/odishatv-khabar/media/media_files/2025/12/06/illigal-gun-factory-2025-12-06-21-20-06.jpg)
ILLIGAL-GUN-FACTORY Photograph: (OTV)
ପୋଲିସର ପ୍ରହାର ପରେ ସାମ୍ନାକୁ ଆସିଲା ଚୋରା ବନ୍ଧୁକ କାରବାରର ବଡ଼ ରାକେଟ । ସମ୍ପୂର୍ଣ୍ଣ ଅତ୍ୟାଧୁନିକ ୱିପନ୍, ସେମି ଅଟୋମେଟିକ୍ ପିସ୍ତଲ। ଜରି ଭିତରେ ପ୍ୟାକିଂ ହୋଇଛି ଏସବୁ ସେମି ଅଟୋମେଟିକ ପିସ୍ତଲ । କେବଳ ପିସ୍ତଲ ନୁହେଁ, କାରବାଇନ ବନ୍ଧୁକ ବି ଲାଗିଛି ପୋଲିସ ହାତରେ। କୌଣସି ବଡ଼ ଅପରେସନରେ ଯେତେବେଳେ ଯବାନ ଯାଆନ୍ତି, ସେତେବେଳେ ଏଭଳି କାରବାଇନ୍ ବ୍ୟବହାର କରନ୍ତି। କିନ୍ତୁ ଏବେ କାରବାଇନ୍ କିଣୁଛନ୍ତି ରାଜ୍ୟର କ୍ରିମିନାଲ୍। ଅର୍ଥାତ ଅପରାଧୀ କୌଣସି ଛୋଟମୋଟ ନୁହେଁ, ବରଂ ଜଣେ ବଡ଼ ମାଫିଆ ନିଶ୍ଚିତ ହୋଇଥିବ।
୨ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅନୁଗୁଳ ବଅଁରପାଳର ସୁମନ୍ତ ନାଏକ, ଅନ୍ୟ ଜଣେ ହେଉଛି ଢେଙ୍କାନାଳର ସୌଭାଗ୍ୟ ନାଏକ। ସିପିଙ୍କ କହିବା କଥା, ଏସବୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆସୁଥିଲା ବିହାରରୁ। ଯାହା ଭୁବନେଶ୍ବର ଦେଇ ଏହି ବୋଲେରୋରେ ଡେଲିଭରି ପାଇଁ ଯାଉଥିଲା ଗଞ୍ଜାମ ତଥା ବ୍ରହ୍ମପୁର ଅଭିମୁଖେ। କିନ୍ତୁ କୌଣସି ସୂତ୍ରରୁ ଖବର ପାଇ କମିଶନରେଟ୍ ପୋଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ପିଛା କରି ଧରିଥିଲା ଖଣ୍ଡଗିରି ଛକରେ।
ତେବେ କିଏ ସେହି ବେଆଇନ ବନ୍ଧୁକ କ୍ରେତା ? କେଉଁ ଉଦ୍ଦେଶ୍ୟରେ ବିହାରରୁ ଆଣୁଥିଲେ ଚୋରାରେ ? ସୁମନ୍ତ ଓ ସୌଭାଗ୍ୟ କେବେଠୁ ବେଆଇନ ବନ୍ଧୁକ ବେପାରର ସାଜିଛନ୍ତି ମିଡିଲ୍ ମ୍ୟାନ୍ ? ରାଜ୍ୟରେ ଆଉ କେଉଁ କେଉଁ ଜିଲ୍ଲାରେ ଚାଲିଛି ଏଭଳି ବେଆଇନ କାରବାର ? ତାର ଖୋଳତାଡ଼ କରୁଛି ପୋଲିସ। ସିପିଙ୍କ କହିବା କଥା, ଚୋରା ବନ୍ଧୁକ କାରବାର କରୁଥିବା ବେପାରୀଙ୍କୁ ଗିରଫ ପରେ ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ପୋଲିସର ସ୍ବତନ୍ତ୍ର ଟିମ୍ ବିହାର ଯାଇଛି। ଏଥିସହ ଓଡ଼ିଶାରେ କେଉଁମାନେ ବନ୍ଧୁକ ପାଇଁ ଆଡଭାନ୍ସ ଦେଇଥିଲେ ତା’ର ଏକ ତାଲିକା ବି ପ୍ରସ୍ତୁତ ହୋଇଛି। ଖୁବଶୀଘ୍ର ଏମାନଙ୍କୁ ଜେରା କରିବା ସହ ପୁରା ନେଟୱାର୍କର ଖୁଲାସା ହେବ।
ଓଡ଼ିଶାରେ ଏଭଳି ସୋଫିଷ୍ଟିକେଟେଡ୍ ୱିପନର ବେଆଇନ ବେପାର ନୂଆ ନୁହେଁ। ନଭେମ୍ବର ୧୫ ତାରିଖ। ଗୋଟିଏ କାରବାଇନ୍ ସହ ୬ଟି ବନ୍ଧୁକ ଜବତ କରିଥିଲା କମିଶନରେଟ୍ ପୋଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍। ଏଭଳି ଭାବେ ଗତ ୨ ମାସ ଭିତରେ ମୋଟ୍ ୩୩ଟି ବେଆଇନ ବନ୍ଧୁକ ଜବତ ସହ ମୋଟ୍ ୮ ଜଣଙ୍କୁ ବାନ୍ଧିଲାଣି ପୋଲିସ। ତାହାରି ଭିତରେ ଚିନ୍ତା ବଢ଼ାଇଛି କାରବାଇନ ବନ୍ଧୁକର କାରବାର।
Modi Gifts Putin : ରୁଷକୁ ଫେରିବା ପୂର୍ବରୁ ମୋଦି ଦେଲେ ଏସବୁ ଉପହାର , ଅଭୁଲା ରହିବ ପୁଟିନଙ୍କ ଭାରତ ଯାତ୍ରା

IndiGo Issues Official Notice: ଆସିଲା ବଡ଼ ଖବର , ଟଙ୍କା ଫେରାଇବ ଇଣ୍ଡିଗୋ

After IndiGo Crisis: ସାରା ଦେଶରେ ବଢିଚାଲିଛି ବିମାନ ଟିକେଟ ଦର , ପଞ୍ଚମ ଦିନରେ ଇଣ୍ଡିଗୋ ଅଚଳାବସ୍ଥା ... ଯାତ୍ରୀ ହନ୍ତସନ୍ତ

Major Defection in Bhadrak: ବିଜେଡିକୁ ବଡ଼ ଝଟକା , ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ ଓ ଭଉଣୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)