Advertisment

Loot Story from Odisha: ଏ ବର୍ଷର ନମ୍ବର-୧ ଶ୍ବଶୁର-ଜ୍ବାଇଁ ! ପୋଲିସ ଦେଲା ସରପ୍ରାଇଜ୍

ଦୀର୍ଘ ଦିନ ଧରି ଓଡ଼ିଶାରେ ଏଭଳି  ଲୁଟ କରୁଥିଲେ ଶ୍ବଶୁର ଜ୍ବାଇଁ । ଲୁଟ ପରେ, ତୁରନ୍ତ ଲୁଟ ଟଙ୍କାକୁ ନିକଟରେ ଥିବା ଏ.ଟି.ଏମରେ ନିଜ ସଂର୍ପକୀୟଙ୍କ ଆକାଉଣ୍ଟରେ ଡିପୋଜିଟ କରୁଥିଲେ । କାରଣ ପୋଲିସ ନାକାବନ୍ଦୀ କରି ଧରିଲେ ବି ଟଙ୍କା ପାଇବ ନାହିଁ ।

author-image
OTV Bureau
Balangir-Thief-swasura-Jwain

Balangir-Thief-swasura-Jwain Photograph: (OTV)

କ୍ରିମିନାଲ୍ ଶ୍ବଶୁରର କ୍ରାଇମ୍ ପାର୍ଟନର ଜ୍ବାଇଁ । ଝିଅ ବାହାକରି ଶ୍ବଶୁର ପାଇଥିଲା ବିଗ୍ ପାର୍ଟନର । ମିଳିମିଶି ଗାଡ଼ି ଡିକି ଭାଙ୍ଗି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ସିସିଟିଭି କ୍ୟାମେରାରୁ ଭିଜୁଆଲ ଦେଖି ତାଜୁବ୍ ହେଲା ପୋଲିସ । ଏମାନେ ୨୦୨୫ର ବୋଧହୁଏ ଲୁଟ ତରାଜର ଏକ ନମ୍ବର କ୍ରିମିନାଲ୍ । ବର୍ଷ ଶେଷରେ ଶ୍ବଶୁର-ଜ୍ବାଇଁଙ୍କ ଏ ଲୁଟେରା ଗ୍ୟାଙ୍କର ପର୍ଦ୍ଦାଫାସ କରି ସାଧାରଣ ଲୋକଙ୍କୁ ସରପ୍ରାଇଜ୍ ଦେଇଛି ବଲାଙ୍ଗିର ପୋଲିସ । ଆଉ ପୋଲିସ ଏମାନଙ୍କ ବିଷୟରେ ଦେଇଥିବା ରୋମାଞ୍ଚକର ତଥ୍ୟକୁ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଶୁଣନ୍ତୁ…

Advertisment

ପ୍ରମୋଦ ସିଂ ନାଥ ଓ ପ୍ରିନ୍ସ ସିଂ ଉଭୟ ସମ୍ପର୍କରେ ଶ୍ବଶୁର-ଜ୍ବାଇଁ ।  ପ୍ରିନ୍ସ ବିହାରର ମୂଳ ବାସିନ୍ଦ ହୋଇଥିଲେ ବି, ପ୍ରମୋଦ ସିଂଙ୍କ ଘରେ ରହୁଥିଲା । ଭଭୟ ଗୋଟିଏ ଘରେ ରହି ପ୍ଲାନିଂ କରି ଲୁଟ୍ କରୁଥିଲେ । ବ୍ୟାଙ୍କ ଆଗରେ ଏମାନେ ରେକି କରନ୍ତି । ଗାଡ଼ି ଡିକିରେ ଟଙ୍କା ନେଉଥିବା ଲୋକଙ୍କୁ ପିଛାକରନ୍ତି । ବାସ୍, ତାପରେ ଟାର୍ଗେଟ ଫିକ୍ସଡ । ଲୋକଙ୍କ ନିକଟରୁ ଟଙ୍କା ଲୁଟି ଶ୍ବଶୁର ଜ୍ବାଇଁ ଫେରାର ମାରନ୍ତି । କିନ୍ତୁ ଏମାନଙ୍କୁ ସି.ସି.ଟିଭି ଫୁଟେଜ ଧରାପକାଇ ଦେଇଛି ।

ଦୀର୍ଘ ଦିନ ଧରି ଓଡ଼ିଶାରେ ଏଭଳି  ଲୁଟ କରୁଥିଲେ ଶ୍ବଶୁର ଜ୍ବାଇଁ । ଲୁଟ ପରେ, ତୁରନ୍ତ ଲୁଟ ଟଙ୍କାକୁ ନିକଟରେ ଥିବା ଏ.ଟି.ଏମରେ ନିଜ ସଂର୍ପକୀୟଙ୍କ ଆକାଉଣ୍ଟରେ ଡିପୋଜିଟ କରୁଥିଲେ । କାରଣ ପୋଲିସ ନାକାବନ୍ଦୀ କରି ଧରିଲେ ବି ଟଙ୍କା ପାଇବ ନାହିଁ । ଆଉ ସବୁଠାରୁ ବଡ଼ କଥା ହେଲା ଏମାନେ ମୋବାଇଲ ବି ବ୍ୟବହାର କରନ୍ତି ନାହିଁ । ତେଣୁ ଦୀର୍ଘ ଚାରିମାସର କସରତ ପରେ ଛତିଶଗଡ ରାୟଗଡ ଜିଲ୍ଳା କୋପୁ ଥାନା ଅଂଚଳରୁ ପୋଲିସ ଶ୍ବଶୁର-ଜ୍ବାଇଁଙ୍କୁ ବାନ୍ଧିଛି । ହେଲେ ଫେରାର ମାରିଛି ଅନ୍ୟ ଜଣେ ସହଯୋଗୀ । 

Advertisment
Related Articles
Advertisment