/odishatv-khabar/media/media_files/2026/02/27/ganja-oil-seized-2026-02-27-10-37-20.jpg)
GANJA-OIL-SEIZED Photograph: (OTV)
ଜଳଭଣ୍ଡାର ଦ୍ବୀପରେ ଗଞ୍ଜେଇ ତେଲ କାରଖାନା। କୋରାପୁଟରୁ ୨୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ ପରେ ପୋଲିସର ତନାଘନା । ତେଲ ପ୍ରସ୍ତୁତି ଓ ଚାଲାଣରେ ସଂପୃକ୍ତ ମାଷ୍ଟର ମାଇଣ୍ଡ ଓ ସହଯୋଗୀଙ୍କୁ ଚିହ୍ନଟ କରି ଖୋଜୁଛି ପୋଲିସ । ଜଳଭଣ୍ଡାର ଟାପୁ ଉପରେ କଡ଼ା ନଜର ରଖିବା ସହ ଜଣେ ଚାଲାଣକାରୀକୁ ଗିରଫ କରି ପଚରାଉଚରା କରାଯାଉଛି।
ଗିରଫ ଅଭିଯୁକ୍ତ ନିକଟରୁ ସତ ଆଦାୟ କରି ରାକେଟର ମୂଳରେ ପହଞ୍ଚିବାକୁ ଉଦ୍ୟମ କରୁଛି ପୋଲିସ । ସୂଚନା ଅନୁସାରେ, ଜଲାପୁଟ ଜଳଭଣ୍ଡାରର ଦ୍ବୀପରୁ ନିୟନ୍ତ୍ରଣ ହେଉଥିଲା ଗଞ୍ଜେଇ ବ୍ୟବସାୟର ସାମ୍ରାଜ୍ୟ। ଦୈନିକ ଶହ ଶହ କିଲୋ ଗଞ୍ଜେଇ ଏହି ଦ୍ବୀପରେ ପହଞ୍ଚୁଥିଲା। ଏଠାରେ ଗଞ୍ଜେଇ ତେଲ ପ୍ରସ୍ତୁତ କରାଯାଇ ବୋତଲ ଓ ପାଉଚରେ ମାଫିଆଙ୍କ ନିକଟକୁ ଯାଉଥିଲା।
ଘଞ୍ଚ ଜଙ୍ଗଲରେ ଚାଲିଥିବା ନୀଳ ଜହରର ବିଶାଳ ନେଟ୍ ୱର୍କକୁ ଶେଷରେ ଧ୍ବଂସ କରିଛି କୋରାପୁଟ ପୁଲିସ। ଗଞ୍ଜେଇ ମାଫିଆଙ୍କ ପ୍ରତ୍ୟେକ ଗତିବିଧିକୁ ଜାଣିବା ଲାଗି ଡ୍ରୋନ ସହାୟତା ନିଆଯାଇଥିଲା। ଗଞ୍ଜେଇ ତେଲ କାରଖାନାରେ ପହଞ୍ଚିବାକୁ ସିଧାସଳଖ ରାସ୍ତା ନ ଥିବାରୁ ପୁଲିସକୁ ଡଙ୍ଗାରେ ଯିବାକୁ ପଡ଼ିଥିଲା।
୨୦୦ କୋଟିର ଗଞ୍ଜେଇ ତେଲ ଜବତ ପରେ ଜୋରଦାର ତନାଘନା
ମାଷ୍ଟର ମାଇଣ୍ଡ ଓ ସହଯୋଗୀଙ୍କୁ ଖୋଜୁଛି ପୋଲିସ
ଜଳଭଣ୍ଡାର ଟାପୁ ଉପରେ କଡ଼ା ନଜର
ଜଣେ ଚାଲାଣକାରୀକୁ ଗିରଫ କରି ପଚରାଉଚରା
ଜଳଭଣ୍ଡାରର ଦ୍ବୀପରୁ ନିୟନ୍ତ୍ରଣ ହେଉଥିଲା ଗଞ୍ଜେଇ ସାମ୍ରାଜ୍ୟ
ଦୈନିକ ଶହ ଶହ କିଲୋ ଗଞ୍ଜେଇ ଦ୍ବୀପରେ ପହଞ୍ଚୁଥିଲା
ଗଞ୍ଜେଇ ତେଲ ପ୍ରସ୍ତୁତ କରାଯାଇ ମାଫିଆଙ୍କ ନିକଟକୁ ଯାଉଥିଲା
ଡ୍ରୋନ୍ ସହାୟତାରେ ଗଞ୍ଜେଇ ମାଫିଆଙ୍କ ଗତିବିଧିକୁ ଜାଣିଲା ପୋଲିସ
ଡଙ୍ଗାରେ ଯାଇ ପୋଲିସ୍ କଲା ବଡ଼ ରେଡ୍
War Breaks Out: ଆରମ୍ଭ ହେଲା ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ, ଏୟାର ଷ୍ଟ୍ରାଇକ୍ ପରେ ଘନଘନ ବୋମାମାଡ଼

Wildfire Rages Uncontrollably: ହୁ ହୁ ହୋଇ ଜଳୁଛି ଜଙ୍ଗଲ, କେହି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇଥିବା ସନ୍ଦେହ

Vlogger Shocked by Fruit Prices: ଏଠି ଫଳ ବଜାରର ନିଆଁ; କଦଳୀ ୪୫୦, ଭଣ୍ଡା ୪୦୦ ଟଙ୍କା... ଖଜୁରୀ ଦାମ ଶୁଣିଲେ ହୋସ୍ ଉଡିବ

Water War Watch: ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍, ଆଜିଠୁ ଜଳ ବଣ୍ଟନ ବିବାଦର ଅନୁଧ୍ୟାନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)