Advertisment

Sexual Assault: ଆଧ୍ୟାତ୍ମିକତା ନାଁରେ ପାପ; ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା

ଗୁରୁକୁଳରେ ଯୌନ କାରବାର ଚାଲିଥିବାର ଭିଯୋଗ ଆସିଛି। ଏକ ଗୁରୁକୁଳର ମୁଖ୍ୟ ଏବଂ ଶିକ୍ଷକଙ୍କ ବିରୋଧରେ ଏମିତି ଅଭିଯୋଗ ଶିକ୍ଷା ବ୍ୟବସ୍ଥା ଆଉ ଆଧ୍ୟାତ୍ମିକ ବିଶ୍ୱାସ ପ୍ରତି କୁଠାରଘାତ କରିଛି।

author-image
Chinmayee Sahoo
Minor-Accuses-Sexual-Assault

Minor-Accuses-Sexual-Assault Photograph: (OTV)

ଡାର୍ଟି ବାବାଙ୍କ ନଟୀ କାମ। ଭଗବାନ ସାଜି କରୁଥିଲେ ପାପ। ଗୁରୁକୁଳରେ ଚାଲିଥିଲା ଯୌନ କାରବାର। ସାମ୍ନାକୁ ଆସିଛି ନାବାଳିକା ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ। ଏକ ଗୁରୁକୁଳର ମୁଖ୍ୟ ଏବଂ ଶିକ୍ଷକଙ୍କ ବିରୋଧରେ ଏମିତି ଅଭିଯୋଗ ଶିକ୍ଷା ବ୍ୟବସ୍ଥା ଆଉ ଆଧ୍ୟାତ୍ମିକ ବିଶ୍ୱାସ ପ୍ରତି କୁଠାରଘାତ କରିଛି। ଏହି ମାମଲାଟି ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାର ୱାର୍କରୀ ଗୁରୁକୁଳର ହୋଇଥିବା ବେଳେ ଗୁରୁକୁଳର ମୁଖ୍ୟ ଭଗବାନ କୋକରେ ମହାରାଜ ଏବଂ ଶିକ୍ଷକ ପ୍ରୀତେଶ ପ୍ରଭାକର କଦମ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଉଭୟଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।
ମନକୁ ପବିତ୍ର କରିବା ଆଉ ଆଧ୍ୟାତ୍ମିକ ଚେତନା ବଢାଇବା ନେଇ ମହାରାଷ୍ଟ୍ରର ଅନେକ ଅଞ୍ଚଳରୁ ପୁଅ-ଝିଅମାନେ ଏହି ଗୁରୁକୁଳକୁ ଆସନ୍ତି। ପୀଡିତା ମଧ୍ୟ ଏହି ଗୁରୁକୁଳରେ ଜଣେ ଛାତ୍ରୀ ଥିଲେ। ସେ ଚଳିତ ବର୍ଷ ଜୁନ୍ ୧୨ ତାରିଖରେ ନା ଲେଖାଇଥିଲେ। ପ୍ରଥମ ୧୦ ଦିନ ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ ତା’ପରେ ଆତ୍ମଘୋଷିତ ଭଗବାନ କୋକରେ ମହାରାଜ ତାଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ।
ଏହି ବିଷୟରେ ପୀଡିତାଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, "ଯେତେବେଳେ ବି ମୁଁ ରୁମ୍‌ରେ ଏକା ରହୁଥିଲି, ସେ ଭିତରକୁ ଆସୁଥିଲେ, ମୋତେ ମୁଥ ମାରୁଥିଲେ ଏବଂ ମୋ ଛାତିକୁ ଛୁଉଁଥିଲେ।" ତେବେ ଏହି ମାମଲାକୁ ନେଇ ଆହୁରି ସାଂଘାତିକ କଥା କହିଛନ୍ତି ପୀଡିତା। ସେ କହିଛନ୍ତି ଏହି ଘଟଣା ବିଷୟରେ କାହାକୁ ଜଣାଇଲେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ଧମକ ମଧ୍ୟ ଦିଆଯାଇଥିଲା। ଏହି କାରଣରୁ ସେ ଏ ବିଷୟରେ କାହାକୁ ମୁହଁ ଖୋଲି କହିପାରୁ ନଥିଲେ।
ପୀଡିତା କହିଛନ୍ତି, "ଶିକ୍ଷକ ପ୍ରୀତେଶ ମୋତେ କଡା ଚେତାବନୀ ଦେଇଥିଲେ ଆଉ କହିଥିଲେ, ମୁହଁ ଖୋଲିଲେ କୋକାରେଙ୍କ ପାପ କାମକୁ ନେଇ ମୋ ବାପାଙ୍କୁ ଫସାଇ ଦେବେ ଆଉ ମୋତେ ଏବଂ ମୋ ଭାଇକୁ ହତ୍ୟା କରିଦେବେ।"
କିନ୍ତୁ ଘଟଣାକୁ ନେଇ ମୁହଁ ଖୋଲିଥିଲେ ପୀଡିତା ଆଉ ତାଙ୍କ ବାପାଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ପୋଲିସରେ ଅଭିଯୋଗ ହେବା ପରେ ପୋଲିସ POCSO ଆଇନର ଧାରା ୧୨ ଏବଂ ୧୭ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତକୁ ଗିରଫ କରାଯାଇ ଦୁଇ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଛି।

Advertisment

ଅଧିକ ଦେଖନ୍ତୁ:

Sexual Assault
Advertisment
Related Articles
Advertisment