Advertisment

Bizarre Drama Inside CHC: ସିକ୍ୟୁରିଟି ଗାର୍ଡ କରୁଛି ମେଡିକାଲ କାମ; ପଚାରିଲେ ମ୍ୟାଡମଙ୍କ ନାଲି ଆଖି

ସବୁଦିନ ସକାଳ ପରି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦ୍ୱାର ଖୋଲିଲା। ସାଧାରଣ ଦିନ ପରି ଲାଗୁଥିଲା ସବୁକିଛି... କିନ୍ତୁ ଭିତରକୁ ପାଦ ଦେବାମାତ୍ରେ ଏକ ଅଜବ ଦୃଶ୍ୟ ଚକିତ କରିଦେଲା ସମସ୍ତଙ୍କୁ!

author-image
Pramod Behera
Bizarre Drama Inside CHC

ସିକ୍ୟୁରିଟି ଗାର୍ଡ କରୁଛି ମେଡିକାଲ କାମ Photograph: (OTV)

ଏକ ଅଜବ ରହସ୍ୟର ପର୍ଦ୍ଦାଫାସ୍ – ଯେଉଁଠାରେ ସ୍ୱାସ୍ଥ୍ୟ ସେବାର ନାଁରେ ଚାଲିଛି ଏକ ଅଭୂତ ନାଟକ!

Advertisment

ସବୁଦିନ ସକାଳ ପରି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦ୍ୱାର ଖୋଲିଲା। ସାଧାରଣ ଦିନ ପରି ଲାଗୁଥିଲା ସବୁକିଛି... କିନ୍ତୁ ଭିତରକୁ ପାଦ ଦେବାମାତ୍ରେ ଏକ ଅଜବ ଦୃଶ୍ୟ ଚକିତ କରିଦେଲା ସମସ୍ତଙ୍କୁ!
ଔଷଧ ବିତରଣ କେନ୍ଦ୍ରର କବାଟ ବନ୍ଦ। ଭିତରେ ସିକ୍ୟୁରିଟି ଗାର୍ଡ କରୁଛନ୍ତି ଅଫିସ୍ କାମ। କମ୍ପ୍ୟୁଟର ଚଳାଉଛନ୍ତି – ଯେପରି ସେ ହିଁ ଏହି କେନ୍ଦ୍ରର ମୁଖ୍ୟ ଡାକ୍ତର! କୁଆଡେ ଗଲେ ଅଧିକାରୀମାନେ ଦେଖିଲା ବେଳକୁ, ରେଷ୍ଟ୍ ନେଉଛନ୍ତି।  ଏହି ଦୃଶ୍ୟ ଦେଖି ଯେକେହି ମଧ୍ୟ ପଚାରିବ – ଏଠାରେ କ’ଣ ଚାଲିଛି?

ଠିକ୍ ସେହି ମୁହୂର୍ତ୍ତରେ ଖବର ସଂଗ୍ରହ ପାଇଁ ଆସିଥିଲେ ଚାରିଟି ପ୍ରମୁଖ ଇଲେକ୍ଟ୍ରୋନିକ୍ ମିଡିଆର ସାହସୀ ସାମ୍ବାଦିକ। କ୍ୟାମେରା ଓପନ୍ ହେବାମାତ୍ରେ ଚିହିଁକି ଉଠିଲେ ANM ଦିଦି ସଂଯୁକ୍ତା ପାତ୍ର। ତାଙ୍କ ଆଖିରେ ଜଳୁଥିଲା ରାଗର ଜ୍ୱାଳା! ସେ ନାଲି ଆଖି ଦେଖାଇ, କଠୋର ସ୍ୱରରେ ଧମକ ଦେଲେ – “କାହିଁକି ଆସିଛ ଏଠାକୁ?” ଏହା ସହ ମାଡ ମାରିବାକୁ ଧମକ ମଧ୍ୟ ଦେଲେ।

Advertisment

ଏହି ଘଟଣାକୁ ନେଇ ମେଡିକାଲ ଇନଚାର୍ଜଙ୍କ ପ୍ରତିକ୍ରିୟା ମିଳି ନାହିଁ। ଏହି ରହସ୍ୟର ପର୍ଦ୍ଦାଫାସ୍ ହେବ କି? ନା ଏହା ଆଉ ଏକ ଲୁଚାଯାଇଥିବା ସତ୍ୟ ହୋଇ ରହିବ? ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସୂଚନାର ଅଧିକାର ପାଇଁ ଏହି ଘଟଣାର ତଦନ୍ତ ଆବଶ୍ୟକ।

Ganjam Healthcare CHC
Advertisment
Advertisment