Advertisment

Teacher Writes Letter in Blood: ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ଶିକ୍ଷୟିତ୍ରୀ, ପ୍ରତ୍ୟେକ ବୁନ୍ଦାରେ ନିର୍ଯାତନାର କାହାଣୀ

ବାଗପତର ଜଣେ ସରକାରୀ ଶିକ୍ଷୟିତ୍ରୀ ନିଜ ରକ୍ତରେ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ସେ ତାଙ୍କ ପରିବାର ସହିତ ଇଚ୍ଛାମୃତ୍ୟୁ ପାଇଁ ଅନୁରୋଧ କରିଛନ୍ତି।

author-image
Chinmayee Sahoo
Euthanasia Request

Euthanasia Request Photograph: (OTV)

ଉତ୍ତରପ୍ରଦେଶର (Uttar Pradesh) ବାଗପତରୁ ଏକ ସମ୍ବେଦନଶୀଳ ଘଟଣା ସାମନାକୁ ଆସିଛି। ଅତ୍ୟାଚାରରେ ଅତିଷ୍ଠ ହୋଇ ଜଣେ ଶିକ୍ଷୟିତ୍ରୀ ଇଚ୍ଛାମୃତ୍ୟୁ ମାଗିଛନ୍ତି। ଏପରିକି ଇଚ୍ଛା ମୃତ୍ୟୁ ପାଇଁ ଆବେଦନ (Euthanasia Appeal) କରିଥିବା ଚିଠିରେ ଲେଖା ଯାଇଥିବା ପ୍ରତ୍ୟେକ ଶବ୍ଦ ରକ୍ତରେ ଲେଖିଛନ୍ତି ଶିକ୍ଷୟିତ୍ରୀ।  

Advertisment

ବାଗପତର ଜଣେ ୩୨ ବର୍ଷୀୟୀ ସରକାରୀ ଶିକ୍ଷୟିତ୍ରୀ ନିଜ ରକ୍ତରେ ରାଷ୍ଟ୍ରପତି (President) ଙ୍କୁ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ସେ ତାଙ୍କ ପରିବାର ସହିତ ଇଚ୍ଛାମୃତ୍ୟୁ ପାଇଁ ଅନୁରୋଧ କରିଛନ୍ତି। ଶିକ୍ଷୟିତ୍ରୀ କହିଛନ୍ତି ଯେ କଲେଜ ପ୍ରଶାସନ ତାଙ୍କୁ ନିରନ୍ତର ହଇରାଣ କରୁଛନ୍ତି। କେତେବେଳେ ସେମାନେ ତାଙ୍କ ହାତ ଧରିଥାନ୍ତି ତ କେତେବେଳେ ତାଙ୍କୁ ଏକୁଟିଆ ଡାକିଥାନ୍ତି।

ହଜାରୀଲାଲ ମେମୋରିଆଲ୍ ଇଣ୍ଟର କଲେଜର ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି ଯେ ସେ ଏହି ବିଷୟରେ ନିକଟସ୍ଥ ପୋଲିସ ଷ୍ଟେସନରେ ଅନେକ ଥର ଅଭିଯୋଗ କରିଥିଲେ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ନ୍ୟାୟ ଅଭାବରୁ ସେ ଏବଂ ତାଙ୍କ ପରିବାର ଏବେ ଆତ୍ମହତ୍ୟା କରିବେ। ଶିକ୍ଷୟିତ୍ରୀ ବାଗପତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରେ ପ୍ରତିବାଦ କରିଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ଶିକ୍ଷୟିତ୍ରୀ ଜଣକ ବୁଲନ୍ଦସହରର ବାସିନ୍ଦା। ସେ ତାଙ୍କ ପରିବାର ସହିତ ଗାଜିଆବାଦରେ ରୁହନ୍ତି। ତାଙ୍କ ସହିତ ତାଙ୍କ ସ୍ୱାମୀ ଏବଂ ଏକ ୬ ବର୍ଷର ପୁଅ ରୁହନ୍ତି। ସେ ୨୦୨୨ ମସିହାରେ ହଜାରୀଲାଲ ମେମୋରିଆଲ ଇଣ୍ଟର କଲେଜରେ ଯୋଗ ଦେଇଥିଲେ। ସେଠାରେ ସେ ଗୃହ ବିଜ୍ଞାନ ପଢ଼ାନ୍ତି। 

ସେ କହିଛନ୍ତି ଯେ, ମୁଁ କଲେଜରେ ଯୋଗ ଦେବା ପରେ କିଛି ଦିନ ପର୍ଯ୍ୟନ୍ତ ସବୁକିଛି ଠିକ୍ ଥିଲା। କିନ୍ତୁ କିଛି ଦିନ ପରେ, ପ୍ରିନ୍ସିପାଲ୍ ମୋତେ ହଇରାଣ କରିବା ଆରମ୍ଭ କଲେ। ଗୋଟିଏ ଦିନ, ସେ କଲେଜରେ ମୋର ହାତ ଧରିଲେ। ମୁଁ ପ୍ରତିବାଦ କରିବାରୁ ସେ ମୋତେ ଛାଡି ଦେଲେ। ଏହା ପରେ, ସେ ପ୍ରତିଦିନ ମୋତେ ହଇରାଣ କରିବା ଆରମ୍ଭ କଲେ। ସେ ମୋତେ ଏକୁଟିଆ ଡାକନ୍ତି। ଏପରିକି ରାସ୍ତାରେ ମଧ୍ୟ ଅଟକାଇ ହଇରାଣ ହରକତ କରନ୍ତି। ତତ୍କାଳୀନ ପ୍ରଧାନଶିକ୍ଷକ ଏବଂ ବର୍ତ୍ତମାନର ପରିଚାଳକ ରାଜେନ୍ଦ୍ର ସିଂହ ଭାଟି ତାଙ୍କୁ ନିରନ୍ତର ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇ ଆସୁଛନ୍ତି। ମୁଁ ଏ ବିଷୟରେ ଥାନାରେ ଅଭିଯୋଗ କରିଥିଲି। କିନ୍ତୁ କେହି ମୋ କଥା ଶୁଣିଲେ ନାହିଁ। ମୋତେ ନ୍ୟାୟ ନ ମିଳିଲେ ମୁଁ ଆତ୍ମହତ୍ୟା କରିବି ବୋଲି କହିଛନ୍ତି।

ମହିଳା ଶିକ୍ଷୟିତ୍ରୀ ବହୁ ସଂଖ୍ୟକ ଲୋକଙ୍କ ସହିତ ବାଗପତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବାଗପତ ଜିଲା ମାଜିଷ୍ଟ୍ରେଟ ଅସ୍ମିତା ଲାଲ ସ୍ମାରକପତ୍ର ଗ୍ରହଣ କରିଥିଲେ ଏବଂ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଆଇନ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Uttar Pradesh President Euthanasia Euthanasia Appeal
Advertisment
Related Articles
Advertisment