Advertisment

Crime In Delhi: କାରରେ ଡେଡବଡି , ଘରେ ଶୋଇଥିଲା ବିବାହିତ ପ୍ରେମିକ...

କହୁଣିରେ ଗଳାଚିପି ଲିଭ-ଇନ୍ ପାର୍ଟନରକୁ ହତ୍ୟା ! ମର୍ଡର ପରେ ଡେଡବଡି ଫୋପାଡିବାକୁ କାରରେ ନେଇ ବାହାରିଗଲା ପୁରୁଷ ବନ୍ଧୁ। କିନ୍ତୁ ୨ଶହ ମିଟର ଯାଇ ଫେରିଆସିଲା ଘରକୁ। କାରରେ ଡେଡବଡ଼ି ରଖି ମଦ ନିଶାରେ ଘରେ ଶୋଇପଡ଼ିଲା ହତ୍ୟାକାରୀ ।

author-image
Manas Ranjan Mohanty
aparadha

aparadha Photograph: (OTV)

କହୁଣିରେ ଗଳାଚିପି ଲିଭ-ଇନ୍ ପାର୍ଟନରକୁ ହତ୍ୟା ! ମର୍ଡର ପରେ ଡେଡବଡି ଫୋପାଡିବାକୁ କାରରେ ନେଇ ବାହାରିଗଲା ପୁରୁଷ ବନ୍ଧୁ। କିନ୍ତୁ ୨ଶହ ମିଟର ଯାଇ ଫେରିଆସିଲା ଘରକୁ। କାରରେ ଡେଡବଡ଼ି ରଖି ମଦ ନିଶାରେ ଘରେ ଶୋଇପଡ଼ିଲା ହତ୍ୟାକାରୀ । ରାତି ପାହିଲାବେଳକୁ ଘର ଭିତରେ ପୋଲିସ। ନିଘୋଡ଼ ନିଦରେ ହତ୍ୟାକରୀ। ଲିଭ୍-ଇନ୍ ପାର୍ଟନରକୁ ମର୍ଡର ପରେ ଡେଡବଡ଼ି ଫୋପାଡିବାକୁ ସ୍ତ୍ରୀକୁ ଡାକିଲା ସ୍ବାମୀ ।

Advertisment

ଏଠି ପ୍ରତିଦିନ ଯାହା ଯାହା ସବୁ ଘଟୁଛି ତାହା ଆପଣ ଶୁଣିକି କେବଳ ଆଶ୍ଚର୍ଯ୍ୟ ହିଁ ହେବେ। କଳିଯୁଗର ମଣିଷଙ୍କ କାଣ୍ଡକାରନାମା ଆପଣଙ୍କୁ ଚକିତ କରିବ। ସ୍ତ୍ରୀକୁ ଛାଡ଼ି ଅନ୍ୟ ନାରୀ ସହ ରହୁଥିବା ମଣିଷ ତାକୁ ବି ମାରିଦେଉଛି। ଆଉ ହତ୍ୟା କରିସାରି ଡାକୁଛି ସ୍ତ୍ରୀକୁ, ଡେଡବଡିକୁ ଫୋପାଡିବା ପାଇଁ। ଏ ଘଟଣା ଆଉ କୋଉଠି ନୁହଁ ଆମ ଦେଶର ରାଜଧାନୀ ଦିଲ୍ଲୀର ଚାୱଲା ଅଞ୍ଚଳରେ ଘଟିଛି।

ମୃତ ମହିଳା ହେଉଛନ୍ତି ୪୪ ବର୍ଷୀୟା ରାଧା। ତାଙ୍କ ଲିଭ୍-ଇନ୍ ପାର୍ଟନର ୩୫ ବର୍ଷୀୟ ବୀରେନ୍ଦ୍ର ତାଙ୍କୁ ହତ୍ୟା କରିଛି। ଘଟଣା ହେଉଛି ନଭେମ୍ବର ୨୫/୨୬ ତାରିଖର। ସେଦିନ ରାତିରେ ଯାହା ଘଟିଲା ତାହା ଆମେ ଆପଣଙ୍କୁ ଜଣାଉଛୁ। ବହୁଦିନରୁ ନିଜ ସ୍ତ୍ରୀ ପୂନମଙ୍କୁ ଛାଡ଼ି ରାଧାଙ୍କ ସହ ରହୁଥିଲା ବୀରେନ୍ଦ୍ର। ତାଙ୍କ ଭିତରେ ପ୍ରଥମେ ସବୁ ଠିକଠାକ ତ ଚାଲିଥିଲା, କିନ୍ତୁ ପରେ ଘରବାରିକୁ ନେଇ କିଛି କେଁ କଟର ହେଲା। ସେଦିନ ରାତିରେ ଦୁହେଁ ଏକାଠି ବସି ମଦ ପିଇଥିଲେ । ତାପରେ ପାଟିତୁଣ୍ଡ ହେବାରୁ ଦୁହେଁ ପିଟାପିଟି ହେଲେ। ଏହାପରେ ରାଧାଙ୍କ ଗଳାକୁ କହୁଣିରେ ଚିପି ତାଙ୍କ ଲିଭ୍-ଇନ୍ ପାର୍ଟନର ବୀରେନ୍ଦ୍ର ହତ୍ୟା କରିଦେଲା।

