Advertisment

President Droupadi Murmu: ଛତିଶଗଡ଼ରେ କାର୍ଯ୍ୟକ୍ରମ, ଝାରସୁଗୁଡ଼ାରେ ଓହ୍ଲାଇବେ ରାଷ୍ଟ୍ରପତି: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଛତିଶଗଡ଼ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଝାରସୁଗୁଡ଼ା ବିମାନବନ୍ଦରରୁ ଛତିଶଗଡ଼ ଅମ୍ବିକାପୁର ଯିବେ। ଅମ୍ବିକାପୁରରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ।

author-image
Chinmayee Sahoo
PRESIDENT

PRESIDENT Photograph: (OTV)

ଆଜି ଛତିଶଗଡ଼ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦିଲ୍ଲୀରୁ ସ୍ଵତନ୍ତ୍ର ବାୟୁସେନା ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଝାରସୁଗୁଡ଼ା ବିମାନବନ୍ଦରରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ଛତିଶଗଡ଼ର ଅମ୍ବିକାପୁରକୁ ଯିବେ।

Advertisment

ଅନୁଷ୍ଠିତ ହେବାକୁ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ଝାରସୁଗୁଡ଼ା ବିମାନବନ୍ଦରରେ ଅପରାହ୍ନ ପ୍ରାୟ ୧ଟା ୪୫ ମିନିଟରେ ପହଞ୍ଚିବା ସହ ଝାରସୁଗୁଡ଼ାରୁ ତିରୁପତି ଅଭିମୁଖେ ଗସ୍ତ କରିବେ ବୋଲି ଜଣାପଡିଛି। ଏନେଇ ବିମାନବନ୍ଦର ସମେତ ଝାରସୁଗୁଡ଼ା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

•    ଛତିଶଗଡ଼ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
•    ଛତିଶଗଡ଼ରେ କାର୍ଯ୍ୟକ୍ରମ, ଝାରସୁଗୁଡ଼ାରେ ଓହ୍ଲାଇବେ ରାଷ୍ଟ୍ରପତି 
•    ଝାରସୁଗୁଡ଼ା ବିମାନବନ୍ଦରରୁ ଛତିଶଗଡ଼ ଅମ୍ବିକାପୁର ଯିବେ
•    ଅମ୍ବିକାପୁରରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ
•    ଝାରସୁଗୁଡ଼ା ବିମାନବନ୍ଦର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Advertisment
President Droupadi Murmu
Advertisment
Related Articles
Advertisment