Advertisment

Teen Looters Nabbed: ଚୋରି କରିବାକୁ ଘରେ ପଶିଗଲେ , ସୁନା ରୂପା ସହ ବଗିଚାରୁ ବାଇଗଣ ଚୋରାଇଲେ

ଚୋରି କରିବାକୁ ଘରେ ପଶିଗଲେ ।  ସୁନା ରୂପା ସହ ବଗିଚାରୁ ବାଇଗଣ ଚୋରାଇଲେ । ମ୍ୟାଗି କରି ଖାଇଲେ, ଚାହା ପିଇଲେ । ଚର୍ଚ୍ଚାରେ ଚାରସୋବିସ୍ ଲୁଟେରା ଗ୍ୟାଙ୍ଗ । ଢେଙ୍କାନାଳ ଟାଉନ ପୋଲିସ ହାତରେ ଧରାପଡିଛି ଏହି ବଡ ଲୁଟେରା ଗ୍ୟାଙ୍ଗ। ଯାହାର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ।

author-image
Manas Ranjan Mohanty
Dhenkanal-LOOTERA

Dhenkanal-LOOTERA Photograph: (OTV)

ଚୋରି କରିବାକୁ ଘରେ ପଶିଗଲେ ।  ସୁନା ରୂପା ସହ ବଗିଚାରୁ ବାଇଗଣ ଚୋରାଇଲେ । ମ୍ୟାଗି କରି ଖାଇଲେ, ଚାହା ପିଇଲେ । ଚର୍ଚ୍ଚାରେ ଚାରସୋବିସ୍ ଲୁଟେରା ଗ୍ୟାଙ୍ଗ । ଢେଙ୍କାନାଳ ଟାଉନ ପୋଲିସ ହାତରେ ଧରାପଡିଛି ଏହି ବଡ ଲୁଟେରା ଗ୍ୟାଙ୍ଗ। ଯାହାର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ।

Advertisment

ଏହି ଲୁଟେରାଙ୍କ ଘର ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ସରଜଙ୍ଗ ସାହିରେ ଥିବାବେଳେ ବୟସ ୧୯ରୁ ୨୦ ବର୍ଷ ମଧ୍ୟରେ ରହିଛି। ଦୀର୍ଘ ଦିନ ହେବ ସହରରେ ଏହି ଯୁବଙ୍କ ଆତଙ୍କରାଜ ଚାଲିଥିଲା। ପ୍ରଥମେ ବିଭିନ୍ନ ଗଳି କନ୍ଦିରେ ବୁଲୁଥିଲେ ଏମାନେ। ତାଲା ପଡ଼ିଥିବା ଘର ଦେଖି ସାହି ପଡିଶାଙ୍କୁ ସେମାନଙ୍କ ବିଷୟରେ ପଚାରୁଥିଲେ। କେଉଁ ଆଡେ ଯାଇଛନ୍ତି ଓ କେବେ ଫେରିବେ ଏସବୁ ପଚାରି ବୁଝୁଥିଲେ। ପରେ ରାତିରେ ଆସି କଳା କନା ବୁଲାଉଥିଲେ।

ଗତ କିଛି ଦିନ ତଳେ ଅଞ୍ଚଳର ଏକ ଘରକୁ ଏହି ଲୁଟେରା ଲୁଟିବା ସହ ଭିତରେ ଚା ଓ ମ୍ୟାଗି କରି ଖାଇଥିଲେ। ଏପରିକି ଲୁଟ୍ କରି ଯିବା ସମୟରେ ଘର ମାଲିକଙ୍କ ବାଡ଼ିରେ ଲାଗିଥିବା ବାଇଗଣ ମଧ୍ୟ ଚୋରି କରି ନେଇ ଯାଇଥିଲେ। 

Advertisment

ଛଅ ମାସ ହେବ ପୋଲିସର ନିଦ ହଜାଇ ଦେଇଥିଲେ ଏମାନେ। ହେଲେ ସିସିଟିଭି ଫୁଟେଜକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ଏହି ପାଞ୍ଚ ଜଣ ଲୁଟେରାଙ୍କୁ ମାଡି ବସିଥିଲା ପୋଲିସ୍। ସେମାନଙ୍କ ମଧ୍ୟରୁ ଜଣେ ଖସି ପଳାଇବାରେ ସକ୍ଷମ ହୋଇଥିଲା। ବାକି ଚାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସେମାନଙ୍କ ଠାରୁ ପ୍ରାୟ ୨୦ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି। ଯେଉଁଥିରେ ରହିଛି ୧୫୪ ଗ୍ରାମ୍ ର ସୁନା ଅଳଙ୍କାର, ୯୧୦ ଗ୍ରାମ୍ ର ରୁପା ଅଳଙ୍କାର ସହ ପାଞ୍ଚଟି ମୋବାଇଲ, ନଗଦ ପାଞ୍ଚ ହଜାର ଟଙ୍କା,ଗୋଟିଏ LED ଟିଭି, ଛଅଟି ଫ୍ୟାନ ସହ କଟର ମେସିନ ଜବତ ହୋଇଛି । ଫେରାର ଥିବା ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରହିଛି ।

ତେବେ ଏହି ଲୁଟେରା ଗ୍ୟାଙ୍ଗରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ଅଛି ଓ ଏହି ଚେର କେତେ ବାଟ ଲମ୍ବିଛି ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।                         

Advertisment
Related Articles
Advertisment