Advertisment

Girlfriend Attacks Lover: ପ୍ରେମିକ ବାହା ହେବାକୁ ମନାକଲା, ପ୍ରେମିକା ହାଣିଦେଲା

ସିନ୍ଦୂର ପାଇଁ ଝରିଲା ପ୍ରେମିକର ରକ୍ତ । ଅଧରାତିରେ ପ୍ରେମିକକୁ ହାଣିଦେଲା ପ୍ରେମିକା । ବାହା ହେବାକୁ ମନାକଲା, ପ୍ରେମିକା ହାଣିଦେଇ ଜଙ୍ଗଲକୁ ଚାଲିଗଲା । ଗୋଟିଏ ମାସ ଧରି ଉଭୟ ଯୁବକ-ଯୁବତୀ ଗୋଟିଏ ଘରେ ଏକାଠି ରହୁଥିଲେ ।

author-image
Manas Ranjan Mohanty
JAJPUR GIRLFRIEND

JAJPUR GIRLFRIEND Photograph: (OTV)

ସିନ୍ଦୂର ପାଇଁ ଝରିଲା ପ୍ରେମିକର ରକ୍ତ । ଅଧରାତିରେ ପ୍ରେମିକକୁ ହାଣିଦେଲା ପ୍ରେମିକା । ବାହା ହେବାକୁ ମନାକଲା, ପ୍ରେମିକା ହାଣିଦେଇ ଜଙ୍ଗଲକୁ ଚାଲିଗଲା । ଗୋଟିଏ ମାସ ଧରି ଉଭୟ ଯୁବକ-ଯୁବତୀ ଗୋଟିଏ ଘରେ ଏକାଠି ରହୁଥିଲେ । ବାହାରହେବାକୁ କଥା ଦିଆନିଆ ମଧ୍ୟ । ହେଲେ ଯୁବକଙ୍କ ବାପାଙ୍କ ଦେହାନ୍ତ ହୋବରୁ ବିବାହ ପାଇଁ ଯୁବତୀଙ୍କୁ ଗୋଟିଏ ବର୍ଷ ସମୟ ମାଗିବାରୁ ଏପରି କାଣ୍ଡ ଘଟିଥିବା ଜଣାପଡ଼ିଛି । 

Advertisment

ପ୍ରେମିକକୁ ହାଣିଦେଲା ପ୍ରେମିକା

ଏପରି ଏକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଳାରୁ । କଳିଙ୍ଗନଗର ଥାନା ବାରବାଙ୍କି ଗାଁର ସ୍ବର୍ଗତ ସାଲଖାନ ସୋରେନଙ୍କ ପୁଅ ପିଥା ସୋରେନ୍ ପାର୍ବତୀ ବଦରାକୁ ପ୍ରେମ କରି ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପିଥାଙ୍କ ବାପା ସାଲଖାନଙ୍କ ମୃତ୍ୟୁ ହୋଥିବାରୁ ବାହାଘରରେ ବିଳମ୍ବ ହୋଇଥିଲା । ତେଣୁ ପ୍ରେମିକା ପାର୍ବତୀ ରାଗିଯାଇ ପିଥାଙ୍କୁ ଟାଙ୍ଗିଆରେ ହାଣିଥିବା ଜଣାପଡ଼ିଛି । ହେଲେ ସେଭାଗ୍ୟ ବଶତଃ ପିଥା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି 

ଅଭିଯୁକ୍ତ ପାର୍ବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଳିଙ୍ଗନଗର ପୋଲିସ୍ । ସେପଟେ ପିଥା ଏବେ ଦାନଗଦି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

Advertisment

Advertisment
Related Articles
Advertisment