Advertisment

Heartbreaking Grief: ବାଲେଶ୍ବରରେ ହୋଟେଲ୍ ରୁମରେ ଡେଥ୍ ମିଷ୍ଟ୍ରି ...ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ସାଙ୍ଗ ଅଟକ

ବୁକୁ ଫଟାଇ ବାହୁନି କାନ୍ଦୁଛି ମାଆ। ସ୍ତ୍ରୀ ଆଖିରୁ ଝରି ଯାଉଛି ଧାର ଧାର ଲୁହ। ପ୍ରେମ ବିବାହର ମାତ୍ର ୪ ବର୍ଷରେ ଏମିତି ଅଧା ବାଟରେ ସ୍ବାମୀ ପର କରି ଚାଲିଯିବେ ଭାବିଲା ବେଳକୁ ପାଦ ତଳୁ ମାଟି ଖସି ଯାଉଛି।

author-image
OTV Bureau
BLS-DEATH

BLS-DEATH Photograph: (OTV)

ବୁକୁ ଫଟାଇ ବାହୁନି କାନ୍ଦୁଛି ମାଆ। ସ୍ତ୍ରୀ ଆଖିରୁ ଝରି ଯାଉଛି ଧାର ଧାର ଲୁହ। ପ୍ରେମ ବିବାହର ମାତ୍ର ୪ ବର୍ଷରେ ଏମିତି ଅଧା ବାଟରେ ସ୍ବାମୀ ପର କରି ଚାଲିଯିବେ ଭାବିଲା ବେଳକୁ ପାଦ ତଳୁ ମାଟି ଖସି ଯାଉଛି। ପ୍ରିୟ ମଣିଷର ମର ଶରୀରକୁ ଭିଡ଼ି କାନ୍ଦିବା ଛଡା ସ୍ତ୍ରୀ ପାଖରେ ଆଉ କିଛି ନାହିଁ। ହୋମଗାର୍ଡ ଚାକିରି ପରୀକ୍ଷାର ଆଡମିଟ୍ କାର୍ଡ ଆଣିବା ପାଇଁ ଯାଉଛି କହି ଘରୁ ଆସିଥିବା ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଯେଉଁ ସାଙ୍ଗ ସହ ସେ ବାଲେଶ୍ବର ଆସିଥିଲେ ତାଙ୍କ ନାଁରେ ଆଣିଛନ୍ତି ହତ୍ୟା ଅଭିଯୋଗ। 

Advertisment

ମୃତକଙ୍କ ନାଁ ଆକାଶ ମହନ୍ତ। ଘର ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଜାମବଣୀରେ। ହୋଟେଲରୁ ତାଙ୍କର ମୃତଦେହ ମିଳିବା ପରେ ପରିବାର ଲୋକଙ୍କ ମୁଣ୍ଡରେ ଚଡ଼କ ପଡିଛି। ସ୍ଥାନ- ବାଲେଶ୍ବର ସହଦେବଖୁଣ୍ଟା ଅଞ୍ଚଳ। ହୋଟଲର ରୁମ୍ ନମ୍ବର-୫୦୨। ପଞ୍ଚମ ମହଲାର ରୁମରୁ ଉଦ୍ଧାର ହୋଇଥିଲା ଆକାଶଙ୍କ ମୃତଦେହ। କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ? ପରିବାର ଲୋକ ଅଭିଯୋଗ କରିଛନ୍ତି, ଗୁରୁବାର ଦିନ ସାଙ୍ଗ ରାମଚନ୍ଦ୍ର ସିଂ ସହ ବେତନଟୀ ଆସିଥିଲେ ଆକାଶ। ହୋମଗାର୍ଡ ଚାକିରି ପରୀକ୍ଷାର ଆଡମିଟ୍ କାର୍ଡ ପାଇଁ ଆସିଥିଲେ। ପରେ ସେମାନେ ଆସିଥିଲେ ବାଲେଶ୍ବର। ଗତକାଲି ରାମଚନ୍ଦ୍ର ଗାଁକୁ ଫେରିଥିବା ବେଳେ ଆକାଶଙ୍କର କୌଣସି ଖୋଜଖବର ନଥିଲା। ଆଜି ପୋଲିସଠୁ ଖବର ପାଇ ପରିବାର ଲୋକ ହୋଟେଲରେ ପହଞ୍ଚିଥିଲେ। 

