/odishatv-khabar/media/media_files/2025/10/13/koida_child_sell-2025-10-13-11-57-17.jpg)
KOIDA_CHILD_SELL Photograph: (OTV)
ଜନ୍ମ ଦେବା ପରେ ନିଜ ଶିଶୁ ପୁତ୍ରକୁ ବିକ୍ରି କରିଦେଲା ମା। ଏପରି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କୋଇଡା ବ୍ଲକରୁ। କୋଇଡା ବ୍ଲକର ପାଟମୁଣ୍ଡା ହାଟିଙ୍ଗର ଜଣେ ମହିଳା ପିଲା ଜନ୍ମ ଦେବାର ଦିନେ ଦୁଇଦିନ ପରେ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା କହିଛନ୍ତି ଆଶା ଦିଦି। ପିଲା ବିକ୍ରି ପାଇଁ ୫୦ ହଜାର ଡିଲ୍ ହୋଇଥିବା ବେଳେ ୨୫ ହଜାର ଅର୍ଥାତ୍ ଅଧା ଟଙ୍କା ମିଳିଥିବା କୁହାଯାଉଛି। ଅନ୍ୟପଟେ ମାଆ ଗୃହର ରେଜିଷ୍ଟର ତଥ୍ୟ ଲାଗିଛି ଓଟିଭି ହାତରେ । ପିଲା ବିକ୍ରି ପରେ ସମ୍ପୃକ୍ତ ମାଆ କେଉଁ ଆଡେ ଚାଲି ଯାଇଥିବା ବେଳେ ତାଙ୍କର ଫୋନ୍ ଅଫ୍ ରହିଛି। ଶିଶୁପୁତ୍ରକୁ କେଉଁ କାରଣ ପାଇଁ ଜନ୍ମକଲା ମାଆ ବିକ୍ରି କରିଦେଲା ତାହା ଅସ୍ପଷ୍ଟ ରହିଛି । ଅନ୍ୟପଟେ ତାଙ୍କର ପୂର୍ବରୁ ଥିବା ସନ୍ତାନ ମାନେ ଏବେ ପାଟମୁଣ୍ଡା ସ୍ଥିତ ଘରେ ଥିବା ବେଳେ ମାଆ ଘରକୁ ନ ଫେରିବା ଅନେକ ପ୍ରଶ୍ନ ଠିଆ କରିଛି। ଏନେଇ ପ୍ରତିକ୍ରିୟା ପାଇଁ ସଂପୃକ୍ତ ମାଆଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ସୁଦ୍ଧା ତାଙ୍କର ପତ୍ତା ମିଳୁନି ।
ଶିଶୁ ପୁତ୍ରକୁ ବିକ୍ରି କରିଦେଲା ମାଆ
ସୁନ୍ଦରଗଡ଼ କୋଇଡା ବ୍ଲକ ପାଟମୁଣ୍ଡା ହାଟିଙ୍ଗର ଘଟଣା
ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଆଶା ଦିଦିଙ୍କ ଅଭିଯୋଗ
ଶିଶୁପୁତ୍ର ପାଇଁ ୫୦ ହଜାର ଡିଲ୍ ହୋଇଥିବା ସୂଚନା
ପିଲା ବିକ୍ରି ପରେ ସମ୍ପୃକ୍ତ ମାଆ କେଉଁଆଡ଼େ ଚାଲି ଯାଇଥିବା କୁହାଯାଉଛି
କେଉଁ କାରଣ ପାଇଁ ଶିଶୁପୁତ୍ରକୁ ଜନ୍ମକଲା ମାଆ ବିକ୍ରି କରିଦେଲା ଅସ୍ପଷ୍ଟ
Narayan Invites Pratap Jena: ବିଜେପିରେ କେବେ ମିଶିବେ ପ୍ରତାପ, ଦଳକୁ ନିମନ୍ତ୍ରଣ କଲେ ଜୟନାରାୟଣ

Nominations Begin Today: ଆଜିଠୁ ନୂଆପଡ଼ା ଉପନିର୍ବାଚନ ନାମାଙ୍କନ, ୨୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ

Odisha Women’s Commission: ଦୁର୍ଗାପୁର ଗଲା ରାଜ୍ୟ ମହିଳା କମିଶନ ଟିମ୍, ତଦନ୍ତ ଜୋରଦାର

Jagannath Printed Attire: ପିନ୍ଧା ଲୁଗାରେ ଜଗନ୍ନାଥଙ୍କୁ ଦେଖି ରାଗିଗଲେ ସେବକ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)