/odishatv-khabar/media/media_files/2025/09/28/muder-2025-09-28-15-17-22.jpg)
muder Photograph: (OTV)
ପ୍ରେମିକ ରକ୍ତରେ ହୋଲି ଖେଳିଲା ପ୍ରେମିକା। କଥା ନ ମାନିବାରୁ ପାଲଟିଗଲା ପିଶାଚି। ଶୋଇଥିବା ବେଳେ ଶିଳପୁଆରେ ଛେଚିଛେଚି ପ୍ରେମିକକୁ ହତ୍ୟା କଲା। ଏତିକିରେ ଶାନ୍ତ ପଡିଲାନି ରାଗ ପାଖରେ ଥିବା ଏକ ପାଣି ମାଠିଆ ଆଣି ପ୍ରେମିକ ମୁଣ୍ଡରେ ଛେଚିଲା। ଆଉ ହତ୍ୟା ପରେ ମୃତଦେହ ପାଖରେ ବସି ରହିଲା ଘଣ୍ଟା ଘଣ୍ଟା। ଖୋଦ୍ ପୋଲିସକୁ ଫୋନ୍ କରି ଜଣାଇଲା, ଆଉ କହିଲା ମୁଁ ମୋ ବୟଫ୍ରେଣ୍ଡକୁ ହତ୍ୟା କରିଛି। ରୁମ୍ରେ ପଡିଛି ମୃତଦେହ ଶୀଘ୍ର ଆସ।
ବିହାରର ରାଜଧାନୀ ପାଟନା ସ୍ଥିତ କଙ୍କଡ଼ବାଗ ଥାନା ଅଞ୍ଚଳ ଚିରେୟାଟାଣ୍ଡ ଗାଁ। ଏଠାରେ ରୁହନ୍ତି ପୂଜା କୁମାରୀ। ସେ ଦୀର୍ଘ ୫ ବର୍ଷ ହେବ ସ୍ୱାମୀକୁ ଛାଡ଼ି ପ୍ରେମିକ ମୁରାରୀ ସହ ଲିଭ୍ ଇନ୍ରେ ରହୁଥିଲେ। ବିବାହ କରିବାକୁ ତାଙ୍କୁ ବାରମ୍ବାର ଚାପ ପକାଉଥିଲେ ପୂଜା। ହେଲେ ତାଙ୍କ କଥାକୁ ବାହାନା କରି ଏଡାଇ ଦେଉଥିଲେ ମୁରାରୀ। ପ୍ରାୟ ୪ ବର୍ଷ ଧରି ଏଭଳି ଫାଙ୍କା ପ୍ରତିଶ୍ରୁତି ଦେଇ ଆସୁଥିଲେ ପୂଜାକୁ। ଶେଷରେ ଏଥର ଦଶହରାରେ ବିବାହ କରିବାକୁ ସେ କଥା ଦେଇଥିଲେ।
ଶୁକ୍ରବାର ସେପ୍ଟେମ୍ବର ୨୬। ରାତି ପାଖାପାଖି ୮ଟା। ପୁଣି ବିବାହ କଥା ଉଠାଇଥିଲେ ପୂଜା। ହେଲେ ତାଙ୍କ କଥାକୁ ଶୁଣିନଥିଲେ ମୁରାରୀ। ବାସ୍ ଏତିକିରେ ରାଗି ଯାଇଥିଲା ପ୍ରେମିକା। ହୋଇପଡିଥିଲା ରକ୍ତମୁଖା। ପ୍ରଥମେ ଭୟଙ୍କର ପାଟିତୁଣ୍ଡ ହୋଇଥିଲା। ପରେ ଦୁହେଁ ଶାନ୍ତ ପଡିଥିଲେ। ହେଲେ ଭିତରେ ଭିତରେ ଜଳୁଥିଲେ ପୂଜା, ଆଉ ସୁଯୋଗ ଉଣ୍ଡୁ ଥିଲେ। ଖାଇ ପିଇ ପ୍ରେମିକ ଶୋଇପଡିବା ପରେ ନେଇଥିଲେ ଚରମ ନିଷ୍ପତ୍ତି। ରୋଷେଇ ଘରେ ଥୁଆ ହୋଇଥିବା ଶିଳପୁଆ ଆଣି ମୁରାରୀ ମୁଣ୍ଡକୁ ଛେଚି ଛେଚି ହତ୍ୟା କରିଥିଲେ। ଖାଲି ସେତିକି ନୁହେଁ ପାଖରେ ଥୁଆ ହୋଇଥିବା ମାଟି ମାଠିଆ ତାଙ୍କ ମୁଣ୍ଡରେ ଛେଚିଥିଲେ। ଆଉ ନିଜେ ପୋଲିସକୁ ଫୋନ୍ କରି ସବୁ କଥା କହିଥିଲେ।
