/odishatv-khabar/media/media_files/2025/09/28/stampede-2025-09-28-15-28-35.jpg)
stampede Photograph: (OTV)
ତାମିଲନାଡୁ କରୁରରେ ଦଳାଚକଟା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ହତ୍ୟା ଉଦ୍ୟମ ମାମଲା ରୁଜୁ କଲା ପୋଲିସ। ଟିଭିକେ କରୁର ପଶ୍ଚିମ ଜିଲ୍ଲା ମୁଖ୍ୟ ସମ୍ପାଦକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ହତ୍ୟା ଘଟଣାରେ ଦୋଷୀ ଏବଂ ସାର୍ବଜନୀନ ସୁରକ୍ଷାକୁ ବିପଦରେ ପକାଇବା ମାମଲା ରୁଜୁ । ମୁଖ୍ୟ ସମ୍ପାଦକଙ୍କ ସହ ଆଉ ୨ଜଣଙ୍କ ବିରୋଧରେ ମାମଲା ହୋଇଛି ।
#WATCH | Karur, Tamil Nadu | Relatives of those who were killed in yesterday's stampede, mourn the loss of their loved ones as they make arrangements for the last rites.
— ANI (@ANI) September 28, 2025
39 people have lost their lives in the stampede which took place during the political rally of TVK (Tamilaga… pic.twitter.com/I98ZbCKHl3
ମୃତ୍ୟୁସଂଖ୍ୟା ଟପିଲାଣି ୩୯ । ୫୦ରୁ ଅଧିକ ଲୋକ ମେଡିକାଲରେ ଭର୍ତ୍ତି । ୮ଜଣ ଛୋଟ ପିଲାଙ୍କ ଯାଇଛି ଜୀବନ । ୧୬ ଜଣ ମହିଳାଙ୍କ ବି ହୋଇଛି ମୃତ୍ୟୁ । ତାମିଲନାଡୁରେ ସାଉଥ ସିନେ ସୁପରଷ୍ଟାର ତଥା ରାଜନେତା ଥାଲାପତି ବିଜୟଙ୍କ ରାଲିରେ ଦଳାଚକଟା ଯୋଗୁଁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । କରୁର ଜିଲ୍ଲାରେ ଗତକାଲି ସନ୍ଧ୍ୟାରେ ଏହି ଭୟଙ୍କର ଦଳାଚକଟା ହୋଇଥିଲା । ସେତେବେଳେ ଜନସମାବେଶକୁ ବସ୍ ଉପରେ ଥାଇ ଭାଷଣ ଦେଉଥିଲେ ବିଜୟ । ଯିଏ ଜନତାଙ୍କ ଦାୟିତ୍ବ ନେବାକୁ ମଞ୍ଚ ଉପରେ କହୁଥିଲେ, ତାଙ୍କରି ଆଖି ସାମ୍ନାରେ ମୃତ୍ୟୁ ରଚିଥିଲା ଆତଙ୍କ ।
Tamil Nadu: BJP's Vinoj P Selvam criticises Vijay for not visiting Karur after stampede
— ANI Digital (@ani_digital) September 28, 2025
Read @ANI Story | https://t.co/4knAPm9sOD
#VinojSelvam#Karurstampede#BJP#TVKpic.twitter.com/SKrPeR0jxn
କରୁରରେ TVK ଦଳର ରାଲି ଆୟୋଜିତ ହୋଇଥିଲା । ଯେଉଁଠି ଥାଲାପତି ବିଜୟଙ୍କୁ ଦେଖିବା ଓ ତାଙ୍କ ଭାଷଣ ଶୁଣିବାକୁ ଛୁଟି ଆସିଥିଲେ ଲକ୍ଷାଧିକ ଲୋକ । ରାଲି ସ୍ଥଳ ଜନସମୁଦ୍ର ପାଲଟିଥିଲା । ଆଉ ବିଜୟ ଭାଷଣ ଦେବାବେଳେ ଦଳାଚକଟା ହୋଇଥିଲା । ଆହତଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ବିଜୟ TVK ଦଳ ଗଠନ କରିଛନ୍ତି, ଯାହା ତାମିଲନାଡୁରେ ୨୦୨୬ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ହେଉଛି । ଶନିବାର ରାଲିରେ ପୋଲିସ ଓ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବା ଅଭିଯୋଗ ହେଉଛି। ତେବେ କେଉଁ କାରଣରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଲା ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।
Karur stampede: TVK Chief Vijay announces financial assistance to bereaved families; expresses deep sorrow
— ANI Digital (@ani_digital) September 28, 2025
Read @ANI Story | https://t.co/X0M45NhgYH#TVK#Karurstampede#TamilNadupic.twitter.com/jZmUzVvhbx
କୁହାଯାଉଛି, କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟର ୫-୬ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ଏଥିପାଇଁ ଅହେତୁକ ଜନସମାଗମ ହୋଇଥିଲା । ଯାହାକୁ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏକ. କେ ଷ୍ଟାଲିନ୍ । ଆହତଙ୍କ ପାଇଁ ଚିକିତ୍ସା ଓ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି । ସଚିବାଳୟ ଆସି ଜରୁରୀ ବୈଠକ କରିଥିଲେ ।
"Something is wrong in our country with crowd management": Congress' Shashi Tharoor on Karur stampede
— ANI Digital (@ani_digital) September 28, 2025
Read @ANI Story | https://t.co/z5ztmMMleb
#Congress#ShashiTharoor#Karurstampedepic.twitter.com/yt6MWnWFKQ
ସେହିପରି ତାମିଲନାଡୁ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ କହିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Bulldozer Smashes Illicit Liquor : ବୁଲିଲା ବୁଲଡୋଜର, ମାଟିରେ ମିଶଲା ମଦ ମାଫିଆଙ୍କ ସିକ୍ରେଟ୍ ଚାମ୍ବର

Ganga River: ୧୩୦୦ ବର୍ଷ ପରେ ମାଡ଼ି ଆସୁଛି ଅକାଳ, ଶୁଖୁଛି ଗଙ୍ଗା

No QR, No Smartphone: ଏଣିକି ଦରକାର ପଡିବନି ଫୋନ କି କାର୍ଡ, ଗୋଟିଏ ଟିପରେ ହୋଇଯିବ ପେମେଣ୍ଟ
Crocodile Hunt: ବଉଳା କୁମ୍ଭୀରର ବାରହା ଶିକାର, କ୍ୟାମେରାରେ କଏଦ ଦୃଶ୍ୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)