Advertisment

Local Vegetables Go Global: ବିଦେଶରେ ଓଡ଼ିଶା ପରିବାର ଚାହିଦା; ହେଉଛି ଭଲ ରୋଜଗାର, ଚାଷୀ ମାଲେମାଲ୍

ଗାଁ ପନିପରିବା ଏବେ ବିଦେଶୀଙ୍କ ପସନ୍ଦ ହେଲାଣି, ଅଧିକ ବିକ୍ରି କରି ଅଧିକ ରୋଜଗାର କରିବାକୁ ମନ ବଳେଇଲେଣି ଚାଷୀ। ଉପାନ୍ତ ଅଞ୍ଚଳରୁ ଦୁବାଇ ପଶ୍ଚାୟାତ ଦେଶକୁ ରପ୍ତାନି ହେଲାଣି ଦେଶୀ ବିନସ, କୁନ୍ଦୁରୁ, ପୋଟଳ ଆଗକୁ ଆହୁରି ଜିବ ବୋଲି କହୁଛନ୍ତି ଚାଷୀ।

author-image
Pramod Behera
Local Vegetables Go Global

ବିଦେଶରେ ଓଡ଼ିଶା ପରିବାର ଚାହିଦା Photograph: (OTV)

ଗାଁ ପନିପରିବା ଏବେ ବିଦେଶୀଙ୍କ ପସନ୍ଦ ହେଲାଣି, ଅଧିକ ବିକ୍ରି କରି ଅଧିକ ରୋଜଗାର କରିବାକୁ ମନ ବଳେଇଲେଣି ଚାଷୀ। ଉପାନ୍ତ ଅଞ୍ଚଳରୁ ପାଶ୍ଚାତ୍ୟ ଦେଶକୁ ରପ୍ତାନି ହେଲାଣି ଦେଶୀ ବିନସ, କୁନ୍ଦୁରୁ, ପୋଟଳ ଆଗକୁ ଆହୁରି ଜିବ ବୋଲି କହୁଛନ୍ତି ଚାଷୀ।

Advertisment

ନବରଙ୍ଗପୁର ଜିଲ୍ଲା ଉମରକୋଟ, ରାଇଘର ଅଞ୍ଚଳରୁ ପରିବା ପ୍ରଥମ ଥର ପାଇଁ ବିଦେଶକୁ ରପ୍ତାନୀ ହୋଇଛି, ଗାଁ ପନିପରିବା ଦୁବାଇ ଭଳି ଦେଶରେ ବିକ୍ରି ହେବା ସହ ବିଦେଶୀ ଲୋକଙ୍କୁ ବେଶ ପସନ୍ଦ ହୋଇଛି। ଗାଁର ଦେଶୀ ପନିପରିବା ଦୁବାଇରେ ଭଲ କ୍ରେଜ୍‌ ରହିଛି ତେଣୁ ରପ୍ତାନିକାରି ଚାଷୀ ବେଶ ଖୁସି ଅଛନ୍ତି। ଉମରକୋଟର ୪ ଜଣ ଓ ରାଇଘରର ଜଣେ ଏହିଭଳି ୫ ଜଣ ଚାଷୀ ଦୁବାଇ ଭଳି ଦେଶରେ ନିଜ ପରିବା ବିକ୍ରୀ କରି ଭଲ ଅର୍ଥ ରୋଜଗାର କରିବା ଆରମ୍ଭ କଲେଣି। ପ୍ରଥମ ପର୍ଯ୍ୟାୟରେ ୧ ହଜାର କେଜି ପନି ପରିବା ଉମରକୋଟରୁ ବସ ଯୋଗେ ଭୁବନେଶ୍ୱର ଯାଇଥିଲା ଏବଂ ଭୁବନେଶ୍ୱରରେ ଭିଲାମାର୍ଟ ନାମକ ସଂସ୍ଥା ଦ୍ୱାରା ପରିବାଗୁଡିକୁ ସ୍ଵତନ୍ତ୍ର ପେକିଙ୍ଗ କରି ବିମାନରେ ଦୁବାଇ ପଠାଇଥିଲେ।

