/odishatv-khabar/media/media_files/2026/03/03/rahul-last-video-2026-03-03-21-01-45.jpg)
RAHUL--LAST-VIDEO Photograph: (OTV)
ଅପରାଧ ଘଟିବା ପୂର୍ବରୁ ସବୁକିଛି ଥିଲା ସ୍ବାଭାବିକ। ବେଶ୍ ଖୁସି ମଉଜ ମୁଡ଼ରେ ଥିଲେ ରାହୁଲ ଓ ତାଙ୍କ ସାଙ୍ଗରେ ଥିବା ଶିବା ଏବଂ ସଚିନ୍। ସାମ୍ନାକୁ ଆସିଛି ହତ୍ୟା ପୂର୍ବରୁ ଏକ ଭିଡ଼ିଓ। ଯାହାକୁ ଦେଖିଲେ ଲାଗୁଛି, ନା ରାହୁଲ ଜାଣିଥିଲେ କୌଣସି ଅଘଟଣ ଘଟିଯିବ, ନା ତାଙ୍କୁ କିଏ ହତ୍ୟା କରିଦେବ। ୟୁଟ୍ୟୁବର ରାହୁଲ ମହାରଣାଙ୍କ ଜୀବନର ସେହି ଶେଷ ଭିଡ଼ିଓ। ଭିଡ଼ିଓରେ ଅଛନ୍ତି ଶିବା ଏବଂ ସଚିନ୍।
ଜିଜିପି କଲୋନୀ ହାଇସ୍କୁଲ ପଡିଆ ଭିତରେ ୩ ଜଣ ବସି ଖଟି କରୁଥିଲେ। ଜାଣିନଥିଲେ ଏହି ମୂହୁର୍ତ୍ତ ହିଁ ପାଲଟିଯିବ ଜୀବନର ଶେଷ ମୂହୁର୍ତ୍ତ। କିନ୍ତୁ ଦୁର୍ଭାଗ୍ୟ, ଏହି ଭିଡ଼ିଓ ରେକର୍ଡ କରିବାର ମାତ୍ର କିଛି ସମୟ ପରେ ଘଟିଗଲା ଅଘଟଣ। ରାହୁଲଙ୍କୁ ଛୁରି ଭୁଷି ଆକ୍ରମଣ କରାଗଲା ଘଟଣାସ୍ଥଳରେ। ଆଉ ସବୁଦିନ ପାଇଁ ସ୍ମୃତି ହୋଇରହିଗଲା ୟୁଟ୍ୟୁବର୍ ରାହୁଲଙ୍କ ମୃତ୍ୟୁ ପୂର୍ବର ଏହି ଭିଡ଼ିଓ। ଯାହାକୁ ସେ ନିଜେ ରେକର୍ଡ କରିଥିଲେ।...
ବେଶ୍ ଖୁସି ମଉଜ ମୁଡ୍ ରେ ଥିଲେ ରାହୁଲ, ଶିବା ଓ ସଚିନ୍
ୟୁଟ୍ୟୁବର ରାହୁଲ ମହାରଣାଙ୍କ ଜୀବନର ଶେଷ ଭିଡ଼ିଓ
ଏହି ଭିଡ଼ିଓ ରେକର୍ଡ କରିବାର କିଛି ସମୟ ପରେ ହତ୍ୟାକାଣ୍ଡ
ଜିଜିପି କଲୋନୀ ହାଇସ୍କୁଲ ପଡ଼ିଆରେ ବସି ଖଟି କରୁଥିବାର ଭିଡ଼ିଓ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)