Advertisment

Midnight Terror: ଗେଷ୍ଟହାଉସରେ ଗୁଣ୍ଡାରାଜ; କର୍ମଚାରୀଙ୍କୁ ପିଟିଲେ, କ୍ୟାସ୍ କାଉଣ୍ଟରରୁ ଟଙ୍କା ଲୁଟିଲେ

ଅଧରାତିରେ ଭୁବନେଶ୍ବର ଖଣ୍ଡଗିରିରେ ଆତଙ୍କରାଜ୍। ଗେଷ୍ଟହାଉସରେ ପଶି କର୍ମଚାରୀଙ୍କୁ ପିଟିଲେ ଅଭିଯୁକ୍ତ। କ୍ୟାସ୍ କାଉଣ୍ଟରରୁ ଟଙ୍କା ଲୁଟିଲେ, କର୍ମଚାରୀଙ୍କୁ ମାଡ଼ ମାରିଲେ।

author-image
Chinmayee Sahoo
Midnight Terror

Midnight Terror Photograph: (OTV)

ଅଧରାତିରେ ଭୁବନେଶ୍ବର ଖଣ୍ଡଗିରିରେ ଆତଙ୍କରାଜ୍ । ଗେଷ୍ଟହାଉସରେ ପଶି କର୍ମଚାରୀଙ୍କୁ ପିଟିଲେ ଅଭିଯୁକ୍ତ। ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ଗଣ୍ଡମୁଣ୍ଡାର ଏକ ଗେଷ୍ଟହାଉସରେ ଘଟିଛି ଅଭାବନୀୟ ଘଟଣା । କିଛି ଯୁବକ ଗେଷ୍ଟ୍ ହାଉସରେ ପଶି କ୍ୟାସ୍ କାଉଣ୍ଟରରୁ ଟଙ୍କା ଲୁଟିବା ସହ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । 

Advertisment

ଏପରିକି ଗେଷ୍ଟ ହାଉସରେ ରହିବାକୁ ଆସିଥିବା ଜଣେ ଯୁବତୀଙ୍କୁ ଆକ୍ରମଣ କରିବାକୁ ପଛାଇନଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତିନି ଯୁବକଙ୍କୁ ଧରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

Khandagiri
Advertisment