/odishatv-khabar/media/media_files/2026/01/10/deadbody-2026-01-10-18-20-33.jpg)
Deadbody Photograph: (OTV)
କୁହାଯାଏ ଏ ଦୁନିଆରେ କିଛିବି ଲୁଚିରହେନା। ସତ ଯେମିତି ହେଲେବି ସାମ୍ନାକୁ ଆସିଥାଏ। ସାତତାଳ ପଙ୍କ ଭିତରେ ଥିଲେବି ସତ ଦିନେନା ଦିନେ ପଦାକୁ ଆସିଥାଏ। ୭ ଜାନୁଆରୀ ୨୦୨୬ । ରାତି ପ୍ରାୟ ୧୧ଟା। ଉତ୍ତରପ୍ରଦେଶ କାନପୁର ସ୍ଥିତ ଟିକ୍ ୱାପୁର ଗାଁରେ ପଡିଯାଏ ଚହଳ। ଥଣ୍ଡାରାତିରେ ଦୀର୍ଘ ୧୦ମାସ ଧରି ରହସ୍ୟ ଘେରରେ ଥିବା ଏକ ଘଟଣାର ପର୍ଦ୍ଦାଫାସ କରେ ଉତ୍ତରପ୍ରଦେଶ ପୋଲିସ୍।
ପୋଲିସ୍ ଗାଡିର ହେଡ୍ ଲାଇଟ୍ସ ସହ ମାଳମାଳ ଟର୍ଚ ଲାଇଟ୍ସ ଧରି ଆଗକୁ ବଢିଥିଲା ପୋଲିସ ଟିମ୍। ଆଉ ସନ୍ଦେହ ଘେରରେ ଥିବା ଏକ ବିଲକୁ ଖୋଲିବାରେ ଲାଗି ପଡିଥିଲେ ପୋଲିସ ସହିତ ସ୍ଥାନୀୟ ଗାଁ ଲୋକେ। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରାୟ ୭ ଫୁଟ୍ ଖୋଳାହେବା ପରେ ମାଟିତଳୁ ବାହାରିଥିଲା ଏକ କଙ୍କାଳ।
କାହାର ଥିଲା ସେହି କଙ୍କାଳ ?
ପୋଲିସର କହିବାନୁଯାୟୀ ସେହି କଙ୍କାଳଟି ଥିଲା ୪୫ ବର୍ଷୀୟା ରେଶ୍ମାଙ୍କର। ଘର ଉତ୍ତରପ୍ରଦେଶ କାନପୁରର ଟିକ୍ୱାପୁର ଗାଁ। ୭ଟି ପିଲାର ମାଆ ରେଶ୍ମା। ହେଲେ ପ୍ରାୟ ୧୦ମାସ ପୂର୍ବେ ତାଙ୍କୁ ହତ୍ୟା କରାଯାଇଥିଲା। ଆଉ ତାର ହତ୍ୟାକାରୀ କିଏ ତାକୁ ନେଇ ଲାଗିରହିଥିଲା ସସ୍ପେନସ। ଯେତେବେଳେ ରେଶ୍ମାଙ୍କ ପୁଅ ବବ୍ଲୁ ମାଆ କୁଆଡେ ଗଲେ ବୋଲି ପ୍ରେମିକ ଗୋରୋଲାଲକୁ ପଚାରେ, ସେ ତାକୁ କୁହେ, ତୋ ମାଆ ଆଉ ଫେରିବନି।
ଏକଥା ଶୁଣି ବବ୍ଲୁ ପ୍ରଥମେ ଏହାକୁ ଏକ ଜୋକ୍ ବୋଲି ଭାବିଥିଲା। ହେଲେ ପରେ ତା ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଆଉ ଗତ ଡିସେମ୍ୱର ୨୯ରେ ପୋଲିସ ଥାନାରେ ଏକ ମିସିଂ କେଶ୍ ରୁଜୁ କରିଥିଲା। ତା ପରେ ପ୍ରେମିକା ରେଶ୍ମାଙ୍କୁ ହତ୍ୟା ମାମଲାରେ ଗୋରେଲାଲକୁ ଗିରଫ କରିଥିଲା ଉତ୍ତରପ୍ରଦେଶ ପୋଲିସ।
କ'ଣ ଥିଲା ରେଶ୍ମାଙ୍କ ହତ୍ୟା ପଛର ମୁଖ୍ୟ କାରଣ?
ପୋଲିସ ସୂଚନା ଅନୁଯାୟୀ ତିନିବର୍ଷ ପୂର୍ବେ ରେଶ୍ମାଙ୍କ ସ୍ୱାମୀ ରାମବାବୁ ଶଙ୍କ୍ୱାରଙ୍କ ମୃତ୍ୟୁ ହୋଇଥିଲା। ରେଶ୍ମାଙ୍କର ୪ ପୁଅ ଓ ତିନିଜଣ ଝିଅ ଅଛନ୍ତି। ସ୍ୱାମୀଙ୍କର ଦେହାନ୍ତ ପରେ ପଡୋଶୀ ଗୋରେଲାଲଙ୍କ ସହ ରେଶ୍ମାଙ୍କ ସଂପର୍କ ଆରମ୍ଭ ହୋଇଥିଲା। ପରେ ପିଲାମାନଙ୍କୁ ଛାଡି ଗୋରେଲାଲ୍ ସହ ଲିଭ୍ଇନରେ ରହିବାକୁ ଲାଗନ୍ତି ରେଶ୍ମା। ଏହି ଘଟଣାକୁ ନେଇ ରେଶ୍ମାଙ୍କ ପିଲାମାନେ ମାଆଙ୍କ ସହ ସଂପର୍କ କାଟି ଦେଇଥିଲେ।