ଆକାଶଙ୍କ ମୃତ୍ୟୁ ପରେ ପୋଲିସ ସ୍କାନରରେ ସାଙ୍ଗ ରାମଚନ୍ଦ୍ର। ହତ୍ୟା ଅଭିଯୋଗ ଆଣିବା ସହ ତାଙ୍କୁ ହିଁ ଦାୟୀ କରିଛନ୍ତି ପରିବାର ଲୋକ। ପୋଲିସର ତଦନ୍ତ ଭିତରେ ଡେଥ୍ ମିଷ୍ଟ୍ରିରେ ଏଣ୍ଟ୍ରି ମାରିଛନ୍ତି ଜଣେ ସନ୍ଦିଗ୍ଧ ମହିଳା। ଯିଏ ୨୫ ତାରିଖ ଦିନ ଆକାଶ ଓ ରାମଚନ୍ଦ୍ରଙ୍କ ସହ ହୋଟଲରେ ରହିଥିଲେ। ରାମଚନ୍ଦ୍ର ଓ ସଂପୃକ୍ତ ମହିଳାଙ୍କ ପାଇଁ ଆକାଶ ହୋଟେଲରେ ଫେକ୍ ଆଧାର କାର୍ଡ ଦେଇଥିବା ସୂଚନା ମିଳିଛି। ଗତକାଲି ରୁମ ନଖୋଲିବାରୁ ହୋଟେଲ୍ ମାଲିକ ପୋଲିସକୁ ଖବର ଦେଇଥିଲେ। ହୋଟେଲରୁ ମୃତଦେହ ଉଦ୍ଧାର ସହ ତଥ୍ୟ ପ୍ରମାଣ ଯୋଗାଡ଼ କରିଛି ପୋଲିସ ଓ ସାଣ୍ଟିଫିକ୍ ଟିମ୍। ସାଙ୍ଗ ରାମଚନ୍ଦ୍ର ଅଟକ ଥିବା ବେଳେ ସଂପୃକ୍ତ ମହିଳାଙ୍କୁ ଧରିବାକୁ ତନାଘନା ଚାଲିଛି। ତଦନ୍ତ ପାଇଁ ପୋଲିସ ସ୍ପେଶାଲ୍ ଟିମ୍ ଗଠନ କରିଛି। 

ରାମଚନ୍ଦ୍ରଙ୍କ ଉପରେ ପୋଲିସର ସନ୍ଦେହୀ ଆଖି ଘୂରି ବୁଲୁଥିବା ବେଳେ ଆକାଶଙ୍କ ରହସ୍ୟଜନକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ବି ଉଠାଇଛି। କିଏ ସେହି ମହିଳା, ଯିଏ ସେଦିନ ହୋଟେଲରେ ରହିଥିଲେ ? ତାଙ୍କର ଆକାଶଙ୍କ ସହ କି ସମ୍ପର୍କ ? କାହିଁକି ଆସିଥିଲେ ବାଲେଶ୍ବର ? ସେ କୁଆଡ଼େ ଗଲେ ? ଗୋଟିଏ ବାଇକରେ ବାଲେଶ୍ବର ଆସିଥିଲେ ବି ରାମଚନ୍ଦ୍ର କେମିତି ଜାଣି ନଥିଲେ ଆକାଶ କୁଆଡ଼େ ଗଲେ ? ପାରିପାର୍ଶ୍ବିକ ସ୍ଥିତିରୁ ମୃତ୍ୟୁ ଯେ ସ୍ବାଭାବିକ ନୁହେଁ ଏକଥା ସ୍ପଷ୍ଟ। ଆକାଶଙ୍କୁ ହତ୍ୟା କରାଯାଇଛି କି ? କିଏ ଓ କାହିଁକି ମାରିଲା ତାଙ୍କୁ ? ମର୍ଡର ପ୍ରି-ପ୍ଲାନଡ ଥିଲା କି ? ରହସ୍ୟମୟୀ ମହିଳା ଧରାପଡ଼ିଲେ ଫିଟିବ ରୁମ୍ ନମ୍ବର ୫୦୨ର ଗୁମର। ... 

Advertisment
Advertisment
Related Articles
Advertisment