Advertisment

Delhi: ଦ୍ୱିତୀୟ ସାରଥୀ ବାବାଙ୍କୁ ମାଡ଼ି ବସିଲା ପୋଲିସ

ଦ୍ୱିତୀୟ ସାରଥୀ ବାବାଙ୍କୁ ମାଡ଼ି ବସିଲା ପୋଲିସ। ହୋଟେଲରେ ଲୁଚିଥିଲା ବେଳେ ହଠାତ ହେଲା ରେଡ୍। ଆଇ ଲଭ୍ ୟୁ ମେସେଜ କରୁଥିଲେ। ଏବେ ଜେଲରେ ପେଷିବେ ଚକି । ଅଭିଯୋଗ ପରେ ସେ ଫେରାର ହୋଇଯାଇଥିଲେ।

author-image
Chinmayee Sahoo
Baba-Kidnapped-Girl

Baba Photograph: (OTV)

ମହିଳାଙ୍କୁ ଅସଦାଚରଣ କରି ଫେରାର ଥିବା ବାବା ଚୈତନ୍ୟାନନ୍ଦ ସରସ୍ବତୀ ଓରଫ ପାର୍ଥ ସାରଥୀ ଶେଷରେ ଧରାପଡ଼ିଛନ୍ତି। ତାଙ୍କୁ ଆଗ୍ରାରୁ ଗିରଫ କରିଛି ଦିଲ୍ଲୀ ପୋଲିସ। ରବିବାର ଭୋର ୩ଟା ୩୦ ରେ ଆଗ୍ରାର ଏକ ହୋଟେଲରେ ଲୁଚିଥିବା ବେଳେ ରେଡ୍ କରିଥିଲା ପୋଲିସ। ଆଉ ହୋଟେଲ ରୁମ ଭିତରୁ ବାବା ସାରଥୀଙ୍କୁ ଘୋଡ଼ାଇ ଆଣିଛଥିଲା। ଦିଲ୍ଲୀ ଆଶ୍ରମରେ ୧୭ ଜଣ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା ବାବାଙ୍କ ନାମରେ। ମହିଳାଙ୍କୁ ଅଶ୍ଳୀଳ ମେସେଜ ପଠାଇବା, ଅଭଦ୍ର ଟିପ୍ପଣୀ କରିଥିଲେ ଚୈତନ୍ୟାନନ୍ଦ। ବିଳମ୍ବିତ ରାତିରେ ଛାତ୍ରୀମାନଙ୍କୁ ତାଙ୍କ କ୍ୱାର୍ଟରକୁ ଯିବାକୁ ବାଧ୍ୟ ମଧ୍ୟ କରିଥୁଲେ ସିଏ। ତେବେ ଅଭିଯୋଗ ପରେ ସେ ଫେରାର ହୋଇଯାଇଥିଲେ। ହେଲେ ରବିବାର ଆଗ୍ରାରୁ ବନ୍ଧା ହୋଇ ଦିଲ୍ଲୀ ଯାଇଛନ୍ତି ବାବା ।
ଦିଲ୍ଲୀର ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ-ରିସର୍ଚ୍ଚର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ, ଆର୍ଥିକ ଦୁର୍ବଳ ବର୍ଗ ସ୍କଲାରସିପ୍ ଅଧୀନରେ ପ୍ରତିଷ୍ଠାନରେ ଅଧ୍ୟୟନରତ ୧୭ ରୁ ଅଧିକ ଛାତ୍ରୀ ତାଙ୍କୁ ଅସଦାରଣ କରିଥିଲେ। ଝିଅଙ୍କୁ ଅପମାନଜନକ ଭାଷା କହିବା, ଅନାବଶ୍ୟକ ଭାବେ ସ୍ପର୍ଶ କରିବା ଏବଂ ଆଇ ଲଭ ୟୁ ଓ ଅଶ୍ଳୀଳ ବାର୍ତ୍ତା ପଠାଇବା ଭଳି ସାଂଘାତିକ ଅଭିଯୋଗ ତାଙ୍କ ନାମରେ ଥିଲା। ତେବେ ଏହାପରେ ଶ୍ରୀ ଶୃଙ୍ଗେରୀ ମଠ ପ୍ରଶାସନ ସ୍ୱାମୀ ଚୈତନ୍ୟାନନ୍ଦଙ୍କୁ ନିର୍ଦ୍ଦେଶକ ପଦରୁ ବହିଷ୍କାର କରିଥିଲା। ତାଙ୍କୁ ଦେଶ ଛାଡି ପଳାଇବାକୁ ରୋକିବା ପାଇଁ ପୋଲିସ ଏକ ଲୁକ୍-ଆଉଟ୍ ନୋଟିସ୍ ଜାରି କରିଥିଲା। ଆଉ ଶେଷରେ ଏହି ଆତ୍ମଘୋଷିତ ବାବା ଆଗ୍ରାରୁ ଧରାପଡ଼ିଲେ। 
ଦିଲ୍ଲୀର ଏକ କୋର୍ଟ ଶ୍ରୀ ଶୃଙ୍ଗେରୀ ମଠ ପ୍ରଶାସନ ଦ୍ୱାରା ଦାୟର ଅଭିଯୋଗ ଆଧାରରେ ଦାୟର ହୋଇଥିବା ଆର୍ଥିକ ଅନିୟମିତତା ମାମଲା ସହିତ ଜଡିତ ପାର୍ଥସାରଥୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ପୋଲିସ କୋର୍ଟକୁ ଏହା ମଧ୍ୟ ଜଣାଇଥିଲା ଯେ ଅଭିଯୋଗ ହେବା ପରେ, ପାର୍ଥସାରଥୀ ଟ୍ରଷ୍ଟର ପ୍ରାୟ ୫୫ ଲକ୍ଷ ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ। ଏକ ନକଲି ପାସପୋର୍ଟ ମଧ୍ୟ ହାସଲ କରିଥିଲେ। ହେଲେ ଦେଶ ଛାଡ଼ି ଯିବା ପୂର୍ବରୁ ତାଙ୍କୁ ଗିରଫ କରାଯାଇଛି ।

Advertisment

ଅଧିକ ଦେଖନ୍ତୁ:

Delhi
Advertisment
Related Articles
Advertisment