Advertisment

Rajya Sabha Election Buzz: ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗ, ବିଜେପି ସାଂସଦ ବଳଭଦ୍ର ମାଝୀଙ୍କ ବଡ଼ ବୟାନ

ରାଜ୍ୟସଭାରେ ସଂଖ୍ୟା ନଥିଲେ ମଧ୍ୟ ବହୁତ ବିଲ ପାରିତ କରିବାରେ ବିଜେପି ସଫଳ ହୋଇଛି। ବିଜେପି ଓଡ଼ିଶାବାସୀଙ୍କ ନିଷ୍ଠାର ସହିତ ସେବା କରୁଛିି। ଯେଉଁମାନେ ଦେଶ ତଥା ରାଜ୍ୟର ହିତ ଚାହୁଁଛନ୍ତି ଚତୁର୍ଥ ସିଟ ମଧ୍ୟ ବିଜେପିକୁ ଦେବେ।

author-image
Tapan Swain
BJP

BJP Photograph: (OTV)

ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ବିଜେପି ସାଂସଦ ବଳଭଦ୍ର ମାଝୀଙ୍କ ବଡ ବୟାନ। ଚତୁର୍ଥ ସିଟ ନେଇ ବିଜେପି-ବିଜେଡି ମଧ୍ୟରେ ସହମତି ହେବ କି ପ୍ରଶ୍ନରେ ସେ କହିଛନ୍ତି, ଏହାକୁ ନେଇ ଯାହା କରିବା କଥା ଦଳର ଶୀର୍ଷ ନେତୃତ୍ୱ କରିବେ।

Advertisment

ଗଣତନ୍ତ୍ରରେ କାହାକୁ ଅନୁରୋଧ କରିବା, କାହାକୁ ନିବେଦନ କରିବା କିଛି ଭୁଲ ନୁହେଁ। ଆମେ ସମସ୍ତଙ୍କୁ ଅନୁରୋଧ କରିବୁ। ଚତୁର୍ଥ ସିଟ ପାଇଁ ଆମକୁ ସମସ୍ତେ ଖୁସିରେ ସମର୍ଥନ ଦେବେ। ଚତୁର୍ଥ ସିଟ ଲାଗି ଯେହେତୁ ବିଜେଡି କିମ୍ବା କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ।ତେଣୁ ଉଭୟ ବିଜେଡି-କଂଗ୍ରେସ ଆମକୁ ସମର୍ଥନ ଦେବେ ବୋଲି କହିଛନ୍ତି ସାଂସଦ ବଳଭଦ୍ର ମାଝୀ।

ରାଜ୍ୟସଭାରେ ସଂଖ୍ୟା ନଥିଲେ ମଧ୍ୟ ବହୁତ ବିଲ ପାରିତ କରିବାରେ ବିଜେପି ସଫଳ ହୋଇଛି। ବିଜେପି ଓଡ଼ିଶାବାସୀଙ୍କ ନିଷ୍ଠାର ସହିତ ସେବା କରୁଛିି। ଯେଉଁମାନେ ଦେଶ ତଥା ରାଜ୍ୟର ହିତ ଚାହୁଁଛନ୍ତି ଚତୁର୍ଥ ସିଟ ମଧ୍ୟ ବିଜେପିକୁ ଦେବେ। ରାଜ୍ୟସଭା ଅଙ୍କ ସମସ୍ତେ ଜାଣିଛନ୍ତି। ଅଙ୍କ ଆପେ ଆପେ ହେଇଯିବ। ଚତୁର୍ଥ ସିଟ ଆମର ବୋଲି କହିଛନ୍ତି ସାଂସଦ ବଳଭଦ୍ର ମାଝୀ।...

Advertisment

ବିଜେପି ସାଂସଦ ବଳଭଦ୍ର ମାଝୀଙ୍କ ବଡ଼ ବୟାନ

ଚତୁର୍ଥ ସିଟ ହାତେଇବ ବିଜେପି 
ବିଜେଡି, କଂଗ୍ରେସ ସମର୍ଥନ କରିବେ: ବଳଭଦ୍ର ମାଝୀ
ଗଣତନ୍ତ୍ରରେ କାହାକୁ ଅନୁରୋଧ କରିବା କିଛି ଭୁଲ ନୁହଁ
ଆମେ ସମସ୍ତଙ୍କୁ ଅନୁରୋଧ କରିବୁ
ଚତୁର୍ଥ ସିଟ ପାଇଁ ଆମକୁ ସମସ୍ତେ ସମର୍ଥନ ଦେବେ

BJP Rajya Sabha
Advertisment
Related Articles
Advertisment