Advertisment

Mid-Road Blaze: ମଝି ରାସ୍ତାରେ ହୁତୁହୁତୁ ଜଳିଗଲା ହାଇୱା ଟ୍ରକ, ଏନଟିପିସିରୁ ପାଉଁଶ ନେଇ ପାରାଦ୍ବୀପ ଅଭିମୁଖେ ଯାଉଥିଲା

ମଝି ରାସ୍ତାରେ ହୁତୁହୁତୁ ଜଳିଗଲା ହାଇୱା। ତାଳଚେର କଣ୍ଢାଳ ଛକ ନିକଟ ଜାତୀୟ ରାଜପଥର ଜଳିଗଲା ପାଉଁଶ ବୋଝେଇ ହାଇୱା ଟ୍ରକ। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

author-image
Tapan Swain
TRUCK-FIRE

TRUCK-FIRE Photograph: (OTV)

ମଝି ରାସ୍ତାରେ ହୁତୁହୁତୁ ଜଳିଗଲା ହାଇୱା। ତାଳଚେର କଣ୍ଢାଳ ଛକ ନିକଟ ଜାତୀୟ ରାଜପଥର ଜଳିଗଲା ପାଉଁଶ ବୋଝେଇ ହାଇୱା ଟ୍ରକ। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୂଚନା ଅନୁସାରେ ଏନଟିପିସିରୁ ହାଇୱା ଟ୍ରକଟି ପାଉଁଶ ନେଇ ପାରାଦ୍ବୀପ ଅଭିମୁଖେ ଯାଉଥିଲା। ଏହି ସମୟରେ ଦୁର୍ଲଭପୁର ଠାରେ ହାଇୱା ଟ୍ରକର ଇଞ୍ଜିନ ନିକଟରୁ ହଠାତ ଧୂଆଁ ବାହାରି ନିଆଁ ଲାଗିଥିଲା।

Advertisment

ଚାଳକ ଗାଡ଼ିରୁ ଉହ୍ଲାଇ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ପରେ ସ୍ଥାନୀୟ ଲୋକେ ତାଳଚେର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତାଳଚେର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ହାଇୱା ଟ୍ରକଟି ତାଳଚେର ଅଞ୍ଚଳର ମହେଶ ଅଗ୍ରୱାଲଙ୍କର ବୋଲି ଜଣାପଡ଼ିଛି।...

ତାଳଚେର କଣ୍ଢାଳ ଛକ ନିକଟରେ ଜଳିଗଲା ହାଇୱା

ସର୍ଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି
ଏନଟିପିସିରୁ ପାଉଁଶ ନେଇ ପାରାଦ୍ବୀପ ଅଭିମୁଖେ ଯାଉଥିଲା ଟ୍ରକ
ହାଇୱା ଟ୍ରକର ଇଞ୍ଜିନ ନିକଟରୁ ହଠାତ ଧୂଆଁ ବାହାରି ନିଆଁ ଲାଗିଥିଲା
ତାଳଚେର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ

Advertisment
Fire
Advertisment
Related Articles
Advertisment