Advertisment

Rape-Murder Allegation: ଦୁଷ୍କର୍ମ ପରେ ଛାତରୁ ଠେଲି ହତ୍ୟା କରାଯାଇଥିବା ଅଭିଯୋଗ, ସଂପୃକ୍ତ ଘରୁ ଜବତ ହୋଇଛି ମୃତ ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଓ ମୋବାଇଲ୍

ପାରାଦୀପ ତାରିଣୀଗଡ଼ା ଜଘନ୍ୟ କାଣ୍ଡ ଘଟଣାରେ ବଡ଼ ଅପଡେଟ୍। ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ସୋମନାଥ ଓଝା ଓ ସଂପୃକ୍ତ ଭଡ଼ାଟିଆ ଶୁଭମ ସିଂଙ୍କୁ ଗିରଫ କଲା ପୋଲିସ । ଉଭୟଙ୍କ ନାଁରେ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ ହୋଇଛି।

author-image
Tapan Swain
PARADIP-MURDER

PARADIP-MURDER Photograph: (OTV)

ପାରାଦୀପ ତାରିଣୀଗଡ଼ା ଜଘନ୍ୟ କାଣ୍ଡ ଘଟଣାରେ ବଡ଼ ଅପଡେଟ୍। ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ସୋମନାଥ ଓଝା ଓ ସଂପୃକ୍ତ ଭଡ଼ାଟିଆ ଶୁଭମ ସିଂଙ୍କୁ ଗିରଫ କଲା ପୋଲିସ । ଉଭୟଙ୍କ ନାଁରେ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ ହୋଇଛି। ଘଟଣା ସମ୍ପର୍କରେ ପୋଲିସ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ଦେଇନଥିବାବେଳେ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ଛାତରୁ ଠେଲି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

Advertisment

ଗତ ସୋମବାର ଭୋର ସମୟରେ ୪ ମହଲା ଛାତତଳୁ ଛାତ୍ରୀଙ୍କ ରକ୍ତାକ୍ତ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଥିଲା । ସଂପୃକ୍ତ ଘରେ ପୋଲିସର ଛାନଭିନ ବେଳେ ତାଜା ଉପରୁ ମୃତ ଛାତ୍ରୀଙ୍କ ଅନ୍ତଃବସ୍ତ୍ର, ଚୁଡ଼ିଦାର ଓ ମୋବାଇଲ୍ ଜବତ ହୋଇଛି । ଛାତ ଉପରେ ମୃତ ଛାତ୍ରୀଙ୍କ ଚପଲକୁ ଯୋଜନାବଦ୍ଧ ବାବେ ଖଞ୍ଜି ଆତ୍ମହତ୍ୟାର ରୂପ ଦେବାକୁ ଅଭିଯୁକ୍ତ ଉଦ୍ୟମ କରିଥିବା ପୋଲିସ ଜାଣିବାକୁ ପାଇଛି। ତଥାପି ମାମଲା ଏବେ ବି ରହସ୍ୟ ଘେରରେ । 

ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ସୋମନାଥ ଓଝା ଗିରଫ
ସଂପୃକ୍ତ ଭଡ଼ାଟିଆ ଶୁଭମ ସିଂଙ୍କୁ ଗିରଫ କଲା ପୋଲିସ
ଉଭୟଙ୍କ ବିରୋଧରେ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ
ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇନି ପୋଲିସ
ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ଛାତରୁ ଠେଲି ହତ୍ୟା କରାଯାଇଥିବା ଅଭିଯୋଗ
ଗତ ସୋମବାର ଭୋର ସମୟରେ ଉଦ୍ଧାର ହୋଇଥିଲା ଉଲଗ୍ନ ମୃତଦେହ
ସଂପୃକ୍ତ ଘରୁ ଜବତ ହୋଇଛି ମୃତ ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଓ ମୋବାଇଲ୍

Advertisment
Murder Rape
Advertisment
Related Articles
Advertisment