/odishatv-khabar/media/media_files/2026/01/26/gold-loot-2026-01-26-20-32-12.jpg)
GOLD-LOOT Photograph: (OTV)
ଏକୁଟିଆ ମହିଳାଙ୍କୁ ଦେଖି ଲୁଟୁଛନ୍ତି ମହାରାଷ୍ଟ୍ର ଲେଡି ଲୁଟେରା। ଭୁବନେଶ୍ବରରେ ମାତିଛନ୍ତି ମହାରାଷ୍ଟ୍ରର ଲେଡି ଲୁଟେରା। ସହଯାତ୍ରୀ ଭଳି ସୁଖ ଦୁଃଖ ହେବେ ଆଉ ପରେ ଦାମୀ ଗହଣା ଲୁଟ୍ କରିବେ।ଏମାନେ ଏକୁଟିଆ ଯାତ୍ରା କରୁଥିବା ମହିଳାଙ୍କୁ ଟାର୍ଗେଟ କରି ଲୁଟ କରନ୍ତି।
ଆସିବେ କଥା ବାର୍ତ୍ତା ହେବେ ପାଖରେ ବସି ସେମାନଙ୍କୁ ରାସ୍ତାଘାଟ ପଚାରିବା ଆଳରେ ପାଖରେ ଥିବା ବ୍ୟାଗ୍ ରୁ ଲୁଟ କରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଞ୍ଚଳରେ। ଗତ ୧୯ ତାରିଖରେ ମହିଳା ଜଣଙ୍କ ଜାଭିୟର ଛକ ଠାରୁ ଏକ ଅଟୋରେ ବସି ବରମୁଣ୍ଡା ଆସୁଥିବା ବେଳେ ନୟାପଲ୍ଲୀ ଠାରେ ଦୁଇଜଣ ମହିଳା ଏକୁଟିଆ ଦେଖି ସେଇ ଅଟୋର ଦୁଇ ପାର୍ଶ୍ଵରେ ବସିଥିଲେ।
ଘରଲୋକ ଧରି ଦେଲେ ପୋଲିସକୁ
ପରବର୍ତ୍ତୀ ମୁହୂର୍ତ୍ତରେ ମହିଳା ଜଣକ ଅନ୍ୟ ମନସ୍କ ଥିବା ବେଳେ ତାଙ୍କ ବ୍ୟାଗ୍ ରୁ ପାଖାପାଖି ୬୦ ଗ୍ରାମରୁ ଉର୍ଦ୍ଧ୍ୱ ସୁନା ଯାହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ହେବ ତାକୁ ଲୁଟ୍ କରି ନେଇଥିଲେ। ଏହା ପରେ ଥାନାରେ ମହିଳା ଜଣକ FIR ଦେଲା ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଭିଯୋଗ ହୋଇଛି । ମହିଳାଙ୍କ ପରିବାର ଲୋକେ ସ୍ମାର୍ଟ ସିଟି ସିସିଟିଭ ର ସହାୟତା ନେଇ ସାରା ଭୁବନେଶ୍ୱର ଖୋଜି ସେଇ ମହିଳା ଦୁଇ ଜଣଙ୍କୁ ଠାବ କରି ଆଜି ପୋଲିସ ଜିମା ଦେଇଛନ୍ତି...
ରାଜଧାନୀରେ ମାତିଛନ୍ତି ଲେଡି ଲୁଟେରା
ପାଖରେ ବସି ସୁଖ ଦୁଃଖ ହେବେ
ସୁଯୋଗ ପାଇ ଲୁଟୁଛନ୍ତି ସୁନା ଗହଣା
ପୋଲିସରେ ଅଭିଯୋଗ କରିଥିଲେ ମହିଳା
ଶେଷରେ ଲୁଟେରାଙ୍କୁ ଖୋଜି ପୋଲିସରେ ଦେଲେ ଜିମା
From Delivery to Violence: ଗେଟରେ ଅଟକାଇବାରୁ ଫେରିଗଲା ଡେଲିଭରି ବୟ, ଗ୍ରୁପ ସହ ଆସି କଲା ମରଣାନ୍ତକ ଆକ୍ରମଣ

Daughter recounts chilling eyewitness: ଝିଅ ବଖାଣିଲା ହତ୍ୟା କାହାଣୀ; ଧାରୁଆ କୁରାଢୀରେ ହାଣିଦେଲେ

Shock in Film Circle: 'ବିବାହର ପ୍ରତିଶ୍ରୁତି ଦେଇ ୧୦ ବର୍ଷ ଧରି ଦୁଷ୍କର୍ମ...', ଗିରଫ ହେଲେ 'ଧୁରନ୍ଧର' ଅଭିନେତା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)