Advertisment

Video Goes Viral: ବିଚ୍ ରାସ୍ତାରେ ହଟହଟା ହେଲେ ପୋଲିସ ବାବୁ... ଭିଡିଓ ହେଉଛି ଭାଇରାଲ

ବିଚ୍ ରାସ୍ତାରେ ହଟହଟା ହେଲେ ପୋଲିସ ବାବୁ । ଦୌଡିଲା ପୋଲିସ, ଗୋଡାଇଲା ଯୁବକ । ଗୋଡାଇ ଗୋଡାଇ ଧରିଲେ ରାସ୍ତା ଉପରେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ହେଉଛି ଖୁବ ଭାଇରାଲ ।

author-image
Manas Ranjan Mohanty
MUMBAI-POLICE-VIRAL

MUMBAI-POLICE-VIRAL Photograph: (OTV)

ବିଚ୍ ରାସ୍ତାରେ ହଟହଟା ହେଲେ ପୋଲିସ ବାବୁ । ଦୌଡିଲା ପୋଲିସ, ଗୋଡାଇଲା ଯୁବକ । ଗୋଡାଇ ଗୋଡାଇ ଧରିଲେ ରାସ୍ତା ଉପରେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ହେଉଛି ଖୁବ ଭାଇରାଲ । 

Advertisment

କଥା କ'ଣ କି, ଏହି ଯୁବକ ବିନା ହେଲମେଟ୍‌ରେ ଗାଡି ଚଳାଉଥିଲେ । ଆଉ ପଡିଥିଲେ ଏହି ଟ୍ରାଫିକ୍ ପୋଲିସ ଅଧିକାରୀଙ୍କ ହାବୁଡରେ । ହେଲମେଟ ପିନ୍ଧିନଥିବାରୁ ତାଙ୍କର ଚାଲାଣ କାଟିଥିଲେ ସେ । ଏହାର କିଛି ସମୟ ପରେ ସେହି ଟ୍ରାଫିକ ପୋଲିସ୍‌ର ବାବୁଙ୍କୁ ସ୍କୁଟିରେ ଯାଉଥିବା ଦେଖିବାକୁ ପାଇଥିଲେ ଯୁବକ । ସ୍କୁଟିକୁ ଜଣେ ପୋଲିସ୍‌ ବାବୁ ହେଲେମେଟ ପିନ୍ଧି ଚଳାଉ ଥିବାବେଳେ ତାଙ୍କ ପଛରେ ବସିଥିବା ଟ୍ରାଫିକ ପୋଲିସ୍‌ ଜଣଙ୍କ ହେଲମେଟ ପିନ୍ଧି ନଥିଲେ । 

ତା' ପରେ ଆଉ କ'ଣ... ବିଚ୍ ରାସ୍ତାରେ ସ୍କୁଟିକୁ ଗୋଡାଇ ଗୋଡାଇ ଧରିଥିଲେ ଯୁବକ । ଟ୍ରାଫିକ୍ ନିୟମ ସମସ୍ତଙ୍କ ପାଇଁ ସମାନ । ତାଙ୍କ ଫାଇନ୍ କାଟି କେମିତି ନିଜେ ଟ୍ରାଫିକ୍ ପୋଲିସ ବିନା ହେଲମେଟରେ ଯାଉଛନ୍ତି ବୋଲି ପଚାରିଥିଲେ । ବାବୁଙ୍କ ସ୍କୁଟିର ନମ୍ବର ପ୍ଲେଟ ଜଙ୍କ୍‌ ଖାଇ ଯାଇଥିବାରୁ ସେନେଇ ବି କରିଥିଲେ ପ୍ରଶ୍ନ । ବିଚ୍‌ ରାସ୍ତାରେ ଚାଲିଥିଲା ଏହି ହାଇଡ୍ରାମା । ଆଉ ଏହି ଦୃଶ୍ୟକୁ ସେଠାରେ ଥିବା ଆଉ ଜଣେ ଯୁବକ ମୋବାଇଲରେ କଏଦ କରିଥିଲେ । ଏହି ଘଟଣାଟି ମୁମ୍ବାଇର ।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଯେ ଯୁବକ ଜଣଙ୍କ ମୁମ୍ବାଇ ଟ୍ରାଫିକ୍ ପୋଲିସ୍‌ ବାବୁଙ୍କ ସ୍କୁଟିକୁ ଭିଡ଼ି ଧରିବା ସହ ଭଙ୍ଗା ନମ୍ବର ପ୍ଲେଟ ବିଷୟରେ ପଚାରୁଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ କିଛି ଲୋକ ପୋଲିସ୍‌ ଉପରେ ଓ ଆଉ କିଛି ଲୋକ ଯୁବକଙ୍କ ବ୍ୟବହାର ଉପରେ ଜଣାଇଛନ୍ତି ଆପତ୍ତି ।

Advertisment
Related Articles
Advertisment