/odishatv-khabar/media/media_files/2026/01/01/abhijit-majumdar-2026-01-01-16-13-08.jpg)
Abhijit-Majumdar Photograph: (OTV)
ଚାଲିଗଲେ ଶିଷ୍ୟ, ଫେରିଆସିବେ ଗୁରୁ । ଏମ୍ସରୁ ଡିସଚାର୍ଜ ହେବେ ଅଭିଜିତ୍ ମଜୁମଦାର । ହ୍ୟୁମାନଙ୍କୁ ହରାଇଛି ଓଡ଼ିଶା, ଅଭିଜିତଙ୍କୁ ଫେରିପାଇବେ ଓଡ଼ିଆ । ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଦୁହେଁ ଚିକିତ୍ସିତ ହେଉଥିଲେ । ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇଥିଲେ ଉଭୟ ହ୍ୟୁମାନ ଓ ଅଭିଜିତ୍ । ଡାକ୍ତରଙ୍କ ବହୁ ଚେଷ୍ଟା ପରେ ମଧ୍ୟ ହ୍ୟୁମାନ ସାଗର ଆଉ ଫେରିନାହାନ୍ତି । ନଭେମ୍ବର ୧୭ ଓଡ଼ିଆ ସଂଗୀତର ବାଦଶାହାକୁ ନେଇଯାଇଛି । ହେଲେ ଅଭିଜିତ୍ ଦାଦା ଧୀରେ ଧୀରେ ଏବେ ସୁସ୍ଥ ହେଉଛନ୍ତି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଭୁବନେଶ୍ବର ଏମ୍ସରୁ ଡିସଚାର୍ଜ ହେବେ ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ତରଙ୍ଗର ପ୍ରଥମ ସିନେମା ଇସ୍କ ତୁହି ତୁରେ ଉଭୟ ଅଭିଜିତ୍ ଓ ହ୍ୟୁମାନଙ୍କ ସଂଗୀତ ସୁପରହିଟ୍ ହୋଇଥିଲା । ଅଭିଜିତଙ୍କ ସଂଗୀତ ନର୍ଦ୍ଦେଶନାରେ ଗୋଟିଏ ପାରେ ଗୋଟିଏ ହିଟ୍ ଗୀତ ଇଣ୍ଡଷ୍ଟ୍ରୀକୁ ଦେଇଚାଲିଥିଲେ ହ୍ୟୁମାନ । ପରେ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ହଠାତ୍ ଅଭିଜିତ ଓ ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଅଭିଜିତ୍ ଆଡମିଶନ ହୋଇଥିବାବେଳେ, ପରେ ହ୍ୟୁମାନ ମଧ୍ୟ ଭେଣ୍ଟିଲେଟରକୁ ଯାଇଥିଲେ । ଆଉ ହ୍ୟୁମାନଙ୍କୁ ହରାଇଥିଲା ଓଡ଼ିଶା । ହେଲେ ବର୍ତ୍ତମାନ ଅଭିଜିତଙ୍କୁ ନେଇ ଏମ୍ସ ଖୁସି ଖବର ଦେଇଛି ।
ପାଖାପାଖି ପ୍ରାୟ ୪ ମାସ ହେବ ଏମ୍ସରେ ଚିକିତ୍ସିତ ହୋଇଆସୁଛନ୍ତି ଅଭିଜିତ୍ । ୫୪ ବର୍ଷିୟ ଅଭିଜିତଙ୍କ ଉଚ୍ଚ ରକ୍ତଚାପ ଓ କ୍ରନିକ ଯକୃତ ରୋଗ ଆଦି ଥିବାରୁ ଗତ ସେପ୍ଟେମ୍ବର ୪ତାରିଖରେ ଭୁବନେଶ୍ବର ଏମ୍ସର ଜରୁରୀକାଳୀନ ପରିସ୍ଥିତିରେ ଭେଣ୍ଟିଲେଟର ସପୋର୍ଟରେ ଭର୍ତ୍ତି ହୋଇଥିଲେ । ଏବେ ସେ ଭେଣ୍ଟିଲେଟର ସପୋର୍ଟ ବାହାରେ ଅଛନ୍ତି । ଆଉ ଖୁବଶୀଘ୍ର ଡିସଚାର୍ଜ ହେବେ ।
Several killed after explosion: ନ୍ୟୁ ଇୟର୍ ପାର୍ଟିରେ ଭୟଙ୍କର ବମ୍ ବ୍ଲାଷ୍ଟ, ଜୀଅନ୍ତା ଜଳିଗଲେ ଅନେକ

Pade Akasha: ଲୋକସେବା ଭବନରେ ‘ପାଦେ ଆକାଶ’ ପ୍ରଦର୍ଶିତ

Elephant Attack: ପୁଣି ଦନ୍ତା ନେଲା ଜୀବନ; ଲଗାତର ୨ ଦିନରେ ୨ ମୁଣ୍ଡ ନେଲାଣି ଦନ୍ତା

This Country Celebrates New Year in September: ଏମିତି ଏକ ଦେଶ, ଯେଉଁଠାରେ ସେପ୍ଟେମ୍ବରରେ ପାଳନ ହୁଏ ନୂଆବର୍ଷ, ଚାଲିଛି ୨୦୧୮ ମସିହା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)