/odishatv-khabar/media/media_files/2026/01/27/crime-2026-01-27-14-16-08.jpg)
crime Photograph: (OTV)
ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ମାଳିପୁର ଗ୍ରାମରେ ଅଭାବନୀୟ ଘଟଣା l ସ୍ତ୍ରୀକୁ କଟୁରୀରେ ହାଣି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ l ଉଭୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି l ଗତକାଲି ବିଳମ୍ବିତ ରାତିରେ ପାରିବାରିକ କଳହ ଯୋଗୁଁ ସ୍ୱାମୀ ପ୍ରତାପ ମଳିକ ଏକ କଟୁରୀରେ ସ୍ତ୍ରୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା l
ପଡୋଶୀଙ୍କ ସହାୟତାରେ ଗୁରୁତର ଭାରତୀଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି l ପ୍ରତାପ ସ୍ତ୍ରୀକୁ ଆକ୍ରମଣ କରି ଫେରାର ହୋଇଯାଇଥିଲା l ଆଜି ସକାଳୁ ଗ୍ରାମବାସୀ ଏକ ପୋଖରୀ ନିକଟରେ ପ୍ରତାପ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ l ପାଖରେ ଏକ ବିଷ ବୋତଲ ଓ ରକ୍ତଲଗା କଟୁରୀ ଉଦ୍ଧାର କରିଥିଲେ l ପ୍ରତାପଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି l
ଅଭାବନୀୟ ଘଟଣା
ଗ୍ରାମାଞ୍ଚଳ ଥାନା ମାଳିପୁରରେ ଘରୋଇ କଳିରୁ ଅଭାବନୀୟ ଘଟଣା
ଘର ଭିତରୁ ଗୁରୁତର ଅବସ୍ଥାରେ ସ୍ତ୍ରୀ ଉଦ୍ଧାର ପରେ କଟକ ସ୍ଥାନାନ୍ତର
ଗାଁ କେନାଲ ପାଖରୁ ମୁମୂର୍ଷୁ ଅବସ୍ଥାରେ ସ୍ବାମୀ ଉଦ୍ଧାର
ପାଖରେ ବିଷ ବୋତଲ ଓ କଟୁରୀ ପଡ଼ିଛି, ଗୁରୁତର ସ୍ବାମୀ ହସ୍ପିଟାଲରେ ଭର୍ତ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)