Advertisment

Nitin Nabin Set for Rajya Sabha: ରାଜ୍ୟସଭା ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ, ବିହାରରୁ ହେଲେ ପ୍ରାର୍ଥୀ

ରାଜ୍ୟସଭା ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ବିହାରରୁ ରାଜ୍ୟସଭା ପାଇଁ ନିତିନ ନବୀନଙ୍କୁ ପ୍ରାର୍ଥୀ କରିଛି ଦଳ । ରାଜ୍ୟସଭା ନିର୍ବାଚନ ପାଇଁ ଆସାମ ସମେତ ୬ ରାଜ୍ୟର ୯ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି ।

author-image
Tapan Swain
Nitin Nabin

Nitin Nabin Photograph: (OTV)

ରାଜ୍ୟସଭା ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ବିହାରରୁ ରାଜ୍ୟସଭା ପାଇଁ ନିତିନ ନବୀନଙ୍କୁ ପ୍ରାର୍ଥୀ କରିଛି ଦଳ । ରାଜ୍ୟସଭା ନିର୍ବାଚନ ପାଇଁ ଆସାମ ସମେତ ୬ ରାଜ୍ୟର ୯ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ବିହାରରୁ ନିତିନ ନବୀନ ଓ ଶିବେଶ କୁମାରଙ୍କ ନାମ ଘୋଷଣା କରାଯାଇଛି ।

Advertisment

ନିତିନ ନବୀନଙ୍କ ମନୋନୟନକୁ ଦଳୀୟ ନେତାମାନେ ସ୍ୱାଗତ କରିଛନ୍ତି। ଏହାଦ୍ବାରା ସଂସଦରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସ୍ବର ଶାଣିତ ହେବା ସହ ବିହାରରେ ମଧ୍ୟ ଦଳ ଆହୁରି ସଶକ୍ତ ହେବା ବୋଲି ଆଶା ରଖିଛି ବିଜେପି ।  

ସେହିଭଳି ଆସାମରୁ ତେରାଶ ଗୋବାଲ ଓ ଜୋଗେନ ମୋହନଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଛତିଶଗଡ଼ରୁ ଲକ୍ଷ୍ମୀ ବର୍ମା ଓ ହରିଆଣାରୁ ସଂଜୟ ଭାଟିଆଙ୍କ ନାମ ଘୋଷଣା ହୋଇଛି । ବିହାର ସମେତ ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ହେବ । 

Advertisment

ରାଜ୍ୟସଭା ଯିବେ ନିତିନ ନବୀନ

ରାଜ୍ୟସଭା ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ
ବିହାରରୁ ରାଜ୍ୟସଭା ପାଇଁ ନିତିନ ନବୀନ ପ୍ରାର୍ଥୀ
ଆସାମ ସମେତ ୬ ରାଜ୍ୟର ୯ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି
ବିହାରରୁ ନିତିନ ନବୀନ ଓ ଶିବେଶ କୁମାରଙ୍କ ନାମ ଘୋଷଣା 
 

Nitin Nabin
Advertisment
Related Articles
Advertisment