/odishatv-khabar/media/media_files/2026/01/26/dhenkanal-2026-01-26-21-58-02.jpg)
Dhenkanal Photograph: (OTV)
ବିଚ୍ ବଜାର ଉପରେ ପରିବା ବିକାଳିଙ୍କୁ ହାଣିଲେ ଦୁର୍ବୃତ୍ତ। ପ୍ରଥମେ ବନ୍ଧୁକ ଦେଖାଇଲେ ଓ ପରେ ଖଣ୍ଡାରେ ହାଣି ଲହୁଲୁହାଣ କଲେ। ଏହି ଘଟଣା ଘଟିଛି ଢେଙ୍କାନାଳ ଟାଉନ ଥାନା ବାଜିଚୌକ ପରିବା ମାର୍କେଟରେ। ଦୁବୃର୍ତ୍ତଙ୍କ ଆକ୍ରମଣରେ ପରିବା ବେପାରୀ ଦୀପୁନ ପ୍ରଧାନ ଗୁରୁତର ହୋଇଛନ୍ତି ।
Advertisment
ଦୀପୁନଙ୍କୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅନ୍ୟ ଏକ ବଜାରର କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ସେମାନଙ୍କର ଗୋଟିଏ ବାଇକ୍ କୁ କାବୁ କରି ଭାଙ୍ଗିଛନ୍ତି ସ୍ଥାନୀୟ ଲୋକେ। ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ବନ୍ଧୁକ ଦେଖାଇଲେ ଓ ଖଣ୍ଡାରେ ହାଣି ଲହୁଲୁହାଣ କଲେ
ଢେଙ୍କାନାଳ ଟାଉନ ଥାନା ବାଜିଚୌକ ପରିବା ମାର୍କେଟର ଘଟଣା
ଆକ୍ରମଣରେ ପରିବା ବେପାରୀ ଦିପୁନ ପ୍ରଧାନ ଗୁରୁତର
ବାଇକ୍ ଛାଡ଼ି ଦୌଡ଼ିଲେ ଆକ୍ରମଣକାରୀ
Advertisment
ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)