙ୍ଗର , ଯୁବପିଢ଼ିଙ୍କ ପସନ୍ଦର ଗାୟକ ଥିଲେ...

ଆଉ ନାହାନ୍ତି ହ୍ୟୁମାନ ସାଗର । ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ । 36 ବର୍ଷ ବୟସରେ ଆଖି ବୁଜିଲେ ହ୍ୟୁମାନ ସାଗର । ଏମ୍ସରେ ଚିକିତ୍ସାଧୀନ ଥିଲେ ହ୍ୟୁମାନ ସାଗର । ଲିଭରରେ ସମସ୍ୟା ପାଇଁ ଗୁରୁତର ହୋଇଥିଲେ ।

author-image
Manas Ranjan Mohanty
human sagar

human sagar Photograph: (OTV)

ଆଉ ନାହାନ୍ତି ହ୍ୟୁମାନ ସାଗର । ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ । 36 ବର୍ଷ ବୟସରେ ଆଖି ବୁଜିଲେ ହ୍ୟୁମାନ ସାଗର । ଏମ୍ସରେ ଚିକିତ୍ସାଧୀନ ଥିଲେ ହ୍ୟୁମାନ ସାଗର । ଲିଭରରେ ସମସ୍ୟା ପାଇଁ ଗୁରୁତର ହୋଇଥିଲେ । ହ୍ୟୁମାନଙ୍କ ଏକାଧିକ ଅଙ୍ଗ କାମ କରୁ ନଥିଲା । ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣାଶୁଣା ଚେହେରା । ଯୁବ ପିଢ଼ିଙ୍କ ପସନ୍ଦର ଗାୟକ ଥିଲେ ହ୍ୟୁମାନ ସାଗର । 

Advertisment

ମାତ୍ର ୧୦ରୁ ୧୨ ବର୍ଷ ହେବ ହ୍ୟୁମାନଙ୍କ ସଂଗୀତ କ୍ୟାରିୟର । ମାତ୍ର ଏଇ କେଇଟା ବର୍ଷରେ ଶହଶହ ଆଲବମ୍, ଫିଲ୍ମ ଓ ମେଲୋଡିୟସ୍ ଗୀତ ଗାଇଛନ୍ତି । ଆଉ ହାତ ଗଣତି ରହିଛି ତାଙ୍କର କିଛି ଭଜନ । ହ୍ୟୁମାନ୍ ଶହଶହ ଭଜନ ଗାଇ ନଥିଲେ ବି ସେହି କେତୋଟି ଭଜନ ଲୋକଙ୍କ ହୃଦୟକୁ ଛୁଇଁଛି । ଆଉ ଏବେ ତାଙ୍କର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । 

୨୦୧୫ରେ ହ୍ୟୁମାନ୍ ଓଡ଼ିଆ ଫିଲ୍ମ ‘ଇସ୍କ ତୁ ହି ତୁ’ରେ ପ୍ରଥମ ଥର ପାଇଁ ଗୀତ ଗାଇଥିଲେ । ତରଙ୍ଗର ରିଆଲିଟି ସୋ’ ଭଏସ୍-ଅଫ-ଓଡ଼ିଶା ତାଙ୍କୁ ଓଲିଉଡରେ ସିଙ୍ଗର ଭାବେ ଏଣ୍ଟ୍ରି କରିବାର ସୁଯୋଗ ଦେଇଥିଲା । ‘ଇସ୍କ ତୁ ହି ତୁ’ର ଟାଇଟଲ ସଂଗ ପାଇଁ ଖୁବ୍ ଲୋକପ୍ରିୟତା ପାଇଥିଲା ହ୍ୟୁମାନ୍ । ଆଉ ତା’ ପରେ ପରେ ଶହେରୁ ଅଧିକ ସିନେମାରେ ପାଇଥିଲେ ଗାଇବାର ସୁଯୋଗ । ଖାଲି ସିନେମା ନୁହେଁ, ଆଲବମରେ ବି ଛକା ମାରି ହୁଲୁସ୍ତୁଲ କରିଥିଲେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରୀର ସଂଗୀତ ଜଗତ । 

Advertisment

Advertisment
Related Articles
Advertisment