ପରିବା ମଧ୍ୟରେ ଫ୍ରେଞ୍ଚ୍‌ବିନ୍ସ, କୁନ୍ଦୁରି, ଛୋଟ ଆଳୁ, ପୋଟଳ, ରସୁଣ ଓ କଞ୍ଚା ଅମୃତଭଣ୍ଡା ଥିଲା। ଆଗକୁ ଫୁଲକୋବି, ଟମାଟୋ, ମରିଚ, ଭେଣ୍ଡି, ଜହ୍ନି, ଲାଉ ଓ କାକୁଡି ଇତ୍ୟାଦି ପରିବା ଦୁବାଇକୁ ରପ୍ତାନି କରିବା ଆମର ଲକ୍ଷ ଅଛି ବୋଲି ଚାଷୀ କହିଛନ୍ତି ଏବଂ ଆଗାମୀ ଦିନରେ ସପ୍ତାହକୁ ଏକରୁ ଦୁଇ ଥର ପଠାଯିବ ବୋଲି କହିଛନ୍ତି। ବିଦେଶୀ ଗ୍ରାହକଙ୍କ ଚାହିଦା ଭଲ ରହିଛି ତେଣୁ ଏହି ଅଞ୍ଚଳରୁ ଆହୁରି ଅଧିକ ପରିବା ଦୁବାଇ ଭଳି ବଜାରକୁ ପଠାଯାଇ ପାରିବ, ସ୍ଥାନୀୟ ବଜାର ଠାରୁ ତିନିଗୁଣ ଅଧିକ ଦାମରେ ବିଦେଶରେ ବିକ୍ରି ହେଉଛି। 

Advertisment

ଦୁବାଇରେ ପରିବା କିଲୋପିଛା ୩୦୦ ରୁ ୩୫୦ ଟଙ୍କାରେ ବିକ୍ରୀ ହେଉଛି। ଭୁବନେଶ୍ୱର ଠାରୁ ଦୁବାଇ ଯିବା ପାଇଁ ବିମାନ ଭଡା କିଲୋ ପିଛା ପ୍ରାୟ ୬୦ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଦୁବାଇକୁ ପଠାଇବାକୁ ହେଲେ ପରିବାର କ୍ୱାଲିଟି ଭଲ ରହିବା ସହ ପରିବା ଉପରେ କୌଣସି ଚିହ୍ନ ନଥିବା ଆବଶ୍ୟକ ବୋଲି କହିଛନ୍ତି ଚାଷୀ

ରପ୍ତାନି ପାଇଁ ଯେଉଁ ନିୟମ ରହିଛି ତାକୁ ଧ୍ୟାନରେ ରଖି ଚାଷ କରିବା ସହ, ବିଦେଶକୁ ପଠାଇଲେ ଅନ୍ୟ ଯୁବ ଚାଷୀମାନେ ମଧ୍ୟ ଭଲ ରୋଜଗାର କରିପାରିବେ ବୋଲି କହିଛନ୍ତି। ଭୁବନେଶ୍ୱରରୁ ଦୁବାଇ ରପ୍ତାନି କରିବା ପାଇଁ ସରକାରଙ୍କ ତରଫରୁ ସବସିଡି ମିଳୁଛି କିନ୍ତୁ ଉମରକୋଟରୁ ଭୁବନେଶ୍ୱର ଯିବା ପାଇଁ ଯେଉଁ ଖର୍ଚ୍ଚ ହେଉଛି ସେଥିରେ ଯଦି ସରକାର କିଛି ବ୍ୟବସ୍ଥା କରିଥିଲେ ଭଲ ହୁଅନ୍ତା ବୋଲି କହିଛନ୍ତି ଚାଷୀ।

ଏହି ଅଞ୍ଚଳର ପନିପରିବା ପାଶ୍ଚାତ୍ୟ ଦେଶକୁ ରପ୍ତାନି  ହେବା ଦ୍ଵାରା ଅଞ୍ଚଳର ଚାଷୀମାନଙ୍କ ଆର୍ଥିକ କ୍ଷେତ୍ରରେ ନିଶ୍ଚିତ ଭାବେ ପରିବର୍ତ୍ତନ ଆସିବ ଓ ଅଞ୍ଚଳର ବିକାଶ ହୋଇପାରିବ। ଅନ୍ୟପଟେ ଚାଷ ପ୍ରତି ଯେଉଁ ଯୁବ ଗୋଷ୍ଠୀ ବିମୁଖ ହେଉଥିଲେ ବର୍ତ୍ତମାନ ଚାଷକୁ ଆପଣେଇବା ସହ ଚାଷ ପ୍ରତି ନିଶ୍ଚୟ ଆଗ୍ରହ ବଢିବ ବୋଲି କହିଛନ୍ତି ବୁଦ୍ଧିଜୀବୀ। 

Umerkote Farmer Dubai
Advertisment
Advertisment