Advertisment

SCB ICU Shame: ଆଇସିୟୁରେ ଅସୁରକ୍ଷିତ ରୋଗୀ...ମହିଳା ରୋଗୀଙ୍କୁ ଅସଦାଚରଣ ଅଭିଯୋଗ

ରୋଗୀମାନେ ମେଡିକାଲ ଆଇସିୟୁରେ ସୁରକ୍ଷିତ ତ। କାହା ସହିତ କେତେବେଳେ କେଉଁଠି କିଛି ଅଘଟଣ ଘଟିଯିବନି ତ। ଚିକିତ୍ସା ପାଇଁ ଆସି ଏଭଳି ନିର୍ଯ୍ୟାତନାର ଶିକାର ହେବେ ନାହିଁ ତ।

author-image
Manas Ranjan Mohanty
SCB_ISSUE

SCB_ISSUE Photograph: (OTV)

ରବିବାର ରାତି ସମୟ ଠିକ ୯.୩୦ । ମେଡିସିନ ଆଇସିୟୁରେ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ପାଣି ମାଗୁଥିଲେ। ପାଣିଦେବା ବାହାନାରେ ନିଶାସକ୍ତ ଅବସ୍ଥାରେ ଗୁରୁତର ଯୁବତୀଙ୍କୁ କରିଥିଲା ଅସଦାଚରଣ। ଯୁବତୀ ଜଣଙ୍କ ବେଡ଼ରେ ଜୀବନ ମୃତ୍ୟୁସହ ସଂଗ୍ରାମ କରୁଥିଲା ବେଳେ ଆଉଟ ସୋରସିଂର ନୂଆ ମେଡ଼ିସିନ୍ ବିଭାଗରେ କାର୍ଯ୍ୟରତ ଥିବା ମାନସରଞ୍ଜନ ପତି ଏହି ସୁଯୋଗର ଫାଇଦା ଉଠାଇ କରିଥିଲା ଏଭଳି ଘୃଣ୍ୟ କାର୍ଯ୍ୟ । ତେବେ ପରିବାର ପକ୍ଷରୁ  ସ୍ଥାନୀୟ ମଙ୍ଗଳାବାଗ ଥାନାରେ ଏତଲା ଦେବାପରେ  ଯାଜପୁର ଜିଲ୍ଲାରୁ ମାନସକୁ ଗିରଫକରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ। ଏହିଘଟଣା ଏସସିବି ମେଡିକାଲର ଛବି ଖରାପ କରିଦେଇଛି। ରୋଗୀମାନେ ମେଡିକାଲ ଆଇସିୟୁରେ ସୁରକ୍ଷିତ ତ। କାହା ସହିତ କେତେବେଳେ କେଉଁଠି କିଛି ଅଘଟଣ ଘଟିଯିବନି ତ। ଚିକିତ୍ସା ପାଇଁ ଆସି ଏଭଳି ନିର୍ଯ୍ୟାତନାର ଶିକାର ହେବେ ନାହିଁ ତ। ଏଭଳି କିଛି ପ୍ରଶ୍ନ ଏବେ ମହିଳା ରୋଗୀଙ୍କ ଚିନ୍ତା ବଢେଇଦେଇଛି।

Advertisment



ଏସସିବି ମେଡିକାଲରେ ୩୦ରୁ ଉର୍ଦ୍ଧ୍ବ କ୍ଲିନିକାଲ ଓ ନନ କ୍ଲିନିକାଲ ବିଭାଗ ରହିଛି।। ସେଥିରେ ବିଭିନ୍ନ ବିଭାଗରେ ୧୫ ଆଇସିୟୁ ରେ ରହିଛି ୨୨୦ ଟି ବେଡ଼ ।  ସବୁ ବିଭାଗରେ ଠିକା ସଂସ୍ଥା ର କର୍ମଚାରୀ କାର୍ଯ୍ୟ କରୁଛନ୍ତି । ହେଲେ ପ୍ରଶ୍ନ ଉଠୁଛି ଏମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ପୂର୍ବରୁ ସେମାନଙ୍କ କ୍ୟାରେକ୍ଟର,ଯୋଗ୍ୟତା ଓ ଅପରାଧିକ ରେକର୍ଡ଼ ଯାଞ୍ଚ ହେଉଛି କି ନାହିଁ । ଏମାନଙ୍କ ଭରସାରେ ପୁରା ମେଡିକାଲ।

ଏହି କର୍ମଚାରୀମାନେ ସେବା ମନୋବୃତି ରେ ନୁହଁ ବରଂ ଟଙ୍କା ଉପାର୍ଜନ କରିବା ଲକ୍ଷ୍ୟରେ ରହୁଥିବା କହିଛନ୍ତି ସମାଜସେବୀ । ଏହାବ୍ୟତୀତ ଠିକା ସଂସ୍ଥା ଓ ଏସସିବି କତ୍ତୃପକ୍ଷଙ୍କ ମଧୁ ଚନ୍ଦ୍ରିକା ଯୋଗୁ ଆଜି ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। ବିଗତଦିନ ମାନଙ୍କରେ ମେଡିକାଲ ପରିସରରେ ଏପରି ଘଟଣା ସମ୍ନାକୁ ଆସି ନଥିଲା ବେଳେ ହଠାତ୍ ଗୁରୁତର ରୋଗୀଙ୍କ ସହ ଏଭଳି କାଣ୍ଡ ସମସ୍ତଙ୍କୁ ଚକିତ କରିଛି। ସମୟ ଥାଉଥାଉ ଏସସିବି ଏ ଦିଗରେ ଯତ୍ନବାନ ନହେଲେ ଏପରି ଘଟଣାକୁ ନେଇ ଏସସିବି ମେଡିକାଲ ଅପନିନ୍ଦା ମୁଣ୍ଡାଇବା ଆଶଙ୍କା ରହିଛି।

 ପ୍ରତିଦିନ ହଜାର ହଜାର ମହିଳା ରୋଗୀ ଏସସିବିକୁ ଚିକିତ୍ସା ପାଇଁ ଆସୁଥିଲା ବେଳେ ଏଭଳି ଘଟଣା ଘଟିବାପରେ ସମସ୍ତଙ୍କ ମନରେ ସୁରକ୍ଷା ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱଭାବିକ।

Advertisment
Advertisment
Related Articles
Advertisment