Advertisment

Manika Vishwakarma: ଛୋଲେ ଭଟୁରେ ଖାଆନ୍ତି, ରାତି ୨ଟାରେ କରନ୍ତି ଓ୍ୱାର୍କଆଉଟ...ମିସ୍ ୟୁନିଭର୍ସ ଇଣ୍ଡିଆଙ୍କ ଫିଟନେସ ସିକ୍ରେଟ୍

ଛୋଟବେଳୁ ନିଜର ଫିଟନେସ ପ୍ରତି ଯତ୍ନବାନ୍ ୨୨ ବର୍ଷୀୟ ମନିକା ବିଶ୍ୱକର୍ମା । ଗୋଟିଏ ଇଣ୍ଟରଭ୍ୟୁରେ ନିଜର ଫିଟନେସ ଯାତ୍ରା ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଖୋଲି କହିଛନ୍ତି। ସେ କହିଛନ୍ତି, “ମୋ ପାଇଁ ଫିଟନେସର ଅର୍ଥ ହେଉଛି କୌଣସି ମହଙ୍ଗା ଖର୍ଚ୍ଚ ନୁହେଁ।

author-image
Manas Ranjan Mohanty
Manika Vishwakarma:

Manika Vishwakarma: Photograph: (OTV)

ମିସ୍ ୟୁନିଭର୍ସ ୨୦୨୫ର ବିଶ୍ୱ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରୁଥିବା ରାଜସ୍ଥାନର ମନିକା ବିଶ୍ୱକର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିଛି ଏବଂ ଭାରତୀୟମାନେ ଆଶା କରୁଛନ୍ତି ଏଥର ସେ ମୁକୁଟ ଜିତିବେ । ଏହା ପୂର୍ବରୁ ସେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଜିତି ସାରିଛନ୍ତି । 

Advertisment

ନିକଟରେ ନ୍ୟାସନାଲ କଷ୍ଟ୍ୟୁମ ରାଉଣ୍ଡରେ ସେ ନିଜର ପୋଷାକ ଦ୍ୱାରା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଅନ୍ୟପଟେ ସୌନ୍ଦର୍ଯ୍ୟ ଓ ଫିଟନେସରେ ତାଙ୍କର କୌଣସି ଜବାବ ନାହିଁ। ଆସନ୍ତୁ ଜାଣିବା ତାଙ୍କର ଫିଟନେସର ରାଜ କଣ । 

ଛୋଟବେଳୁ ନିଜର ଫିଟନେସ ପ୍ରତି ଯତ୍ନବାନ୍ ୨୨ ବର୍ଷୀୟ ମନିକା ବିଶ୍ୱକର୍ମା । ଗୋଟିଏ ଇଣ୍ଟରଭ୍ୟୁରେ ନିଜର ଫିଟନେସ ଯାତ୍ରା ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଖୋଲି କହିଛନ୍ତି। ସେ କହିଛନ୍ତି, “ମୋ ପାଇଁ ଫିଟନେସର ଅର୍ଥ ହେଉଛି କୌଣସି ମହଙ୍ଗା ଖର୍ଚ୍ଚ ନୁହେଁ। ମୁଁ ପ୍ରତିଦିନ ଏକ ଭଲ ଲାଇଫଷ୍ଟାଇଲ ଅନୁସରଣ କରୁଛି, ଯାହା ମୋତେ ଫିଟ ରହିବାରେ ସାହାଯ୍ୟ କରୁଛି ଏବଂ ଏହାକୁ ମୁଁ ଛୋଟବେଳଠାରୁ ଅନୁସରଣ କରି ଆସୁଛି।”

Advertisment

ସେ ଆହୁରି କହିଛନ୍ତି ଯେ ଦୁନିଆରେ ସବୁଠାରୁ ଭଲ ହେଉଛି ଘରର ଖାଇବା, ଯେଉଁଥିରେ ଆପଣଙ୍କୁ ସବୁ ପ୍ରକାରର ପ୍ରୋଟିନ୍ ଓ ଭିଟାମିନ୍ ମିଳିଥାଏ। ତେଣୁ ଖାଇବା-ପିଇବା ବାବଦରେ ମୋ ମା’ ଓ ବାପାଙ୍କର ବହୁତ ଯୋଗଦାନ ରହିଛି, ଯେଉଁମାନେ ମୋତେ ସବୁବେଳେ ସୁସ୍ଥ ଖାଦ୍ୟ ଖାଇବାକୁ ଦେଇଛନ୍ତି ଏବଂ ମୋ ଡାଏଟର ଯତ୍ନ ନେଇଛନ୍ତି। ସେ ଦୁହେଁ ମୋର ଆଜୀବନ ଡାଏଟିସିଆନ୍।

ମନିକାଙ୍କ ମତରେ ଯଦି ଆପଣ ନିଜକୁ ଫିଟ ରଖିବାକୁ ଚାହାଁନ୍ତି, ତେବେ ଓ୍ୱାର୍କଆଉଟ୍ ବହୁତ ଜରୁରି। ନିଜକୁ ଫିଟ ରଖିବା ପାଇଁ ସେ ଓ୍ୱାର୍କଆଉଟକୁ କେବେବି ଏଡ଼ାଇ ଦିଅନ୍ତି ନାହିଁ। ତାଙ୍କ ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ, ତେଣୁ ରାତି ୨ଟା ବେଳେ ବି ଓ୍ୱାର୍କଆଉଟ କରିବାକୁ ଚାଲିଯାଆନ୍ତି। ଏହା ସହିତ ଦିନର ଆରମ୍ଭରେ ସେ ଯୋଗ ମଧ୍ୟ କରନ୍ତି।

ମନିକାଙ୍କ ସ୍କିନ୍ ବହୁତ ଗ୍ଲୋ କରେ । ମେକଅପ୍ ବିନା ବି ତାଙ୍କ ମୁହଁ ବହୁତ ସୁନ୍ଦର ଲାଗେ। ସେ ନିଜ ମୁହଁର ଗ୍ଲୋ ବଜାୟ ରଖିବା ପାଇଁ ପରିଷ୍କାର ପରିଚ୍ଛନ୍ନ ଖାଦ୍ୟ, ବ୍ୟାୟାମ ଓ ପ୍ରଚୁର ପରିମାଣର ପାଣି ପିଅନ୍ତି। ଏହା ସହିତ ସେ ନିଜକୁ ଷ୍ଟ୍ରେସ୍ ଫ୍ରି ମଧ୍ୟ ରଖନ୍ତି। ମନିକା ଯେତେବେଳେ ନିଜର ଫିଟନେସର ବହୁତ ଯତ୍ନ ନେଉଛନ୍ତି, ତଥାପି ସେ ଦିଲ୍ଲୀର ଛୋଲେ-ଭଟୁରେର ବହୁତ ବଡ଼ ଫ୍ୟାନ୍। ତାଙ୍କ କହିବା ଅନୁଯାୟୀ, ଦିଲ୍ଲୀର ଷ୍ଟ୍ରିଟ୍ ଫୁଡ୍‌କୁ ସେ ବହୁତ ଭଲ ପାଆନ୍ତି ଏବଂ ଛୋଲେ-ଭଟୁରେ ନ ଖାଇ ରହି ପାରନ୍ତି ନାହିଁ। ଏହା ସହିତ ଗୁପଚୁପ, ଦିଲ୍ଲୀର ଷ୍ଟ୍ରିଟ୍ ଚାଇନିଜ୍ ଫୁଡ୍ ମଧ୍ୟ ତାଙ୍କୁ ବହୁତ ପସନ୍ଦ।

Advertisment