/odishatv-khabar/media/media_files/2026/02/15/loot-2026-02-15-14-49-17.jpg)
Loot Photograph: (OTV)
ନିଛାଟିଆ ଜାଗାରେ ଶୂନଶାନ ଘର। ଗେଟ୍ ବାହାରେ ଝୁଲୁଥିଲା ତାଲା। ଏହାଦେଖି ଟାର୍ଗେଟ କଲେ ଲୁଟେରା ଗ୍ୟାଙ୍ଗ। ତାଲା ଭାଙ୍ଗି ଘରେ ପଶିଲେ। ଆଉ ଦେଖୁଦେଖୁ କଳାକନା ବୁଲାଇଲେ, ଆଖି ପିଛୁଳାକେ ସବୁ ପୋଛିନେଲେ। ଯାଜପୁର ଜିଲ୍ଲା ଜାରକା ସ୍ଥିତ ଝାଲସୁଖା ମୌଜାରେ ଘଟିଛି ଏପରି ଏକ ଚୋରି ଘଟଣା।
ଆଉ ସବୁଠୁ ରୋଚକ ଘଟଣା ହେଉଛି ଚୋରିର ଶିକାର ହୋଇଥିବା ବାବୁଜଣକ ଖୋଦ ଜଣେ ପୋଲିସ୍। ଯାହାଙ୍କୁ ଦେଖିଲେ ଚୋର ଥରହର, ଖୋଦ ତାଙ୍କ ଘରୁ ସବୁ ଲୁଟିନେଲେ। ଚୋରମାନେ ତାଙ୍କ ଘରୁ ଏକ ଲକ୍ଷ ରୁ ଉର୍ଦ୍ଧ୍ବ ନଗଦ ଟଙ୍କା ସହିତ ୨୦ ଭରି ସୁନା ଓ ୨ ଶହ ଗ୍ରାମ ରୂପା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଛନ୍ତି ।
ଯାଜପୁର ରୋଡ ଥାନାରେ ଚାକିରି କରିଥିବା ହାବିଲଦାର ବିଦ୍ୟାଧର ସେଠୀ ଜାରକା ସ୍ଥିତ ଝାଲସୁଖା ମୌଜାରେ ରୁହନ୍ତି। ତାଙ୍କ ପତ୍ନୀ ହରିପୁର ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି। ଉଭୟ ଗତକାଲି ଘରେ ତାଲା ପକାଇ ନିଜ ନିଜ କର୍ମକ୍ଷେତ୍ରକୁ ବାହାରି ଯାଇଥିଲେ। ଏହାର ସୁଯୋଗ ନେଇ ସକାଳ ୧୦ଟା ପରେ ଦୃର୍ବୁତ୍ତମାନେ ପାଚେରୀ ଡେଇଁ ଗେଟ ତାଲା କାଟି ଘରେ ପଶିଥିଲେ।
ସୌଭାଗ୍ୟବଶଃତ ଘରେ ଲାଗିଥିବା ସିସିଟିଭି ବି ଅଚଳ ହୋଇପଡ଼ିଥିଲା। ଏହାର ସୁଯୋଗ ନେଇ ସେମାନେ ପାଚେରୀ ଡେଇଁ ଗେଟ ତାଲା କାଟି ଘରେ ପଶିଥିଲେ। ଏହାପରେ ଘରେ ଥିବା ସୁନା, ରୂପା ଓ ଟଙ୍କା ଧରି ଛୁ ମାରିଥିଲେ। ଅପରାହ୍ନରେ ପୋଲିସ ବାବୁଙ୍କ ସ୍ତ୍ରୀ ଘରକୁ ଫେରି ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା।
ଗେଟ ତାଲା ଭଙ୍ଗାଯାଇଥିବା ବେଳେ ଘରେ ସବୁ ଜିନିଷ ଏଣେତେଣେ ପଡ଼ିଥିଲା। ଆଉ ଆଲମାରି ଭିତରୁ ସବୁ ଗାଏବ ହୋଇଯାଇଥିଲା। ଏନେଇ ସ୍ବାମୀଙ୍କୁ ଜଣାଇବା ପରେ ସେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପହଞ୍ଚି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଛି। ତେବେ ଚୋରଙ୍କ ଟେର ପାଇପାରିନି ପୋଲିସ୍।
ଲୁଟେରାଙ୍କ ଟାର୍ଗେଟରୁ ପୋଲିସ୍ ବର୍ତ୍ତିପାରୁ ନ ଥିବା ବେଳେ ସାଧାରଣ ଲୋକ କିପରି ନିଜ ଧନ ଜୀବନ ସୁରକ୍ଷିତ ରଖିବ ତାକୁ ନେଇ ସବୁଠି ପ୍ରଶ୍ନ ଉଠିଛି।
Shocking Murder: ରାଜଧାନୀରେ ଚାଞ୍ଚଲ୍ୟ ! ଦୁଇ ପୁଅଙ୍କ ଆଖି ସାମ୍ନାରେ ମାଆକୁ ତଣ୍ଟି ଚିପି ହତ୍ୟା...

Inspiring Story: ଅକ୍ଷମତା ଦେଇଛି ଶକ୍ତି, ପ୍ରଭୁ ଗତିକୃଷ୍ଣଙ୍କ ସାହସ ସମସ୍ତଙ୍କୁ ଦେଇଛି ପ୍ରେରଣା

Fake VIP Pass Sale Alleged for Mahashivaratri: ପାସ୍ ନୁହେଁ ସେବା ପ୍ୟାକେଜ୍; ଫେକ୍ ଭିଆଇପି ପାସ୍ ଅଭିଯୋଗକୁ ଟ୍ରାଭେଞ୍ଜୋ କଂପାନିର ଖଣ୍ଡନ

Indian Techie Found Dead in US: ଆଇଆଇଟି ମାଡ୍ରାସ ସ୍ନାତକ ସାକେତ ଶ୍ରୀନିବାସୈୟା କିଏ ଥିଲେ? ତାଙ୍କ ମୃତଦେହ ୬ ଦିନ ପରେ ଆମେରିକାରେ ମିଳିଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)