/odishatv-khabar/media/media_files/2026/02/07/panchayat-samiti-member-2026-02-07-11-42-25.jpg)
Panchayat Samiti Member Photograph: (OTV)
ସମିତି ସଭ୍ୟଙ୍କ ସମେତ ଚାରିଜଣଙ୍କୁ ମରଣାନ୍ତକ ଆକ୍ରମଣ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା କୁଶପୁର ଗାଁରେ ବିବାହ ପ୍ରୋସେସନକୁ କେନ୍ଦ୍ରକରି ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ପଞ୍ଚାୟତ ସମିତି ସଭ୍ୟଙ୍କ ସମେତ ଚାରି ଜଣଙ୍କୁ ଘରେ ପଶି ମରଣାନ୍ତକ ଆକ୍ରମଣ ହୋଇଛି। ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା।
ଗତକାଲି ରାତିରେ ଏକ ବିବାହ ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ କିଛି ଯୁବକ ଇଟାପଥର ଫୋପଡା ଫୋପାଡ଼ି କରୁଥିବା ବେଳେ ସାହି ବାସିନ୍ଦା ଏହାକୁ ବିରୋଧ କରିବା ସହ ଯୁବକମାନଙ୍କୁ ତାଗିଦ କରିଥିଲେ। ଘଟଣା ଉଗ୍ରରୂପ ନେବା ସହ ଅଚାନକ ଦଶରୁ ୧୨ ଜଣ ଯୁବକ ଆସି ବାରଣ କରିଥିବା ଲୋକଙ୍କ ଘରେ ପଶି ଖଣ୍ଡା ଓ ଲୁହା ଛଡ଼ରେ ଆକ୍ରମଣ କରିଥିଲେ।
ଆକ୍ରମଣରେ ବାଘଳା ପଞ୍ଚାୟତ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ନାହାକଙ୍କ ସମେତ ଚାରିଜଣ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତ ଗୁରୁତରଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି। ଖବରପାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି।
Gold and Silver Price Hike: ପୁଣି ବଢିଲା ସୁନା ଦର, ରୁପା ବି ଉପରମୁହାଁ

PM Modi Thanks US President Trump: ଭାରତ- ଆମେରିକା ଅନ୍ତରୀଣ ବାଣିଜ୍ୟ ଚୁକ୍ତି; ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଧନ୍ୟବାଦ

Dangerous Car Stunts: ମହଙ୍ଗା ପଡ଼ିଲା ମଝି ରାସ୍ତାରେ ମଉଜ ମସ୍ତି, କାର ସହ ୨ ଅଟକ

Police SI Exam Scam: ପୋଲିସ SI ପରୀକ୍ଷା ସ୍କାମ: ଆଉ ଜଣେ ଗିରଫ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)