ସେପଟେ ପୂଜା ମୁରାରୀଙ୍କ ଜମି ଏବଂ ଟଙ୍କା ହଡ଼ପ କରିବାକୁ ଚାହୁଁଥିଲେ। ମୁରାରୀ ମସୌରୀରେ ଜମି କିଣିବାକୁ ଯାଉଥିଲେ ଏବଂ ଏଥିପାଇଁ ତାଙ୍କ ଭଉଣୀଙ୍କଠାରୁ ଏକ ଲକ୍ଷ ଟଙ୍କା ଋଣ ନେଇଥିଲେ। ହେଲେ ସେହି ଜମିକୁ ପୂଜା ତାଙ୍କ ନାଁରେ ପଞ୍ଜିକୃତ କରିବାକୁ ଚାହୁଁଥିଲେ, କିନ୍ତୁ ଏଥିରେ ରାଜି ନଥିଲେ ମୁରାରୀ। ପୂଜା ପ୍ରଥମେ ତାଙ୍କ ଭାଇକୁ ଖାଦ୍ୟରେ ନିଦ ବଟିକା ଦେଇ ବେହୋସ କରିଥିଲେ ଏବଂ ପରେ ତାଙ୍କୁ ହତ୍ୟା କରିଥିବା ମୁରାରୀଙ୍କ ଭାଇ ଅଭିଯୋଗ କରିଛନ୍ତି।
ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୂଜାକୁ ଗିରଫ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୂରା ମାମଲାର ତଦନ୍ତ ଜାରି ରଖିଛି।
ପୂଜା ପୂର୍ବରୁ ବିବାହିତ ଥିଲେ। କିନ୍ତୁ ବିବାଦ ଯୋଗୁଁ, ସେ ସ୍ୱାମୀଠାରୁ ଅଲଗା ରହୁଥିଲେ। ତାଙ୍କର ଏକ ଝିଅ ମଧ୍ୟ ଅଛି। ମୁରାରୀ ବେଙ୍ଗାଲୁରୁରେ ଡ୍ରାଇଭର ଭାବରେ କାମ କରୁଥିଲେ । ଚଳିତ ବର୍ଷ ସେପ୍ଟେମ୍ବର ୧୬ ତାରିଖରେ ପାଟନା ଫେରି ଆସି ପୂଜାଙ୍କ ସହିତ ଏକ ଭଡା ଘରେ ଲିଭ୍ଇନ୍ରେ ରହୁଥିଲେ।
Ganga River: ୧୩୦୦ ବର୍ଷ ପରେ ମାଡ଼ି ଆସୁଛି ଅକାଳ, ଶୁଖୁଛି ଗଙ୍ଗା

No QR, No Smartphone: ଏଣିକି ଦରକାର ପଡିବନି ଫୋନ କି କାର୍ଡ, ଗୋଟିଏ ଟିପରେ ହୋଇଯିବ ପେମେଣ୍ଟ
Crocodile Hunt: ବଉଳା କୁମ୍ଭୀରର ବାରହା ଶିକାର, କ୍ୟାମେରାରେ କଏଦ ଦୃଶ୍ୟ

YouTuber Armaan Malik Ordered: ଦୁଇ ପତ୍ନୀ ପାଇଁ ଅଡୁଆରେ ୟୁଟ୍ୟୁବର.. ଅରମାନ୍-ପାୟଲ ଛାଡପତ୍ର !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)