Advertisment

Charidham wins hearts : ରେକର୍ଡ ଭାଙ୍ଗିବ ଚାରିଧାମ ? ସିନେମାକୁ ଦର୍ଶକଙ୍କ ଭୁରିଭୁରି ପ୍ରଶଂସା

ମୋ ବାପା-ମା’ ମୋ ଚାରିଧାମ । ‘ଚାରିଧାମ’ ସିନେମାକୁ ଦର୍ଶକଙ୍କ ଭୁରିଭୁରି ପ୍ରଶଂସା । ଓଡ଼ିଶାର ୬୦ଟି ହଲରେ ରିଲିଜ୍ ହୋଇଛି ‘ଚାରିଧାମ’ । ସିନେମାର କାହାଣୀକୁ ପସନ୍ଦ କରୁଛନ୍ତି ସମସ୍ତେ । ୫ କୋଟିର ବଜେଟ ଏବଂ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଫିଲ୍ମ ଚାରିଧାମ ପୂଜା ବଜାରରେ ରିଲିଜ୍ ହୋଇଛି ।

author-image
Manas Ranjan Mohanty
Charidham Film

Charidham Film Photograph: (OTV)

 ମୋ ବାପା-ମା’ ମୋ ଚାରିଧାମ । ‘ଚାରିଧାମ’ ସିନେମାକୁ ଦର୍ଶକଙ୍କ ଭୁରିଭୁରି ପ୍ରଶଂସା । ଓଡ଼ିଶାର ୬୦ଟି ହଲରେ ରିଲିଜ୍ ହୋଇଛି ‘ଚାରିଧାମ’ । ସିନେମାର କାହାଣୀକୁ ପସନ୍ଦ କରୁଛନ୍ତି ସମସ୍ତେ । ୫ କୋଟିର ବଜେଟ ଏବଂ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଫିଲ୍ମ ଚାରିଧାମ ପୂଜା ବଜାରରେ ରିଲିଜ୍ ହୋଇଛି । କଳାକାରମାନଙ୍କ ଦୀର୍ଘଦିନର ଅକ୍ଲାନ୍ତ ପରିଶ୍ରମକୁ ସ୍କ୍ରିନରେ ଫିଲ୍ମ ଦେଖି ସବୁ ଦର୍ଶକ ପ୍ରଶଂସା କରୁଛନ୍ତି । 

ଫିଲ୍ମ ‘ଚାରିଧାମ’ର ଲିଡ୍ ରୋଲରେ ଅଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି । ଅନୁଭବଙ୍କ ସହ ଏଥିରେ କଣ୍ଠଶିଳ୍ପୀ ଭାବେ ପରିଚିତା ଡାକ୍ତର ଅନୁରାଧା ପାଣିଗ୍ରାହୀଙ୍କ ଯୋଡ଼ି ଦେଖିବାକୁ ମିଳିଛି । ଅନ୍ୟାନ୍ୟ ଭୂମିକାରେ ସୁକାନ୍ତ ରଥ, ସୁଜିତ ପାଇକରାୟ, ଅଶୋକ ଦାସଙ୍କ ଭଳି ବରିଷ୍ଠ ଅଭିନେତା ଅଭିନୟ କରିଛନ୍ତି । ତେବେ ପରିବାରରେ ପ୍ରେମ, ସଂଘର୍ଷ ଓ ସ୍ୱାମୀ ସ୍ତ୍ରୀଙ୍କ ନିବିଡ଼ତାକୁ ନେଇ ଏକ ଘରୋଇ କାହାଣୀ ପ୍ରସ୍ତୁତ ହୋଇଛି । ଯାହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନିର୍ଦ୍ଦେଶକ ତାପସ ସରଘରିଆ । 

 ଫିଲ୍ମଟିକୁ ଚାରିଧାମକୁ ଯାଇ ସୁଟିଂ କରାଯାଇଛି । ତେବେ ବ୍ୟୟବହୁଳ ତଥା ୫ କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ସିନେମା ପୂଜା ବଜାରରେ ବେଶ ଭଲ କରିବ ବୋଲି ପୂରା ଟିମ୍ ଆଶାବାଦୀ ରହିଛି । 

Advertisment

Advertisment
Related Articles
Advertisment