ଗତ ନଭେମ୍ୱର ୨୯ରେ ରେଶ୍ମାଙ୍କ ବଡପୁଅ ବବ୍ଲୁ ନିଜ ବାହାଘର ପାଇଁ ମାଆଙ୍କ ପାଖକୁ ନିମନ୍ତ୍ରଣ ପଠାଇଥିଲା। ହେଲେ ତାଙ୍କ ଠାରୁ କୌଣସି ଉତ୍ତର ମିଳିନଥିଲା। ତାପରେ ସେ ଗୋରେଲାଲ୍ ପାଖକୁ ଆସି ମାଆ କୁଆଡେ ଗଲେ ବୋଲି ପଚାରିଥିଲା। ହେଲେ ତାଠାରୁ ସେ କିଛି ଉତ୍ତର ପାଇନଥିଲା। ଶେଷରେ ବବ୍ଲୁ ପୋଲିସ ପାଖକୁ ଯାଇଥିଲା।
ମର୍ଡର ମିଷ୍ଟ୍ରୀ କେମିତି ହେଲା ପର୍ଦ୍ଦାଫାସ ?
ରେଶ୍ମାଙ୍କ ପୁଅ ବବ୍ଲୁର ଏତଲାକୁ ଭିତ୍ତିକରି ପୋଲିସ୍ କରିଥିଲା ଖୋଳତାଡ। ପ୍ରଥମେ ଗୋରେଲାଲକୁ କଷ୍ଟୋଡିକୁ ଆଣି ପଚରାଉଚରା କରିଥିଲା ପୋଲିସ୍। ଶେଷରେ ସାମ୍ନାକୁ ଆସିଥିଲା ଏହି ମର୍ଡର ମିଷ୍ଟ୍ରୀ। ଗତ ଏପ୍ରିଲ ମାସରେ ରେଶ୍ମାଙ୍କ ସହ ପ୍ରେମିକ ଗୋରେଲାଲର ଝଗଡା ହୋଇଥିଲା। ଫଳରେ ରେଶ୍ମାଙ୍କୁ ନିଜ ଜୀବନରୁ ହଟାଇବାକୁ ସେ ଚାହିଁଥିଲା। ହେଲେ ରେଶ୍ମା ରାଜି ନହେବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଆଉ କ୍ରୋଧରେ ଗୋରେଲାଲ୍ ରେଶ୍ମାଙ୍କୁ ହତ୍ୟା କରିଥିଲା।
ହେଲେ ଦୁଇଦିନ ଧରି ରେଶ୍ମାଙ୍କ ଶବ ଘରେ ପଡିରହିଥିଲା। ନାଳ କିମ୍ୱା ନଦୀରେ ଫିଙ୍ଗିଲେ ଧରାପଡିଯିବ ବୋଲି ଗୋରେଲାଲ୍ ଗାଁ ପାଖ ଏକ ପରିତ୍ୟକ୍ତ ସ୍ଥାନରେ ୭ଫୁଟ୍ ଗାତ ଖୋଳି ରେଶ୍ମାଙ୍କ ଶବକୁ ପୋତିଦେଇଥିଲା। ହେଲେ ପୋଲିସ ତଦନ୍ତ ବେଳେ ହତ୍ୟାର ପ୍ରାୟ୧୦ମାସ ପରେ ମାଟିତଳୁ ଉଦ୍ଧାର ହୋଇଥିଲା ରେଶ୍ମାଙ୍କ ନରକଙ୍କାଳ। ରେଶ୍ମା ପିନ୍ଧିଥିବା ସୁନାଗହଣା ଓ ଶାଢୀକୁ ସଂପର୍କୀୟମାନେ ଚିହ୍ନିବା ପରେ ପୋଲିସ୍ କଙ୍କାଳର ଡିଏନ୍ଏ ଟେଷ୍ଟ ପାଇଁ ପଠାଇଛି। ହେଲେ ଉଦ୍ଧାର ହୋଇଥିବା ଏହି କଙ୍କାଳ ସହ ଅତୀତରେ ଯାହା ସବୁ ଘଟିଥିଲା, ପ୍ରେମିକ ଗୋରେଲାଲ୍ ପାଖରୁ ସବୁକିଛି ଆଦାୟ କରିଥିଲା ଉତ୍ତରପ୍ରଦେଶ ପୋଲିସ୍।
Bizarre Drama Inside CHC: ସିକ୍ୟୁରିଟି ଗାର୍ଡ କରୁଛି ମେଡିକାଲ କାମ; ପଚାରିଲେ ମ୍ୟାଡମଙ୍କ ନାଲି ଆଖି

Crores Vanish: ଜମାକାରୀଙ୍କ ଟଙ୍କା ଖାଇଗଲେ ପୋଷ୍ଟ ମାଷ୍ଟର, କୋଟି କୋଟି ଟଙ୍କା ଉଠାଇନେଇ ଛୁ

Congress Protests PUCC: PUCC ପ୍ରସଙ୍ଗକୁ କଂଗ୍ରେସର ବିରୋଧ, ମନ୍ତ୍ରୀ କହିଲେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ

Aircraft Makes Forced Landing: ଦୁର୍ଘଟଣାଗ୍ରସ୍ତ ବିମାନର ଇଞ୍ଜିନରେ ତ୍ରୁଟି ! କରିଥିଲା ଫୋର୍ସ ଲ୍ୟାଣ୍ଡିଂ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)