Advertisment

ହତ୍ୟା ପରେ କରିବ କଣ ? ଏପଟେ ମଦ ନିଶାରେ ଚୁର୍ ଅଛି, ତେଣେ ମର୍ଡର କରିସାରିଛି। ଯୋଉ ସ୍ତ୍ରୀକୁ ଛାଡ଼ି ସେ ରାଧା ସହ ରହୁଥିଲା ସେହି ସ୍ତ୍ରୀକୁ ଡାକିଲା ବୀରେନ୍ଦ୍ର। ସ୍ବାମୀର କଥା ମାନି ପୂନମ ନିଜ ଭାଇ ଚେତନକୁ ଧରି ପହଞ୍ଚିଲା ରାଧା ଓ ବୀରେନ୍ଦ୍ର ରହୁଥିବା ଘରେ। ଘରେ ରାଧାର ଡେଡବଡି ପଡ଼ିଥାଏ, ତାକୁ କେମିତି ଫୋପାଡ଼ିବେ ସେ ନେଇ ପ୍ଲାନ କଲେ ତିନିଜଣ। ରାଧାର ଡେଡବଡି ନେଇ କାରରେ ରଖିଲେ ସମସ୍ତେ, କଥା ହେଲା ତାକୁ ନେଇ କିଛି ଦୂରରେ ଫୋପାଡିଦେଇ ଆସିବ ବୀରେନ୍ଦ୍ର।

ରାଧାର ଡେଡବଡିକୁ ଗାଡିରେ ଭର୍ତ୍ତି କରିସାରି ବୀରେନ୍ଦ୍ରର ସ୍ତ୍ରୀ ଓ ଶାଳକ ସେଠୁ ପଳାଇଯାଇଥିଲେ। ଗାଡି ଷ୍ଟାର୍ଟ କଲା ବୀରେନ୍ଦ୍ର, ହେଲେ ମାତ୍ର ୨ଶହ ମିଟର ଯାଇଛି କି ନାଇଁ ସେ ଫେରି ଆସିଲା ଘରକୁ। ଆପଣ ଆଶ୍ଚର୍ଯ୍ୟ ହେଉଥିବେ ଲିଭ-ଇନ୍ ପାର୍ଟନରର ଡେଡବଡିକୁ ନଫୋପାଡି କାହିଁକି ଘରକୁ ଫେରିଆସିଲା ବୀରେନ୍ଦ୍ର ?

ସବୁ ହେଉଛି ନିଶାର ଖେଳ। ମଦ ନିଶାରେ ଚୁର ହେଇ ହତ୍ୟାକାରୀ ବୀରେନ୍ଦ୍ର ରାଧାର ଡେଡବଡିକୁ ସେଇ କାର ଭିତରେ ରଖି ରୁମକୁ ଆସି ଶୋଇପଡ଼ିଥିଲା ନିଦରେ। ସକାଳେ ପାଖପୋଡ଼ାଶୀ କାର ଭିତରେ ରାଧାକୁ ଦେଖି ପୋଲିସକୁ ଖବର ଦେଇଥିଲେ। ଆଉ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ବି ଶୋଇଥିଲା ଅଭିଯୁକ୍ତ ବୀରେନ୍ଦ୍ର। ପୋଲିସ ତାକୁ ସେହି ଦିନ ଘଟଣାସ୍ଥଳରୁ ଗିରଫ କରିଥିଲା। ଏବେ ଏହି ଘଟଣାର ଅପଡେଟ୍ ହେଉଛି ଯେ ମର୍ଡରରେ ବୀରେନ୍ଦ୍ରକୁ ସହଯୋଗ କରିଥିବା ତା ଶାଳକ ଓ ସ୍ତ୍ରୀ ପୂନମ ଗିରଫ ହୋଇଛନ୍ତି। ୪୪ ବର୍ଷୀୟା ମହିଳା ରାଧା ହତ୍ୟା ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଜେଲରେ ପୂରାଇଛି।

Advertisment
Related Articles
Advertisment